Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Jharana Satapathy

Children Stories Inspirational

4.4  

Dr Jharana Satapathy

Children Stories Inspirational

ଅନଲାଇନ କ୍ଲାସ

ଅନଲାଇନ କ୍ଲାସ

2 mins
51


ମୋ କଥା କାହିଁକି ଶୁଣୁନି କେଜାଣି ପିଲାଟା ତା ବାବା ଘରେ ଅଛନ୍ତି ତାଙ୍କ ଫୋନଟା ନେଇ ସେଥିରୁ ପାଠ ପଢିଥିଲେ ହୋଇ ନଥାନ୍ତା!


କାହାକୁ କହୁଛ କି ମାମା ! 


ମୋର ଏଇଲେ ଅନଲାଇନ କ୍ଲାସ ସରିଲା ପରା କେତେ ପାଠ ପଢିବି କହିଲୁ!


ଖାଲି ପାଠ ପଢ ପାଠ ପଢ କହୁଛୁ ଦିନରାତି ମୋବାଇଲଟା କୁ ଆଣି ହାତରେ ଧରାଇ ଦେଉଛୁ।


ଦିନେ ସମୟ ଥିଲା ଏ ମୋବାଇଲଟା ଧରିଲେ ମୋ ଉପରେ ଏତେ ବିରକ୍ତି ଭାବ ପ୍ରକାଶ କରୁଥିଲୁ ଏଥିପାଇଁ ତୋଠୁ କେତେ ଗାଳି ମାଡ ଖାଇଛି ତାର ହିସାବ ନାହିଁ! ଏବେ ତୁ କହୁଛୁ ଖାଲି ମୋବାଇଲ ଧରି ଦିନରାତି ବସେ ସେଥିରେ ପାଠପଢ ।କେତେ ବେଳେ ତୁ କଣ କହୁଛୁ ମୁଁ ଏକଥା ଜାଣି ପାରୁନି ! ବାବାଙ୍କୁ ମୁଁ ଯେତେବେଳେ କହୁଥିଲି ବାବା ମୋ ପାଇଁ ଗୋଟେ ମୋବାଇଲ ଆଣିଦିଅ ଓଲଟା ତୁ କହୁଥିଲୁ ସେ ମୋବାଇଲରେ ଦିନରାତି ପବଜି ଗେମ ଖେଳିବ, ମୋଵାଇଲରୁ ଖରାପ ଜିନିଷ ଶିଖିଵ ଏ ବୟସରେ ପୁଣି ତା ପାଇଁ ନୂଆ ମୋବାଇଲ କେଵେ ବି ନୁହଁ ! ତାର ଵୟସ କେତେ ସେ ପୁଣି କହୁଛି କଣ ! 


ଏଵେ ତୋ ମୁହଁରୁ ଓଲଟା କଥା ଶୁଣୁଛି ମାମା। ଆଜି ବାବାଙ୍କୁ କହୁଛୁ ଶୁଣ ମୋ ,ଆମ ସୁନି ପାଇଁ ନା ଗୋଟିଏ ଆନ୍ଡ୍ରୋଇଡ ଫୋନ ଆଣିଦେବା। ସେହି ପୁରୁଣା ଗୋଟିଏ ଫୋନଲାଗି ତାର ଭାରି ଅସୁବିଧା ହେଉଛି। ଏହା ବୋଧେ କରୋନାର ପ୍ରଭାଵ। ଆଉ କିଛି ନୁହଁ! ଖାଲି ମୁଁ ନୁହଁ ମୋ ପରି ଅନ୍ୟ ପିଲାମାନେ ମୋବାଇଲଟି କୁ ଧରି ଵସିଲେ କେତେ ଗାଳିଗୁଲଜ ଶୁଣୁଥିଲେ ନିଜ ନିଜର ବାପାମାଆଙ୍କ ଠାରୁ କିନ୍ତୁ ବର୍ତମାନ ସମସ୍ତଙ୍କର ଵାପା ମାଆ ନିଜ ପିଲାଙ୍କ ହାତରେ ଗୋଟିଏ ଗୋଟିଏ ନୂଆ ମୋବାଇଲ କିଣି ଆଣି ଧରାଇ ଦେଉଛନ୍ତି ତାହା ଵି ଆନଡ୍ରୋଏଡ୍ ଫୋନ ।ସେ ଛୁଆଙ୍କ ବାପା ମାଆ ନିଜେ ବି କେଵେ ଏ ଭଳିଆ ଫୋନ ଧରି ନଥିବେ! ମୋବାଇଲ ଧରି ଧରି ଯାହା ବେମାରୀ ବାହାରିଲାଣି ଆଉ କଣ କହିବି ମାଆ ତୁମକୁ!


ଏକଥା ଶୁଣି ସୁନିର ବାପା କହିଲେ ହଁ ସୁନି ବୋଉ  ଆମ ସୁନି ଠିକ୍ କଥା କହୁଛି ମୁଁ କିଛି ଦିନ ହେଲାଣି ଦେଖୁଛି ଆମ ସୁନି ବେକ କାଟୁଛି ଅଣ୍ଟା କାଟୁଛି ବୋଲି ଆମକୁ ଯେଉଁ କଥା କହୁଛି ଏ ମୋବାଇଲର ରେଡିଏସନର ହିଁ ପ୍ରଭାବ। ତା ଆଖି କୁଣ୍ଡିଆ ହେଉଛି ଏବଂ ଆଖିର ଲୁହ ବାହାରିବା କଥା କହୁଛି ଏ ସବୁ ଦିନରାତି ମୋବାଇଲ ଧରି ତାର କୁପ୍ରଭାବ।


 ଆରେ ହଁ ତୁମେ ସତ କଥା କହୁଛ ଏ କରୋନା ଲାଗି ଏ ନିରିହ କୋମଳ ମତି କୁନି ଛୁଆମାନଙ୍କ ଉପରେ କେତେ ପ୍ରଭାବ ପଡୁନଥିଵ !


ହଁ ଆଉ ଗୋଟିଏ କଥା ଆମ ପାଖରେ ପଇସା ଅଛି ବୋଲି ନୂଆ ଫୋନ ଗୋଟେ କିଣି ଆଣି ଆମ ସୁନିକୁ ଦେବା କହୁଛେ କିନ୍ତୁ ଗରିବ ଶ୍ରେଣୀର ପିଲାମାନଙ୍କୁ କେତେ କଷ୍ଟ ହେଉନଥିବ ତାଙ୍କ ପିତାମାତା ସତରେ ଏତେ ଟଙ୍କା କେଉଁଠୁ ଆଣିବେ ଆଉ ଏତେ ଦିନିକିଆ ଵାଲା ମୋବାଇଲ ଆଣିଦେବେ ଛୁଆମାନଙ୍କ ପାଠପଢା ପାଇଁ।


ଏ କରୋନା ମହାମାରୀରୁ ବିଶ୍ବ କେବେ ମୁକ୍ତି ପାଇବ ଆଉ ପିଲାମାନେ କେଵେ ସ୍କୁଲ ଯିବେ ତାଙ୍କର ଭବିଷ୍ୟତ କିପରି ଗଢିବେ! ଏ କଥା ଭାବିଲେ ଭାରି ଚିନ୍ତା ଲାଗୁଛି।


Rate this content
Log in