ବେତାଳ
ବେତାଳ


ବିକ୍ରର୍ମାଦିତ୍ୟ ଶିକ୍ଷାବିଭାଗ ର ପ୍ରଧାନଶିକ୍ଷକ।ଜଣେ ଦକ୍ଷ ଶିକ୍ଷକ। ତାଙ୍କ ଦକ୍ଷତାର କାରଣ ସେ ଜଣେ ବେତାଳ ନାମଧେୟ କିରାଣୀଙ୍କ ଦ୍ୱାରାପରିଚାଳିତ ହୁଅନ୍ତି । କିରାଣୀ ବେତାଳ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ମନ୍ଦ ବୁଦ୍ଧି ।ମନ୍ଦ ବୁଦ୍ଧି କହିଲେ ଖଲ,କୁଟ,କପଟର ମିଞ୍ଜସ । ବେତାଳ ସନ୍ତୁଷ୍ଟ ନହେଲେ ମନ୍ଦବୁଦ୍ଧି ପ୍ରୟୋଗକରି ଅନ୍ୟ କର୍ମଚାରୀ ମାନଙ୍କୁ ଅସୁବିଧାରେ ପକାଏ ।ଏପରି କି ପ୍ରଧାନଶିକ୍ଷକ ତାର କଥାଶୁଣି ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ହଇରାଣ କରନ୍ତି ।ଜଣେ ଶିକ୍ଷୟତ୍ରୀ ବେତାଳର କାର୍ଯ୍ୟକୁ ବିରୋଧକରି ଥିବାରୁ ବେତାଳ ଶିକ୍ଷୟତ୍ରୀଙ୍କ ଆସିବା ଟିକେ ବିଳମ୍ବହେବା ଯୋଗୁ ନିଧ୍ୟଳୟ ଗେଟରେ ତାଲା ପକାଇ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ ।ଏମିତି କେତେ ସମସ୍ୟା ସୃଷ୍ଟି କରନ୍ତି ।ପ୍ରଧାନଶିକ୍ଷକ ମଧ୍ୟ ତାଙ୍କ ସାହାଯ୍ୟରେ ନିରଦ୍ଵନ୍ଦରେ ନିଜକୁ ପ୍ରତିଷ୍ଠା କରନ୍ତି ।
କିରାନି ବେତାଳ ବେଳେବେଳେ ପ୍ରଧାନଶିକ୍ଷକ କାର୍ଯ୍ୟ ତୁଳାନ୍ତି ।ଯେଉଁଦିନ ପ୍ରଧାନଶିକ୍ଷକ ଅନୁପସ୍ଥିତ ରୁହନ୍ତି ସେଦିନ ବେତାଳ ସ୍କୁଲ କାର୍ଯ୍ୟ ଚଳାଏ ।ଖେଳ ଶିକ୍ଷକ ସମେତ କେତେଜଣ ଚପରସି ପିଅନକୁ ହାତରେ ରଖି ଜିଅଳ ଖେଳନ୍ତି ।
ବେଳେବେଳେ ପ୍ରଧାନଶିକ୍ଷକଙ୍କ ସହିତ ବେତାଳର ତାଳମେଳ ନପଡିଲେ ବେତାଳ ତାର ପୁରୁଣା ଅଭ୍ୟାସ ପ୍ରୟୋଗ କରି କୌଶଳରେ ବାଟକୁ ଆଣେ । ପ୍ରଧାନଶିକ୍ଷକ ବେତାଳ ଜାଲରୁ ବାହାରିଆସିବା ସହଜ ନୁହେଁ । ଦିନେ ବେତାଳ ବିକ୍ରମଦିତ୍ୟଙ୍କୁ କହିଲା ସାର ଆପଣ ନଆସିଲେ ବି ମୁଁ ସ୍କୁଲ କାର୍ଯ୍ୟ ତୁଲାଇ ଦେବି । ପ୍ରଧାନଶିକ୍ଷକଙ୍କର ଭରସା ନଥାଏ ବେତାଳ କଥାରେ । ନିଜକାର୍ଯ୍ୟ ତୁଲେଇ ବାକୁ ଯାଇ ହୁସିଆର ଥାଆନ୍ତି ।
ଦିନେ ବିକ୍ରମଦିତ୍ୟ ଓ ବେତାଳ ଦୁହେଁ ବସି କଥା ହେଉଥିଲେ । ବିକ୍ରମଦିତ୍ୟ କହିଲେ ବେତାଳ ବାବୁ ଆପଣ ନଥିଲେ ମୁଁ ହଇରାଣରେ ପଡ଼ିଯାଏ ।ଏଠି କା ଉପରେ ମୋର ବିଶ୍ୱାସ ନାହିଁ କେବଳ ଆପଣଙ୍କଉପରେ ବିଶ୍ୱାସ । ବେତାଳ କହିଲେ ଆପଣ ତଥାପି ମୋକଥା ଶୁଣିନାହାନ୍ତି ବଡ଼ ବଡ଼ ବିପଦରୁ ଆପଣଙ୍କୁ ବଞ୍ଚେଇଛି । ବିକ୍ରମଦିତ୍ୟ କହିଲେ ମୁଁ ମଣୁଛି ହେଲେ ଆଉକଣ କରିଥାନ୍ତି ସେ ମାଷ୍ଟର ବିଲ ତାର ହାତରେ ପଠେଇ ଖର୍ଚ୍ଚ ବାବଦ କିଛି ଟଙ୍କା ଦେଇଆସିବାକୁ କହିଥିଲି । ହେଲେ ସେ ବିନାଟଙ୍କା ରେ ଦେଇଆସିଲା । ତାକୁ ପୁଣି କହିଲି ଚାକିର ପୁସ୍ତକର କପି ଦେବାପାଇଁ ସେ ଓଲଟି ମୋତେ କାନମୋଡି ଟଙ୍କାନେବି ବୋଲି କହୁଛି ।ଏଥିରେ କଣ କରାଯାଇପାରେ ।ବେତାଳ କହିଲେ ଏବେ ତାର ଅନୁପସ୍ଥିତ ଦିନଗୁଡିକ ଛକିମାରି ଦେଖ?
ବେତାଳ କଥାରେ ଏକମତ ହେଲେ ବିକ୍ରମଦିତ୍ୟ । ଅତିଥି ଶିକ୍ଷକଙ୍କୁ ଉଚିତ ଶିକ୍ଷା ମିଲବ। ବେତାଳ ଓ ବିକ୍ରମଦିତ୍ୟଙ୍କ ଛଳନାର ଶିକାରହେଉଥିବା ବନ୍ଧୁମାନେ ବିଚାର କରିବେ ।