Akshayakumar Dash

Children Stories

3  

Akshayakumar Dash

Children Stories

ଭାଗ୍ୟପରୀକ୍ଷା

ଭାଗ୍ୟପରୀକ୍ଷା

2 mins
580


ଜଣେ ସାଧାସିଧା ବ୍ୟକ୍ତି କୃଷକ ଥିଲେ ।ତାଙ୍କର ନାମ ବିଦ୍ୟାଧର ।ସେ ଭବାନୀପାଟଣା ଗ୍ରାମରେ ରହୁଥିଲେ ।କିଛିଦିନ ତଳେ ଚାଷକାର୍ଯ୍ୟ ପାଇଁ ଅର୍ଥ ଆବଶ୍ୟକ ପଡ଼ିଲା ।ଗ୍ରାମର ମୁଖିଆ ମହାଜନଙ୍କ ପାଖକୁଗଲେ ।କିଛି ଟଙ୍କା ମାଗିଲେ । ବଦଳରେ ତାଙ୍କ ପତ୍ନୀଙ୍କ ସୁନାହାର ବନ୍ଧାଦେଲେ ।


ବର୍ଷେ ପରେ ନିଜକନ୍ୟାର ବିଭାଘର ନିମିତ୍ତ ହାର ମୁକୁଳେଇ ଆଣିବାକୁ ଗଲେ ।ମୁଖିଆର ସୁଧ ଓ ମୂଳ ବାବଦକୁ ଗାଏମୋଟ ପାଞ୍ଚ ହଜାର ଟଙ୍କାପଡିବ ବୋଲି ମୁଖିଆ କହିଲେ ।ଏତେଟଙ୍କା ଦେବାକୁ ତାଙ୍କପାଖରେ ନଥିଲା ।ମନଦୁଃଖରେ ଘରକୁ ଫେରିଲେ ।ସେଇଗ୍ରାମର ଜଣେ ସାଧୁ ଥିଲେ ।ସାଧୁ ଜଣକ ସମସ୍ତ କଥା ଶୁଣି ନିଜେ ସଞ୍ଚୟ କରି ରଖିଥିବା କିଛି ଅର୍ଥ ଦେଲେ କହିଲେ ତୁମେ ତୁମ ପତ୍ନୀଙ୍କ ହାର ଏବେ ଯାଇ ମୁକୁଳେଇ ଆଣ ।ଟଙ୍କାଧରି ବିଦ୍ୟାଧର ମୁଖିଆଙ୍କ ଘରକୁ ଗଲେ ଓ ନିଜ ହାର ମାଗିଲେ ।ମୁଖିଆ ବାକ୍ସଭିତରେ ଥିବା ସୁନାହାରଟିକୁ ବାହାରକରି ଅନ୍ୟହାର ଯାହାକି ଗିଲିଟ ହାର ଟିଏ ଦେଲେ । ବିଦ୍ୟାଧର ନିଜ ପତ୍ନୀଙ୍କ ହାର ନପାଇ ପ୍ରତିବାଦ କରିବାରୁ ମୁଖିଆର ଲୋକ ତାକୁ ଧକା ଦେଇ ବାହାର କରିଦେଲେ ।


ମନ ଦୁଃଖରେ ସମସ୍ତ କଥା ସାଧୁଙ୍କ ପାଖରେ କହିଲେ ।ସାଧୁ ତାଙ୍କୁ ଅପେକ୍ଷା କର କହିଥିଲେ ।କିଛିଦିନ ପରେ ଶଗଡ଼ରେ ଅଜଣାଦମ୍ପତି ଯାଉଥିଲେ ।ତାଙ୍କ ପତ୍ନୀଙ୍କ ବେକରୁ ହାରଟିଏ ଛିଣ୍ଡି ବାଟରେ ପଡିଲା ।


ସେଇବାଟଦେଇ ବିଦ୍ୟାଧର ଯାଉଥିବାବେଳେ ହାରଟିକୁ ପାଇ ଦେଖିଲେ ଯେ ସେ ହାର ତାଙ୍କ ପତ୍ନୀଙ୍କର । ହାର ପଡିଯାଇଥିବା ଜାଣି ସେ ବ୍ୟକ୍ତି ଯେକି ଶଗଡ଼ରେ ଯାଉଥିଲେ ଆସି ତାଙ୍କହାରକୁ ମାଗିଲେ ବିଦ୍ୟାଧର ନିଜ ପତ୍ନୀଙ୍କ ହାର ଓ ପତ୍ନୀଙ୍କର ନାମ ଲେଖାଥିବାର ଦେଖାଇଲେ । ବ୍ୟକ୍ତି ଜଣକ ସହରର ବଡ ବ୍ୟବସାୟୀ ଥିଲେ ।ସେ ସମସ୍ଥ କଥା ବୁଝି ବିଦ୍ୟାଧର ସହିତ ଗ୍ରାମ ମୁଖିଆଙ୍କ ପାଖରେ ପହଁଚିଲେ ।ମୁଖିଆ ତାଙ୍କୁ ଦେଖି ଆଦର କଲେ ।ବ୍ୟକ୍ତିଜଣକ ହାର ଦେଖେଇ କହିଲେ ଆପଣ ବିଦ୍ୟାଧରଙ୍କ ହାର ମତେ ବିକ୍ରୀ କରିଛନ୍ତି ।ମତେ ପାଞ୍ଚ ଲକ୍ଷ ଟଙ୍କା ଦିଅନ୍ତୁ ଓ ହାର ନେଇ ବିଦ୍ୟାଧରକୁ ଦିଅନ୍ତୁ ନଚେତ ଚୋରୀ କରି ମତେ ହାର ବିକିଛନ୍ତି କହି ଆପନଙ୍କୁ ପୋଲିସରେ ଦେବି ।


ଏବେ ମୁଖିଆଙ୍କ ମୁଣ୍ଡ ଘୁରିଗଲା ।ଅସତ କାର୍ଯ୍ୟକରି ବିଦ୍ୟାଧରଙ୍କ ହାରକୁ ବିକ୍ରୀ କରି ତାକୁ ଗୋଟିଏ ରୋଲଗୋଲଡ଼ ହାର ଦେଇଥିବା ଘଟଣା ଚର୍ଚ୍ଚା ସହରରେ ଆଲୋଚନା ହେବାକୁ ନଦେଇ ସମସ୍ତ ଟଙ୍କା ଫେରସ୍ତ କଲେ ।ବିଦ୍ୟାଧର ତାଙ୍କର ହାର ଫେରିପାଇଲେ ।



Rate this content
Log in