Amiya Bej

Others

3  

Amiya Bej

Others

ବେଇମାନୀ

ବେଇମାନୀ

1 min
7.2K


ବାଟସାରା କେତେ ଭଲ ଭଲ କଥାସବୁ କହିକହି ଆସିଲା ପିଲାଟା । ଦକ୍ଷିଣ ରେ ସମସ୍ତେ ପ୍ରାୟ ଶିକ୍ଷିତ ଓ ମାର୍ଜିତ । ଡ୍ରାଇଭର ହେଲେବି ଇଂରାଜୀରେ ଢେର ନିୟନ୍ତ୍ରଣ ପିଲାଟିର । ଗାଡି ପାର୍କିଂ ରେ ଲଗାଇ ନିଜେ ରାସ୍ତା ଏପଟକୁ ଲଗେଜ୍ ସବୁ ବୋହି ଆଣିଲା , ମୁଁ ଯେତେ ମନାକଲେ ବି । ଖୁସି କରିଦେଲା ଅଜଣା ପିଲାଟି ଯଦିଓ ଏଇମାତ୍ରେ ତାକୁ ଭୁଲିଯିବି ମୁଁ । ହିସାବ ଛିଡାଇ ଷ୍ଟେସନ୍ ଭିତରକୁ ପଶିଲି । ଛି! କାହାକୁ ତୁମେ ଭଲପାଇବ? ସେଇ ଶିକ୍ଷିତ , ମାର୍ଜିତ ଦକ୍ଷିଣ ପିଲାଟା ହିଁ ମୋତେ ଠକିଦେଇଥିଲା । ବଳକା ପଇସା ଫେରାଇବା ଭିତରେ ଦୁଇଖଣ୍ଡ ନକଲି ପଚାଶ ଟଙ୍କା ଧରାଇ ଦେଇଥିଲା ମୋତେ । ରେଲୱେ କ୍ୟାଣ୍ଟିନ୍ ବାଲା ମୋତେ ଧରିଦେଲା । ଖୁବ୍ ଅପମାନବୋଧ ହେଲା ଅଚିହ୍ନା ଯାଗାରେ । ଭୁଲିବାକୁ ହେବ ଜୀବନର ଏଇପରି ଛୋଟ ଦୁର୍ଘଟଣା ସବୁକୁ । ଟ୍ରେନ୍ ର ସମୟ ଠିକ୍ ଥିଲା । ଦୁଇଦିନ ର ଯାତ୍ରା । ନିଶ୍ଚିତ ବିରକ୍ତିକର ତଥାପି ଚାରାନାହିଁ। ଯାହେଉ ପହଞ୍ଚିଲା ପରେ ସ୍ମୃତି ସାଉଁଟୁ ସାଉଁଟୁ , ସମସ୍ତିଙ୍କୁ ସେ ନକଲି ନୋଟ୍ ର କାହାଣୀ ବି କହିଲି ମୁଁ । ଘରସାରା ଆଗ୍ରହ କଲେ ଦେଖିବାକୁ ନକଲି ପଇସାକୁ । କେମିତି ଥିବ ତା'ର ଅବିକଳ କଳେବର !!! କାଇଁ ! ଦୁଇଟି ଯାକ ନକଲି ନୋଟ୍ ପର୍ସରୁ ଉଭାନ୍ ! କୁଆଡ଼େ ଗଲା ସେ ପାପର ବୋଝ? ଦେଇଦେଲି କି ଅଜାଣତରେ ଟ୍ରେନ୍ ଭିତରର ବୁଲା ବିକାଳି ଙ୍କୁ ! ଚା - କଫି - ନାସ୍ତା କିଣିବା ବେଳକୁ । ହେଇଥିବ । ଭଦ୍ରମଖା ଙ୍କୁ କ'ଣ ଅବିଶ୍ୱାସ ? ଗରିବ ଟେ ଠକିଗଲା ମୋଠୁଁ । ଭାବୁଥିବ ନିଶ୍ଚୟ ମୋ'ପରି " ଭଲପାଇବ କାହାକୁ "? ଛି ! ଦ୍ୱନ୍ଦ ଏତିକି ଯେ ସେ ଦକ୍ଷିଣ ପିଲାଟା ବେଇମାନ୍ ଥିଲା କି ନଥିଲା ? ହୁଏତ ସେ ବି ଅଜାଣତରେ ମୋ' ପରି .......॥


Rate this content
Log in