STORYMIRROR

Paramita Mishra

Others

3  

Paramita Mishra

Others

ବାପାଙ୍କ ଶିକ୍ଷା

ବାପାଙ୍କ ଶିକ୍ଷା

1 min
14.2K


ବାପାଙ୍କ ଶିକ୍ଷା

ଦଶହରା ସମୟ,ଘରେ ସଭିଁଏ ଚଳ ଚଞ୍ଚଳ।ସ୍ମିତା ଛୁଟି ରେ ଘରକୁ ଆସିଛି।ଦଶହରା ପୁଣି ତା ପରେପରେ କୁମାର ପୁର୍ଣ୍ଣିମା।ସମସ୍ତଙ୍କ ପାଇଁ ଲୁଗା ପଟା କିଣା ହୋଇ ଆସିଛି,ମା ପଡିଶା ମାଉସି  ଆଉ କେତେ ଜଣ ସଖି ମାନଙ୍କୁ ସବୁ ଲୁଗା ପଟା ଦେଖେଇ ତାର ଦାମ ତଥା କପଡା ର ବିସ୍ତାରିତ ଜ୍ଞାନ ଦେଉଥିଲେ।ସେମାନେ ଗଲା ପରେ ବାପା ମାଆଙ୍କୁ କହିଲେ ,କାହିଁକି ଏତେ ଦାମିକା ଲୁଗା ପଟା ସବୁ ଆଣୁଥିଲ!ଆଉ କେଇ ଦିନ ଗଲା ପରେ ତ ପୁଣି ବହେ ନେଇ ଆସିବ।ମାଁ ମଜାଳିଆ ଅନ୍ଦାଜ ରେ କହିଲେ,ଆଉ ନହେଲେ ଡାକ୍ତର ବାବୁକଂ ପୁଅ,ଝିଅ ଆଉ ଶସ୍ତା କପଡା ପିନ୍ଧିବେନା!

  ବାପାଙ୍କ କିଛି କପଡା ତାଙ୍କୁ ଠିକ ବସୁନଥିଲା,ତେଣୁ ଫେରେଇବାକୁ ଗଲେ।ସେଠି ବାପା ନିଜ ଲାଗି ନିଜ ପସନ୍ଦର ଅଥଚ ଏକ ସଧାରଣ ସାର୍ଟଟିଏ କିଣି ଆଣିଲେ।ମାଁ ସେଠି ତ କିଛି କହିଲେନି କିନ୍ତୁ ଘରକୁ ଆସିଲା ପରେ ଭାରି ବିରକ୍ତ ହେଲେ,ସ୍ମିତା ବାପାଙ୍କ ଧିରେ କରି ପଚରିଲା , କାହିଁକି ଏ ଶସ୍ତା ସାର୍ଟ ଟା ଆଣୁଥିଲ ବାପା,ମାଁ ଯୋଉଟା କହୁଥିଲା ତାକୁ ଆଣିଲନି?ବାପା କିନ୍ତୁ ବଡ ଜୋର ପାଟି ରେ ମାଁ କୁଂ ଶୁଣେଇଲା ପରି କହିଲେ,ଆଲୋ ମା, ତୁମେମାନେ ସିନା ଡାକ୍ତରର ଝିଅ ତେଣୁ ଦାମିକିଆ ଲୁଗା ନପିନ୍ଧିଲେ ହେବନି ,ହେଲେ ମୁଁ ତ ଜଣେ ଚାଷୀର ପୁଅ ,ମାଟିରେ ଗଢା ଆମ ଶରୀର, ଏଇ ଶସ୍ତା ସାର୍ଟ ଖଣ୍ଡକ ବି ମୋ ପାଇଁ ବହୁତ୍ ବୁଝିଲୁ।          

Paramita mishra

                                                     8050874550


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍