BIBHUTI BHUSAN SWAIN

Others

3  

BIBHUTI BHUSAN SWAIN

Others

ବୃକ୍ଷରୋପଣ

ବୃକ୍ଷରୋପଣ

1 min
625



ନିଜ ରାଜ୍ୟକୁ ସବୁଜିମାମୟ କରି ପ୍ରଦୂଷଣମୁକ୍ତ କରିବାର ଏକ ଦୃଢ ସଂକଳ୍ପ ନେଇ ମହାରାଜ ନେଲେ ଏକ ଯୁଗାନ୍ତକାରୀ ପଦକ୍ଷେପ । ସେ ଡେଙ୍ଗୁରା ବାଡେଇ ଘୋଷଣା କଲେ ଯେ- ରାଜ୍ୟରେ ବାସ କରୁଥିବା ସମସ୍ତ ପ୍ରଜା ନିଜ ନିଜ ଜମି ଅବା ସରକାରୀ ଜମିରେ ବୃକ୍ଷରୋପଣ କରି ପାରିବେ । ଏଥିଲାଗି ରାଜାଙ୍କ ପକ୍ଷରୁ ଆଗ୍ରହୀ ପ୍ରଜାମାନଙ୍କୁ ମାଗଣାରେ ଚାରା,ସାର ତଥା ଆର୍ଥିକ ସହାୟତା ମିଳିବ ।


ଅଧିକ ବୃକ୍ଷରୋପଣ ତଥା ପରିବେଶର ଯତ୍ନ ନେଉଥିବା ପ୍ରଜାମାନଙ୍କୁ ମଧ୍ୟ ଏକ ବିଶେଷ ଉତ୍ସବରେ ସମ୍ମାନୀତ କରାଯିବ । ଘୋଷଣା ଶୁଣି ପ୍ରଜାମାନେ ଖୁସି ହୋଇ ରାଜ ଦରବାରରେ ଭିଡ ଜମାଇଲେ । ରଜା ମଧ୍ୟ ନିଜ ରାଜକୋଷ ଖୋଲି ଦେଇ ପ୍ରଜାମାନଙ୍କୁ ଅକାତରରେ ଆର୍ଥକ ସହାୟତା ପ୍ରଦାନ କରୁଥାନ୍ତି । ବର୍ଷ ଶେଷରେ ଆର୍ଥିକ ସହାୟତା ନେଇଥିବା ପ୍ରଜାମାନଙ୍କୁ ଲଗାଇଥିବା ବୃକ୍ଷର ତାଲିକା ଦେବାକୁ ମହାରାଜା ଆଦେଶ ଦେଲେ । ତାଲିକା ଅନୁଯାୟୀ ରାଜ୍ୟରେ ଥିବା ମୋଟ ବୃକ୍ଷ ସଂଖ୍ୟାଠାରୁ ପ୍ରାୟ ପାଂଚଗୁଣ ଅଧିକା ଗଛ ଲଗାଯିବା ସହ ବାରଟି ହାତୀ ଓ ଆଠୋଟି ବାଘ ପ୍ରଜାମାନଙ୍କ ତରଫରୁ ପାଳନ କରାଯାଇଛି । ପରନ୍ତୁ ଗତବର୍ଷ ଠାରୁ ଚଳିତ ବର୍ଷ ବୃକ୍ଷର ପରିମାଣ ଏକ ଦଶମାଂଶ କମ୍ ଥିବା ବେଳେ ଜଙ୍ଗଲରେ ବାଘ,ହାତୀ ତ ଦୂରର କଥା, ସାମାନ୍ୟ କୁଟୁରାଟିଏ ମଧ୍ୟ ଦେଖିବାକୁ ମିଳେ ନାହିଁ ବୋଲି ମହାରାଜଙ୍କୁ ଗୁପ୍ତଚର ସୂଚନା ଦେଇଥିଲା ।



Rate this content
Log in