STORYMIRROR

kamal kumar dash

Others

3  

kamal kumar dash

Others

ବାତ୍ୟା ପରେ

ବାତ୍ୟା ପରେ

1 min
605

ବାତ୍ୟା ଫନି ପରେ କରେଣ୍ଟ ନଥିଲା କି ପାଣି ବି ନଥିଲା ଅନେକଙ୍କ ଘରେ । ପାଖ ଘର ଛୋଟ ଝିଅଟିଏ ଛୋଟ ବାଲ୍ଟି ଧରି ପାଣି ମାଗିବା ପାଇଁ ଆମ ଘର କୁ ଆସିଲା ଓ କହିଲା ଅଙ୍କଲ ଗୋଟେ ବାଲ୍ଟି ପାଣି ଦେବେ , ଆମ ଘରେ କିଛି ପାଣି ନାହିଁ ? ସେମାନେ ଏଇ ଅଳ୍ପ ଦିନ ହେଲା ଆମ ପାଖ ଘରେ ଆସି ଭଡାରେ ରହୁଥିଲେ । ମୁଁ ଜାଣି ଥିଲି ସେ ଛୋଟ ଝିଅଟି ପାଣି ବାଲ୍ଟି ଟେକି ନେଇ ପାରିବ ନାହିଁ । ତେଣୁ ପାଣି ବାଲ୍ଟି ନେଇ ତାଙ୍କ ଦୁଆରେ ରଖିଲି ।


ଘରୁ ତା ମା ବାହାରି ମତେ ନମସ୍କାର କରି ଧନ୍ୟବାଦ ଦେଲେ ଓ ପାଣି ବାଲ୍ଟି ନେଇ ଘରକୁ ବାହାରିଲେ । ତାଙ୍କୁ ଦେଖି ଚିହ୍ନିଲା ପରି ଲାଗିଲା ମୁଁ କହିଲି ତୁମେ ମିତା କି ? ସେ ହସିକି କହିଲା ୟୁ ଆର ରାଇଟ ସାର । ମିତା ମୋର କଲେଜର ସାଙ୍ଗ ଥିଲା । ମୁଁ ପଚାରିଲି ଆରେ ମିତା ତୁ ଏଠି କେବେଠୁ ରହିଲୁଣି ? ସେ କହିଲା ଦିନ ହେବ । ତୋ ମିଷ୍ଟର କଣ କରନ୍ତି ? ସେ କହିଲା ,ଫାର୍ମାସିଷ୍ଟ ଆମେ , ଟାଟାରେ ଥିଲୁ ଏବେ ଏଠି ଗୋଟେ ହସ୍ପିଟାଲ ରେ ପୋଷ୍ଟିଂ ମିଳିଲା ତ ଚାଲି ଆସିଲୁ ଘର କଥା ବୁଝିବାକୁ ପଡ଼ିବ ନା , ବାପା ମାଆଙ୍କ ବୟସ ଅଧିକା ହେଲାଣି ।


ସେ କହିଲା ମୁଁ ଭାଉଜଙ୍କୁ ଚିହ୍ନିଛି ହେଲେ ତୁମକୁ କେବେ ଦେଖି ନଥିଲି । ମୁଁ କହିଲି ସମୟ ହେଲେ ଶ୍ରୀମାନଙ୍କୁ ଧରି ଆମ ଘରକୁ ଆସ । ମୁଁ ଆଗକୁ ବଢୁଥିଲି ପଛରୁ ସାନ ଝିଅଟି ହସିକି ଥାଙ୍କ ୟୁ ଅଙ୍କଲ କହୁଥିଲା ।



Rate this content
Log in