Rasmi Rekha Tripathy

Others

3  

Rasmi Rekha Tripathy

Others

ବଡ – ସାନ

ବଡ – ସାନ

1 min
7.2K



ମୁଁ ବୁଝି ପାରେନି, ମୁଁ ଏକା ସାଙ୍ଗରେ ବଡ ଓ ସାନ କେମିତି ହୋଇଯାଏ ? ମମ୍ମି ସେ ଦିନ ଗାଳି ଦେଇ କହିଲା, “ ବଡ ପିଲା ହେଲୁଣି l ଏତିକି ବୁଦ୍ଧି ନାହିଁ ? ସାନ ଭାଇ ସାଙ୍ଗରେ ଝଗଡା କରୁଛୁ ?  ବର୍ତ୍ତମାନ ତୁ ତାର ଦାୟିତ୍ୱ ନେବା କଥା l” ମୁଁ ମମ୍ମିର କଥାକୁ ଗୁରୁତ୍ୱର ସହ ଗ୍ରହଣ କଲି ଓ ସେହି ଦିନ ଠାରୁ ଭାଇର ସବୁ କଥା ବୁଝିଲି l

କିନ୍ତୁ ଆଉ ଦିନେ ଭାଇର admission ବିଷୟ ନେଇ ଘରେ ଆଲୋଚନା ଚାଲିଥିଲା l ମୋତେ ଆମ ସ୍କୁଲ୍ ଭଲ ଲାଗେନି l ମୁଁ କହିଲି, ଭାଇକୁ ଅଲଗା ସ୍କୁଲରେ ପଢାଯିବ l ସାଙ୍ଗେ ସାଙ୍ଗେ ମମ୍ମି କହିଲା, ତୁ ଛୋଟ ପିଲା l ତୋର ଏ ସବୁଥିରେ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ l

ମୁଁ ବୁଝି ପାରିଲିନି, ମୁଁ ଏକା ସାଙ୍ଗରେ କେମିତି ବଡ ଆଉ ସାନ ହୋଇଗଲି ? ? ?


Rate this content
Log in