BIBHUTI BHUSAN SWAIN

Others

3  

BIBHUTI BHUSAN SWAIN

Others

ଔଷଧ

ଔଷଧ

1 min
671



ସୁପ୍ରସିଦ୍ଧ ସ୍ତ୍ରୀରୋଗ ବିଶେଷଜ୍ଞ ଡ.ଦାସଙ୍କ ସହ ନିଜ ରୋଗର ଚିକିତ୍ସା ସମ୍ବଦ୍ଧରେ ଆଲୋଚନା କରୁଥାନ୍ତି ମିସେସ୍ ଲିସା ସାମନ୍ତ । ହଠାତ୍ କିଛି ଭାଙ୍ଗିବାର ଶବ୍ଦ ଶୁଣି ଚମକି ପଡିଲେ ସେ । ଦେଖିଲେ ତାଙ୍କର ତିନି ବର୍ଷର ପୁଅ ଗୁଡଲୁ ଡାକ୍ତରଙ୍କ ଚାମ୍ବରରେ ଥିବା ଆଲମିରା ଭିତରୁ କିଛି ମେଡିସିନ ବକ୍ସ ତଳକୁ ଝିଙ୍କି ଆଣି ସେଗୁଡିକ ସହ ଖେଳିବାରେ ବ୍ୟସ୍ତ । ପୁଅର ଦୁଷ୍ଟାମୀରେ ଲିସା ବିଚଳିତ ହୋଇ ନିଜ ପୁଅ ଉପରେ ବିରକ୍ତ ହୋଇ ମେଡିସିନ ବକ୍ସଗୁଡିକୁ ପୁଣି ଆଲମିରା ଭିତରେ ସଜାଡିବାକୁ ଲାଗିଲେ ।


ଡ.ଦାସ ଲିସାଙ୍କୁ ବ୍ୟସ୍ତ ନ ହେବାକୁ କହି ପୁଣି ଆଲୋଚନାରେ ମନ ଦେଲେ । କଥା ପ୍ରସଙ୍ଗରେ ଲିସା ନିଜ ଏକମାତ୍ର ଗେହ୍ଲବସର ପୁଅର ମାତ୍ରାଧିକ ଦୁଷ୍ଟାମୀ ବିଷୟରେ କହିବା ସହ ପୁଅର ଦୁଷ୍ଟାମୀ କମ କରିବା ପାଇଁ କିଛି ଔଷଦ ଦେବାକୁ ଡାକ୍ତରଙ୍କୁ ଅନୁରୋଧ କଲେ । ଡ.ଦାସ କିଛି କ୍ଷଣ ଚିନ୍ତା କରି ଲିସାଙ୍କୁ ତାଙ୍କ ମୋବାଇଲ ଦେବାକୁ କହିଲେ । ଲିସା ନିଜ ଅତ୍ୟାଧୁନିକ ଦାମୀ ଆଣ୍ଡ୍ରଏଡ୍ ମୋବାଇଲଟି ଭ୍ୟନିଟି ବ୍ୟାଗରୁ କାଢି ଡାକ୍ତରଙ୍କ ହାତକୁ ବଢାଇଦେଲେ । ଡାକ୍ତର ସାହେବ କାଳବିଳମ୍ବ ନ କରି ମୋବାଇଲକୁ ପୁଅ ଗୁଡଲୁ ହାତରେ ଧରାଇଦେଲେ । କିଛି କ୍ଷଣ ପରେ ଦେଖାଗଲା- ସଦାଚଂଚଳ ଗୁଡଲୁ ସୁନା ପିଲାଟି ପରି ଚୌକିରେ ବସି ମୋବାଇଲରେ ବ୍ୟସ୍ତ ଅଛି ।



Rate this content
Log in