BIBHUTI BHUSAN SWAIN

Others

3  

BIBHUTI BHUSAN SWAIN

Others

ବିଜେତା

ବିଜେତା

1 min
486



ଧନୁ ବିଦ୍ୟାରେ ଅପୂର୍ବ ପାରଦର୍ଶିତା ଅର୍ଜନ କରିଥିବା ଦୁଇ ବାଲ୍ୟ ବନ୍ଧୁ ଘନଶ୍ୟାମ ଓ ରାଧେଶ୍ୟାମଙ୍କ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ସେକଥା ପ୍ରମାଣ କରିବା ପାଇଁ ଦିନେ ଆୟୋଜିତ ହେଲା ଏକ ପ୍ରତିଯୋଗିତା । ଏକ ସୂଉଚ୍ଚ ବୃକ୍ଷର ଅଗ୍ରଦେଶରେ ଥିବା ଫଳକୁ ଲକ୍ଷଭେଦ କରିଥିବା ପ୍ରତିଯୋଗୀକୁ ହିଁ ବିଜେତା ଘୋଷଣା କରାଯିବ ବୋଲି ପ୍ରତିଯୋଗିତାର ସର୍ତ୍ତ ରଖାଯାଇଥିଲା । ପରନ୍ତୁ ଦୁଇ ବନ୍ଧୁ ଅକ୍ଳେଶରେ ଲକ୍ଷ୍ୟଭେଦ କରି ନିଜ ଧନୁବିଦ୍ୟାର ଅପୂର୍ବ ପରିଚୟ ଦେଇ ନିଜକୁ ବିଜେତା ବୋଲି ଘୋଷଣା କଲେ । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରକୃତ ବିଜେତା କିଏ,ସେମାନେ ନିଜ ନିଜ ଭିତରେ ସ୍ଥିର କରି ନ ପାରି ସର୍ବଶେଷରେ ସେମାନେ ପହଂଚିଲେ ଗୁରୁଙ୍କ ପାଖରେ । ନିଜର ଦୁଇ ପ୍ରିୟ ଶିଷ୍ୟଙ୍କ ଆଗମନରେ ଗୁରୁ ଯେତିକି ଆନନ୍ଦିତ ହେଲେ,ସେମାନଙ୍କ ସମସ୍ୟା ଶୁଣି ସେତିକି ବ୍ୟଥିତ ହେଲେ । କିଛି ସମୟ ପରେ ଗୁରୁ ନିଜର ବଜ୍ରଗମ୍ଭୀର ସ୍ୱରରେ ଶୁଣାଇଲେ ନିଜର ନିଷ୍ପତ୍ତି- ରାଧେଶ୍ୟାମ ହିଁ ପ୍ରତିଯୋଗିତାର ପ୍ରକୃତ ବିଜେତା । ଗୁରୁଙ୍କ ନିଷ୍ପତ୍ତିରେ ଘନଶ୍ୟାମ ଅସନ୍ତୋଷ ପ୍ରକାଶ କରି ରାଧେଶ୍ୟାମକୁ ବିଜେତା ଘୋଷଣା କରାଯିବାର କାରଣ ସମ୍ପର୍କରେ ଗୁରୁଦେବଙ୍କୁ ପ୍ରଶ୍ନ କଲେ । ଗୁରୁ ଚିରାଚରିତ ଢଙ୍ଗରେ ଉତ୍ତର ଦେଲେ- "ବତ୍ସ୍ ଘନଶ୍ୟାମ ! ତୁମେ ଓ ତୁମ ବନ୍ଧୁ ରାଧେଶ୍ୟାମ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ନିଜ ପ୍ରତିଭାକୁ ପ୍ରମାଣିତ କରିଛ । ପରନ୍ତୁ, ତୁମେ କୁଳୀନ ବ୍ରାହ୍ମଣ ଘରେ ଜନ୍ମ ହୋଇଥିବା ବେଳେ ରାଧେଶ୍ୟାମର ଜନ୍ମ ଏକ ଗରିବ ଆଦିବାସୀ ପରିବାରରେ । ଅତଏବ୍,ସରକାରଙ୍କ ଆଇନ ଅନୁଯାୟୀ ହରିଜନମାନଙ୍କୁ ଅଗ୍ରାଧିକାର ଦେବା ନ୍ୟାୟରେ ପ୍ରତିଯୋଗିତାର ଉଭୟେ ସମାନ ପ୍ରଦର୍ଶନ କରିଥିଲେ ମଧ୍ୟ ରାଧେଶ୍ୟାମକୁ ବିଜେତା ଘୋଷଣା କରାଗଲା ,ଏଇ ଯେମିତି ନିକଟ ଅତୀତରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟର ଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସମାନ ରନ କରିଥିଲେ ମଧ୍ୟ ଅଧିକ ଚୌକା,ଛକା ମାରିଥିବା ଦୃଷ୍ଟିରୁ ଇଂଲଣ୍ଡକୁ ବିଶ୍ବ ବିଜେତା କରାଯାଇଥିଲା....।"



Rate this content
Log in