Akshayakumar Dash

Children Stories Classics

3  

Akshayakumar Dash

Children Stories Classics

ବନ୍ଦେ ଉତ୍କଳ

ବନ୍ଦେ ଉତ୍କଳ

1 min
11.9K


ସରିତା ନବମ ଶ୍ରେଣୀରେ ପାଠ ପଢେ। ଭଲ ଚିତ୍ର ଆଙ୍କେ। ଚିତ୍ର ଅଙ୍କିବା ସହିତ ଝୋଟି ପକେଇବା, ହାତରେ ମାଟିକୁ ଚକଟି ମୂର୍ତି ବି ତିଆରି କରେ । ଗଣେଶଙ୍କ ମୂର୍ତି ବନେଇ ବଜାର ରେ ବିକ୍ରୀ କରେ ।ଭାଲୁକୁଣୀ ମୂର୍ତିଗଢି ବିକେ । ସେଦିନ ଶିକ୍ଷକ ଶ୍ରେଣୀରେ ନୋଟିସ ଶୁଣାଇଲେ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେବାକୁ ଯାଉଛି ।ଉତ୍କଳ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇ ଚିତଅଙ୍କନ ସାଧାରଣ ଜ୍ଞାନ ଓ ବକୃତା ପ୍ରତିଯୋଗିତା ରେ ପ୍ରଥମ ଦୂତୀୟ ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ। ଯେଉଁପ୍ରତିଯୋଗୀ ଭାଗନେବାକୁ ଇଛୁକ ନାମଦିଅ । ସରିତା ଚିତ୍ରକନ ରେ ନାମଦେଲା । ନିଧିଷ୍ଟ ଦିନ ଜିଲା ସଦର ହାଇସ୍କୁଲ ରେ ପ୍ରତିଯୋଗିତା ହେଲା । ପ୍ରଶ୍ନ ଥିଲା ଉତ୍କଳ ଜନନୀ ଓ କଳିଙ୍ଗ ବିର ଚିତ୍ର କୁ ଏକଘଣ୍ଟା ସମୟ ଭିତରେ ଆଙ୍କି ଦେବ। ଜିଲାର ପ୍ରାୟ ଦୁଇଶହ ସ୍କୁଲ ର ଛାତ୍ର ଛାତ୍ରୀ ଭାଗ ନେଇଥାନ୍ତି ପ୍ରଥମ ପୁରସ୍କାର ତିନି ହଜାର ଦୂତୀୟ ୨ହଜାର ଓ ତୃତୀୟ ଏକ ହଜାର ଟଙ୍କା ଥିଲା। ଉକ୍ତ ଅର୍ଥ ରାଶି ଜିଲାର ଶିଳ୍ପ ସଂସ୍ଥା ମାନ ସାହାଯ୍ୟ କରିଥିଲେ କିନ୍ତୁ ଜିଲ୍ଲାପାଳଙ୍କ ପ୍ରତକ୍ଷ ତତ୍ୱଅବଧାନରେପପରିଚାଳିତ ହେେେଥିଲା ।


ସାରିତା ଭାଗନେଇ ପ୍ରଥମ ସ୍ଥାନ ଲାଭକଲା । ସେଚିତ୍ରଟି ଓଡିଶା ମାନଚିତ୍ର ଭିତରେ ଶସ୍ଯସାମଳା ବୃକ୍ଷରାଶି ଓ ପାହାଡ଼ ଘେରା ବନ ପାହାଡ଼ ତାଳ ତମାଳ ବୃକ୍ଷ ଆଢୁଆଳରେ ଉତ୍କଳ ମାତା । ହାତରେ ପୁଷ୍ପ ବୃଷ୍ଟି କରୁଛନ୍ତି ଜନତା। ଝରଣା ଗଡ଼ିଆସି ନଦୀଟିଏ ହୋଇ ସାଗର ରେ ପଡିଛି। ମୋଟ ଉପରେ ଚିତ୍ର କହେ ବନ୍ଦେ ଉତ୍କଳ ଜନନୀ। ସରିତା ପ୍ରଥମ ପୁରସ୍କାର ପାଇ ସ୍କୁଲ ର ସୁନାମ ଆଣି ଥିବାରୁ ପ୍ରଧାନ ଶିକ୍ଷକ ପାଞ୍ଚ ଶହ ଟଙ୍କା ପ୍ରଦାନ କଲ। ଶିକ୍ଷକ ଶ୍ରେଣୀରେ ପଢ଼ୁଥିବା ପିଲା ମାନଙ୍କୁ କହିଲେ।ସରିତା ନିଜ ଆଗ୍ରହ ଓ ସମୟକୁ ସତ୍ ଉପଯୋଗ କରି ଆଜି ଜିଲ୍ଲା ସ୍ତରରେ ବିଜୟ ପ୍ରାପ୍ତ କରିଛନ୍ତି। ଶ୍ରେଣୀ ତରଫରୁ ତାଙ୍କୁ ସମ୍ଭରଧନା ଦେବା ।


Rate this content
Log in