Akshayakumar Dash

Others

3  

Akshayakumar Dash

Others

ବନ୍ଧୁ

ବନ୍ଧୁ

2 mins
309


ରମାନାଥ ଜଣେ ଶିକ୍ଷକ । କାର୍ଯ୍ୟରୁ ଅବସର ନେଇଛନ୍ତି। ଏବେ ନିଜର ଘରଟିଏ ବନାଇଛନ୍ତି । ଏକାବେଳକେ ଜାଗା କିଣି ଘର କରିବା ତାଙ୍କ ପାଇଁ ବୋଝ ଉପରେ ନଳିତାବିଡା ପରି ଲାଗୁଛି । ଦୀର୍ଘ ଦିନ ଚାକିରୀ କରି ସମୟର ଅଭାବରେ ଘର କରିପାରି ନଥିଲେ । ତାଙ୍କ ପାଖରେ ଯେତିକି ପୁଞ୍ଜି ସେତିକିରେ ଘର ହେବନି । ତେଣୁ ଚିନ୍ତାରେ ରହିଲେ । ଭାଇ ବନ୍ଧୁ କାହାକୁ ସାହାଯ୍ୟ ମାଗିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । କାରଣ ହେଲା ତାଙ୍କର ପୈତୃକ ସମ୍ପତ୍ତି ଯାହା ଅଛି ବଡଭାଇ ମାଡିବସିଛନ୍ତି। ତାକୁ ଦୀର୍ଘ ଦିନ ଧରି କିଛି ଦେଉନାହାନ୍ତି । ଓଲଟି ସମ୍ପର୍କ କାଟି ଦେଇଛନ୍ତି । ବନ୍ଧୁ କହିଲେ ଶଶୁର ଘର । ତାଙ୍କର ଶଶୁର ଆରପାରି ଗଲେଣି । ଶାଳକମାନେ ନିଜ ଗୁଜୁରାଣ ପାଇଁ ଯତକିଞ୍ଚିତ ରୋଜକାର କରନ୍ତି । ଚାକିରୀ ନାହିଁ । ତେଣୁ ସାହାଯ୍ୟ କାହାକୁ ନମାଗିବା ଉଚିତ ମନେକରୁଛନ୍ତି । ଖାଲି ସେତିକ ନୁହଁ ଝିଅ ବିଭାଘର ଝିଅପୁଅ ପାଠପଢା ଆଦି କାମ ପାଇଁ ଅର୍ଥ ସାରିଛନ୍ତି ।

ତାଙ୍କର ପତ୍ନୀ ସବୁ ଦେଖି ନିରବ ରୁହନ୍ତି । କାରଣ ହେଲା ଏଲୋକ କେଉଁଠି ଥକିପଡିନାହାନ୍ତି । ଘଡିସନ୍ଧି ବେଳରେ ପୁଣି ସାହସ ଧରି ଆଗାନ୍ତି । ଦିନେ ପତ୍ନୀ ପଚାରିଲେ ତୁମର ଏମିତି କେହି ବନ୍ଧୁ ନାହାନ୍ତି ସାହାଯ୍ୟ କରିବାକୁ । କେମିତିକା ଲୋକକି ।ଭାଇକଂ ସହଯୋଗ ନାହିଁକି ସାହିରେ ବି । ରମାନାଥ କହିଲେ ଅଛନ୍ତି ହେଲେ ତାଙ୍କୁ ଅର୍ଥ ମାଗିବି ନାହିଁ । ସେତ ସବୁ ଯାଣନ୍ତି । ଦେଖିବ ଠିକ ସମୟରେ ସେ ଦେବେ । ପତ୍ନୀଙ୍କ ବିଶ୍ୱାସ କେତେ କେତେ ବିପଦରୁ ତ ଏଲୋକ ମୁକୁଳି ଆସିଛନ୍ତି ଦେଖାଯାଉ ଈଶ୍ୱରଙ୍କ ଇଚ୍ଛା ।

ଘର ଛାତ ପଡିବାର ଅଛି। ଟଙ୍କା ଦରକାର। ଚିନ୍ତାରେ ଥିଲେ।ଜଣେ ଲୋକ ଆସି ଲକ୍ଷେ ଟଙ୍କା ଦେଲା । ଧାର ନୁହେଁ । ଉଦ୍ଧାର ହୋଇଗଲେ। କାରଣ ହେଲା ତାଙ୍କର ଜମି ଖଣ୍ଡେ ବିକ୍ରି କରିଦେଲେ । ଏହି ଜମିଟି କିଣିଲା ବେଳେ ପତ୍ନୀ କହିଥିଲେ, “ପିଲାମାନକୁ ଖାଇବାକୁ ଦେଇପାରୁନା ଜମି କିଣୁଥା ।“ ପ୍ରାୟ କୋଡିଏ ବର୍ଷ ତଳେ ବାତ୍ୟା ପରେ ସରକାର ଲୋନ ପଚାଶହଜାର ମିଳିଥିଲା । ସେଇ ଟଙ୍କାରେ ଜମିଖଣ୍ଡେ କିଣିଥିଲେ ରାମକାନ୍ତ । ଆଜି କାମକୁ ଆସିଲା ତାର ମୂଲ୍ୟ ପାଞ୍ଚଲକ୍ଷ ଏବେ । ଘର ବନିଗଲା ।

ପତ୍ନୀ ପଚାରିଲେ ଟଙ୍କା କିଏ ଦେଲା ? ରମାକାନ୍ତ କହିଲେ, ମୋ ବନ୍ଧୁ ଦେଲେ । ଜମି ତ ବିକି ଘର କଲ । ତୁମର ପୁଣି ବନ୍ଧୁ କୋଉଠୁ ଆସିଲା ? ରମାକାନ୍ତ କହିଲେ, ଜଣେ ବନ୍ଧୁ ସବୁଦେଖେ । ସବୁ ବୁଝେ । ଠିକ୍ ସମୟରେ ସାହାଯ୍ୟ କରେ କିନ୍ତୁ ସେ ଦେଖୁଥାଏ ସାଙ୍ଗ ମୋର କେତେ ସାହସ ଧରି ଆଗେଇ ଚାଲିଛି ପଛେଇ ଗଲେ ବା ଅଳସୁଆ ଲୋକକୁ ସାଙ୍ଗ ସହଯୋଗ କରିବାକୁ ଆସେନାହିଁ । ପତ୍ନୀ ପଚାରିଲେ ଦେଖେଇଲ ସେ ସାଙ୍ଗକୁ । ଆରେ ଏଇଠି ପରା ଦେଖିପାରୁନ ? ପତ୍ନୀ କହିଲେ ସାଙ୍ଗ ଜମି ନଥିଲେ କିଏ ଆଣି ଦେଇଥାନ୍ତା ଦେଖିଥାନ୍ତି ? ରମାନାଥ କହିଲେ ସେତିକି କଥା ତାଙ୍କର ଦାନ ପୁଣି ମୋ କାମରେ ଲାଗିଲା । ପତ୍ନୀ କହିଲେ ମୁଁ ଜାଣିଛି ତୁମେ କେବେ ଥକି ପଡିବନି ଠିକ୍ ବେଳେ ସାହାଯ୍ୟ ମିଳିଯିବ । ରମାକାନ୍ତ କହିଲେ ଏବେ ବୁଝିଲ 

ତ ?



Rate this content
Log in