Kamal Kumar Dash

Others

2  

Kamal Kumar Dash

Others

ଭୋଜି

ଭୋଜି

2 mins
287



   ରିତା ଓ ଗୀତା ଦି ଜଣ ଭାରି ସାଙ୍ଗ ସବୁ ଆଡେ ସାଙ୍ଗ ହୋଇ ଯାଆନ୍ତି । ରିତା ସ୍କୁଟି ଚଳାଏ ଓ ଗୀତା ତା ପଛରେ ବସି ଯାଏ । ଗୀତାକୁ କିଏ ଡାକିଲେ ସେ ତାଙ୍କୁ କହେ ରିତାକୁ ଡାକିବାକୁ କାରଣ ରିତା ସାଙ୍ଗରେ ଥିଲେ ଯିବା ଆସିବାକୁ ତାର ଡର ନଥାଏ । କବିତା ବୁଝୁ ବା ନବୁଝୁ ରିତା ଗୀତା ସାଙ୍ଗରେ ଯାଏ ଓ ଭୋଜି ଖାଇ ଆସେ । ଗୀତା ଭଲ କବିତା ଲେଖେ ଓ କବି ସମିଳନୀକୁ ଯାଏ ,ଦି ତିନି ଖଣ୍ଡ ବହି ବି ବାହାର କଲାଣି । ଅନ୍ୟ ଭୋଜିରେ ବି ରିତା ଗୀତକୁ ସାଙ୍ଗରେ ନେଇ ଯାଏ କାରଣ ରାତିରେ ଦି ଜଣ ଏକାଠି ଗଲେ ରିତାକୁ ଟିକେ ଭଲ ଲାଗେ । 


   ଥରେ ଜଣେ ବଡ଼ ଅଫିସରଙ୍କର ମାତୃ ବିୟୋଗ ହେଲା । କ୍ରିୟା କର୍ମ ସରିଲା ପରେ 12 ଦିନ ସେ ଅଫିସର ପ୍ରାୟ ସମସ୍ତଙ୍କୁ ଏକ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ । ଅଫିର ଲିଗାଲ ସେଲ୍ ରେ କାମକରୁଥିବା ଓକିଲ ରିତାକୁ ଡାକିଥିଲେ କିନ୍ତୁ ଗୀତାକୁ ଡାକିବାକୁ ଭୁଲି ଯାଇଥିଲେ । ଭୋଜି ଟିକେ ସହର ବାହାରେ ଥିଲା ରାତିରେ ରିତାକୁ ଏକ ଯିବାକୁ ଭଲ ଲାଗିଲାନି । ସେ ଗୀତା କୁ ଡାକିଲା ହେଲେ ଗୀତା  ରାଜି ହେଲାନି । ଗୀତା କହିଲା ସାର ତ ମତେ ଭୁଲି ଗଲେ ,ମୁଁ କାହିଁକି ଯିବି ? ରିତା ତାକୁ ବୁଝାଇଲା ସାର ଭୁଲି ଯାଇଛନ୍ତି ତୁ ମୋ ସାଥିରେ ଚାଲ ତୋତେ ଦେଖିଲେ ସାର ଖୁସିହେବେ । ଗୀତା କହିଲା ତାର ଯଦି ଓଲଟା ହେଲା ସାର କି ତାଙ୍କର କିଏ ପଚାରିଲା ମାଡାମ ଆପଣକୁଆଡେ ? ରିତା କହିଲା ଆରେ ତୁ ବ୍ୟସ୍ତ ହୁଅନି ମୁଁ ସବୁ ସମ୍ଭାଳି ନେବି । ଦିଜଣ ସାତଟା ବେଳେ ଭାଜି ଖାଇ ବାହାରିଲେ କିଛି ବାଟ ଗଲା ପରେ ସ୍କୁଟିର ହାଣ୍ଡେଲ ଟିକେ ହଲିଲା । ଅବଶ୍ୟ ଗୀତାର ଓଜନଟିକେ ଅଧିକ । ସ୍କୁଟି ଠିଆ କରି ଦେଖିଲେ ପଛ ଚକାରେ ପବନ ନାହିଁ । ତା ପରେ କିଛି ବାଟ ସ୍କୁଟି ଗଡ଼ାଇ ଗଡ଼ାଇ ଗଲେ । ତା ପରେ ଗୋଟେ ଦୋକାନ ମିଳିଲା । ଗାଡି ଚକ ପ୍ୟାଚ କଲା ପରେ ଦୁହେଁ ବାହାରିଲେ ।


ସାରଙ୍କ ଘର 10 କିମି ଦୂରରେ ଥିଲା । ତାଙ୍କ ଘରେ ପହଁଚିଲା ବେଳକୁ 9ଟା 30 ହୋଇଯାଇଥିଲା । ଗେଟ ପାଖରେ ଜଣେ ସାଙ୍ଗ ଦେଖା ହେଲେ ସେ କହିଲେ ମାଡାମ କଣ ଏତେ ଲେଟ , ସବୁ ସରି ଗଲାଣି , ଆଉ କିଛି ଲାଭ ନାହିଁ । ଗୀତା କହିଲା ତୁ ଯାଇ ସାର  ଙ୍କୁ ଦେଖା କରି ଆ ,ମୁଁ ଆଉ ଭିତରକୁ କାହିଁକି ଯିବି ? ରିତା କହିଲା ଚାଲ ମୋ ସାଥିରେ । ହେଲେ ଗୀତା ଗଲାନି । ରିତା ଭିତରେ ପଶି ମାଆଙ୍କ ଫଟରେ ଫୁଲ ଦେଇ ସାର ଙ୍କୁ ଖୋଜିଲା ହେଲେ ପାଇଲାନି । ସେ ଦେଖିଲା ଖିରି ଟେବୁଲ ପାଖରେ କିଛି ଲୋକ ଅଛନ୍ତି । ସେଠୁ ଗୋଟେ ଖିରି ଦନI ଧରି ଖାଉଛି ,ସାର ଆସିଲେ ଓ ପଚାରିଲେ ମାଡାମ ଖାଇଲେତ ? ହଁ ସାର କହି ସେ ବାହାରକୁ ଆସିଲା ଓ ଗୀତ। କୁ ଖୋଜିଲା । ଗୀତା ମିଳିଗଲା ଓ କହିଲା ଖାଇବାକୁ ତ କିଛି ନାହିଁ ,ଚାଲ ଜଲ୍ଦି ଚାଲ ମତେ ରାସ୍ତାରେ ଖୁଆଇବୁ । ରିତା ମଜାରେ କହିଲା ତତେତ ସାର ଡାକି ନଥିଲେ ,ତୁ ଖାଲି ମୋ ସାଥିରେ ବଡ଼ି ଗାର୍ଡ ହୋଇ ଆସିଥିଲୁ , ଖାଇବା କଥା ଉଠୁଛି କେଉଁଠୁ । ଏତିକି ଶୁଣି ଗୀତ ଟିକେ ଚିଡ଼ିଗଲା କହିଲା ଚାଲ ମୋ ଘରକୁ । ମୁଁ ତତେ ପଖାଳ ଓ ଚୁଙ୍ଗୁଡ଼ି ଭଜା ଖାଇବାକୁ ଦେବି । ରିତା ଗାଡି ଷ୍ଟାର୍ଟ କଲା ଓ ଦୂରରୁ ସାର ନ୍କ ମାଆ ଙ୍କ ଫଟକୁ ନମସ୍କାର କରି ସ୍କୁଟିରେ ବସିଲା ଗୀତ। । 


Rate this content
Log in