ଅପମାନ
ଅପମାନ
ସେଦିନ ଥିଲା ସାଧାରଣ ତନ୍ତ୍ର ଦିବସ। ବିଦ୍ୟାଳୟର ପିଲାମାନେ ଖୁସିହୋଇ ସ୍କୁଲକୁ ଆସିଲେ।ସମସ୍ତେ ୟୁନିଫର୍ମ ପିନ୍ଧିଥିଲେ। ଶିକ୍ଷକ ମାନେ ଯଥାସମୟରେ ସ୍କୁଲରେ ପହଁଚିଲେ।ପିଲାମାନେ ଲାଇନରେ ଠିଆହେଲେ।ଗୋଟିଏ ଧାଡିରେ ପୁଅ ଅନ୍ୟ ଧାଡିରେ ଝିଅପିଲା।ଖେଳ ଶିକ୍ଷକ ଧାଡିକୁ ସଜାଡ଼ିନେଲେ।ଏବେ ପିଲାମାନେ ପ୍ରଭାତ ଫେରି ପାଇଁ ଆଗେଇଲେ।ଗାଁକୁ ଯାଇ ବୁଲିବା ଆଗରୁ ପରମ୍ପରା ଅଛି। ଖେଳ ଶିକ୍ଷକ ହୁଇସିଲ ମାରିଲେ।ପିଲାମାନେ ଆଗକୁ ପାଦ ବଢ଼େଇଲେ।ରଘୁପତି ରାଜାରାମଓ ସ୍ଲୋଗାନ ଦିଆଗଲା। ଭାରତ ମାତାକୀ ଜୟ,ଗଣତନ୍ତ୍ର ଦିବସକୀଜୟ ସୁବାସ ବୋଷକୀ ଜୟ ପିଲାମାନେ ଆଗରେ ପଛରେ ଶିକ୍ଷକମାନେ ଚାଲିଥାନ୍ତି।ଗାଁ ଭିତରେ ଥିବା କ୍ଲବ ଆଗରେ ପତାକା ଉତ୍ତୋଳନ ହେଲା।ଗାଁ ର ଯୁବକମାନେ ଏଥିରେ ସାମିଲ ହେଲେ।ପ୍ରଭାତ ଫେରିପରେ ବିଧ୍ୟାଳୟର ରେ ପତାକା ଉତ୍ତୋଳନ କରି ପ୍ରଧାନ ଶିକ୍ଷକ ଛାତ୍ରମାନଙ୍କୁ ଅଭିଭାଷଣ ଦେଲେ।ଏହାପରେ ସାଧାରଣ ସଭା ଅନୁଷ୍ଠିତ ହେଲା।ପିଲାମାନଙ୍କ ଭିତିରୁ କହିଲା ପରେ କିଛି ନିମତ୍ରିତ ବ୍ୟକ୍ତି ଭାଷଣ ଦେଲେ।ଏହାପରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ପ୍ରଧାନ ଶିକ୍ଷକ କିଛି ଶିକ୍ଷକଙ୍କ ନାମ ଡାକି ଭାଷଣ ଦେବାପାଇଁ କହିଲେ।ଜଣେ ଶିକ୍ଷକ ଯେକି ପ୍ରତେକ ସଭାରେ ପିଲାମାନଙ୍କୁକିଛି ଉଦବୋଧନ ଦିଅନ୍ତି, ତାଙ୍କୁ ପ୍ରଧାନ ଶିକ୍ଷକ ବାଦ ଦେଲେ।ଶିକ୍ଷକ ଜଣକ କିଛି କହିବା ପାଇଁ ଚାହିଁଲେ।ପ୍ରଧାନ ଶିକ୍ଷକ ସଭାରେ ତାଙ୍କୁ କହିବାକୁ ଅନୁମତି ଦେଇନଥିଲେ।ପିଲାଙ୍କ ସାମ୍ନାରେ ତଥା ସଭାରେ ଓ ଅନ୍ୟମାନଙ୍କ ପାଖରେ ଶିକ୍ଷକଜଣଙ୍କୁ ଅପମାନିତ ବୋଧ କଲେ।ସଭା ଭଙ୍ଗ ହେଲା। ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହେଲାପରେ ଯେଝା ଘରକୁ ଗଲେ। ଏହି ଶିକ୍ଷକ ଜଣଙ୍କ ପ୍ରଧାନ ଶିକ୍ଷକଙ୍କୁ ଭେଟି ପଚାରିଲେ, ମୋତେ ପିଲାଙ୍କୁ କିଛି କହିବାକୁ ଅନୁମତି ଦେଲେନାହିଁ କାହିଁକି,।ପ୍ରଧାନ ଶିକ୍ଷକ ଆଳ କରି କହିଲେ, ସମୟ ନଥିଲା। ଶିକ୍ଷକ ଜଣକ କହିଲେ, ପାଞ୍ଚ ମିନିଟ ସମୟ ଦେଇପାରିଥାନ୍ତେ।ପ୍ରଧାନ ଶିକ୍ଷକଙ୍କୁ କହିଲେ, ଗଣତନ୍ତ୍ର ଦିବସ ପାଇଁ ଆପଣ ମୋର ମୁଖ ବନ୍ଦ କରିବାକୁ ଛଳନା କଲେ।ସବୁ ଶିକ୍ଷକ କୁହନ୍ତି ନାହିଁ, ଯେଉଁମାନେ ସଭା ସମିତିର କୁହନ୍ତି ତାଙ୍କୁ ତ ମିନିଟିଏ କି ଦୁଇମିନିଟ ସୁଯୋଗ ଦେବାଥିଲା।ପିଲାମାନେବି ଶୁଣିବାକୁ ଉଛୁକ ଥିଲେ।ଆପଣ ନିରପେକ୍ଷ ବିଚାର କରିନାହାନ୍ତି।ତେବେ ମୁଁ ମଧ୍ୟ ଦୁଃଖିତ ଏପରି ହୀନ ମାନ୍ୟତାର ଶିକାର ହେବିଵୋଲି।ସେ ଶିକ୍ଷକ ଜଣକ ଅତିଥି ଶିକ୍ଷକ ଥିଲେ।ବିଧ୍ୟାଳୟର ଶିକ୍ଷକ ନିଯୁକ୍ତି ନ ହୋଇ ପାରିଲେ ସରକାର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ନିମିତ୍ତ ପ୍ରେରିତ କରିବାର ନିର୍ଦ୍ଦେଶ ଥିଲା।ସେଇ ଶିକ୍ଷକ ଅପମାନିତ ବୋଧ କରି ବିଦ୍ୟାଳୟକୁ ଶିକ୍ଷାଦାନ ନିମିତ୍ତ ଓହରି ଆସିଲେ।
ମଣିଷ ସାମାଜିକ ଜୀବନରେ ପରଷ୍ପର ସହାନୁଭୂତି, ସମ୍ପର୍କ ଆଶା କରେ। ଯଦି ତାର ମନଲାଖି ପରିବେଶ ନମିଳେ ତେବେ ସେ ସ୍ଥାନ ଛାଡି ଦେବାକୁ ପଡେ।ଜଣେ ବୟସ୍କ ବ୍ୟକ୍ତି ଓ ଶିକ୍ଷକଙ୍କପ୍ରତି ଏହାଥିଲା ଅପମାନ।
