Kamal Kumar Dash

Others

2  

Kamal Kumar Dash

Others

ଅଫର 2

ଅଫର 2

2 mins
513



ଏହା ଭିତରେ ଗୋଟେ ସପ୍ତାହ ବିତି ଗଲାଣି । ରାମ ସିଲିର ଅଫର କଥା ଅନେକ ଭାବିଛି ହେଲେ ସିଲିକୁ କଣ କହିବ କିଛି ଠିକ କରି ପାରୁନି । ଗୋଟେ ରବିବାର ଆସି ଚାଲି ବି ଗଲାଣି । ସେ ମନେ ମନେ ଭାବୁଥାଏ ସିଲି ପିଲା ଖରାପ ନୁହେଁ ,ହେଲେ ସହରରେ ବାହା ହୋଇ ଚାଲିବାକୁ ତା ପାଖରେ ପଇସା କାହିଁ । ଭାବିଲା ସନ୍ଡ଼େ ଯାଇ ସିଲିକୁ ମନା କରିଦେଇ ଆସିବ । ରବିବାର ଦିନ 4ଟା ପରେ ପାର୍କରେ ପହଁଚିଲା ଗେଟ ପାଖରେ ସିଲି ତା ପାଇଁ ବୋଧେ ଠିଆ ହୋଇଥିଲା ତାକୁ ଦେଖି ଖୁସିରେ ଦୌଡ଼ି ଆସିଲା । ଟିକେ କଡ଼ କୁ ଡାକି ନେଇ କହିଲା ଗଲା ସନ୍ଡେ ଆସିଲାଣି ଯେ ? ରାମ କହିଲା କିଛି କାମ ଥିଲା ସେଥିପାଇଁ ଘରକୁ ଚାଲିଯାଇଥିଲି । ସିଲି ଫୁଣି ପଚାରିଲା କଣ ଠିକ କଲ କହୁନ ? ରାମ କହିଲା କଣ ବା କହିବି ଏତେ କମ ଦରମIରେ କଣ ବାହା ହୋଇ ଚଳି ହେବ ? କିଛିଦିନ ଯାଉ ତା ପରେ ଚିନ୍ତା କରିବା । ସିଲି କହିଲା ଦେଖ, ତୁମର ଓ ମୋର ଦରମା ମିଶିଗଲେ ଟିକେ ବଢ଼ିଯିବନା ? ଦି ଜଣ ମିଶି ଟିଉସନ କରିବା ,ମୁଁ ଭାବୁଛି ମ୍ୟାନେଜ ହୋଇଯିବ ।


ରାମ କିଛି ସମୟ ଭାବି କହିଲା ଟିଉସନ କଲେ ମୋର ପ୍ରିପାରେସନ ପାଇଁ ଟାଇମ କମିଯିବ ଓ ବିନା ପ୍ରିପାରେସନ ରେ ବଡ଼ ଚାକିରୀର ଆଶା ମଉଳି ଯିବ । ସିଲି କହିଲା ଆଛା ମୁଁ ଟିଉସନ କରିବି ଓ ତୁମେ ପଢିବ ,ହେଲା । ରାମ ଏବେ ଚିନ୍ତାରେ ପଡିଗଲା । ସିଲି କହିଲା ଏତେ ଚିନ୍ତା କରନି ଏବେ ତୁମର ପରୀକ୍ଷା ଦେବାର ଆଛି । ଆରେ କି ପରୀକ୍ଷା ? ରାମ ପଚାରିଲା । ସିଲି କହିଲା ,ଟିକେ ଆଗରେ ମୋ ବୋଉ ଓ ମାଉସୀ ବସିଛନ୍ତି ,ପ୍ଲିଜ ତାଙ୍କ ସାଙ୍ଗରେ ଟିକେ କଥା ହୋଇଯା । ରାମର ମୁଁହର ରଙ୍ଗ ବଦଳି ଗଲା ,ଏତେ ଶୀଘ୍ର ସେ ବାହା ଘର ଇଣ୍ଟେରଭୂ ଦେବାକୁ ବିଲକୁଲ ପ୍ରସ୍ତୁତ ନଥିଲା । ରାମ ଧୀରେ କହିଲା ଦେଖ ସିଲି ପରେ କଥା ହେଲେ ହେବନି ଏବେ ମତେ ଭଲ ଲାଗୁନି । ସିଲି କହିଲା ତୁମେ ଚୁପ ଚାପ ଠିଆ ହେବ ସବୁ ମୁଁ କହିବି । ସେ ଫୁଣି କହିଲା ଦେଖ ତୁମେ ସେମାନଙ୍କ ସଂଗେ କଥା ନ ହେଲେ ସେମାନେ 10/15 ଦିନ ଭିତରେ ବାହା ଘର କରିଦେବେ ଓ ମୁଁ ଏବେ ସେ ସବୁ ଝିନଝଟରେ ପଡ଼ିବାକୁ ଚାହୁଁନି , ଥରଟେ କଥା ହୋଇଯାଅ ପରେ ବାକି କଥା ଡ଼ିସIଇଡ କରିବା ।

      

ରାମକୁ ସିମେଣ୍ଟ ବେଞ୍ଚରୁ ଟାଣି ଉଠଇଲା ସିଲି ଓ ଟିକେ ଦୂରରେ ବସିଥିବା ବୋଉ ଓ ମାଉସୀଙ୍କ ପାଖକୁ ନେଇଗଲା । ରାମ ନମସ୍କାର କରି ଠିଆ ହେଲା ସୁନା ପିଲାଟି ପରି । ମାଉସୀ ପଚାରିଲେ ଘରେ କିଏ ସବୁ ଅଛନ୍ତି ? ରାମ କହିଲା ବାପା ମା ଓ ଭଉଣୀ । ଏଠି କଣ କରୁଛ ? ମୁଁ ଏଠି ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲ୍ ରେ ଟିଚର ଅଛି  ଓ କିଛି ପରୀକ୍ଷା ପାଇଁ ପଢା ପଢି କରୁଛି । ସିଲି ର ବୋଉ ପଚାରିଲେ ବାବା ତମେ କଣ ସିଲି ସାଥିରେ ପଢୁଥିଲ ? ରାମ କିଛି କହିବା ଆଗରୁ ସିଲି କହିଲା । ତତେ ମୁଁ ତ ଆଗରୁ କହିଛି ରାମ ଓ ମୁଁ ଏକାଠି ପଢ଼ୁଥିଲୁ । ରାମ ନମସ୍କାର କରି ବାହାରିଲା ,ପଛରୁ ବୋଉ କହିଲେ ରାମ କେବେ ସମୟ ହେଲେ ଘରକୁ ଆସିବ । ହଉ ମାଉସୀ କହି ରାମ ଚାଲିବାକୁ ଆରମ୍ଭ କଲା । ସିଲି କିଛି ଦୂର ତା ସହିତ ଆସିଲା ଓ ତାକୁ ଧନ୍ୟବାଦ ଦେଇ କହିଲା ଭାବୁଛି ଆସନ୍ତା ରବିବାର ଦେଖା ହେବ ବୋଲି , ହେଲେ ତୁମ ଆଡ୍ରେସ ତ ଦେଲନି ଯେ ? ରାମ ତା ଆଡ୍ରେସ୍ ତା ଗୋଟେ କାଗଜରେ ଲେଖିକି ଦେଲା ଓ କହିଲା ତୁମ ସାଥିରେ ଫୁଣି ଦେଖାହେବ ସେମ ଟାଇମ ସେମ ଚାନେଲ ।



Rate this content
Log in