ଅନାବନା ଗଛ
ଅନାବନା ଗଛ


କାଇଁ କେତେ ଯେ ରେଳ ଗାଡି ଛୁକ ଛୁକ କରି ମତେ ପାସୋରି ଯାଏ। ମୁଁ ସେମିତି ଛିଡା ହୋଇରହିଥାଏ ଏଠି,କେତେ ରେଳ ଯେ ମୁଁ ନ ଦେଖିଛି!! ଗର୍ଜନ କରି ମାଡି ଆସେ ଆଉ ମୋ ନିଦକୁ ଭାଙ୍ଗି ଦେଇ ଚାଲିଯାଏ । ଆଉ ସେଥିରେ ଯଦି କେବେ ରେଳଟି ଅଟକିଗଲା ଏଇ ଘଞ୍ଚ ବନରେ,ତେବେ କେତେ କବି, ଲେଖିକା ଗଣ ମୋ ଉପରେ କେତେ କଣ ଲେଖିଯା'ନ୍ତି । ପୁଣି କିଏ କେତେ ଫୋଟୋ ଉଠେଇ ନେଇଯାନ୍ତି, କାରଣ ସେମାନେ ମୋ ସୁନ୍ଦରତାକୁ ଉପଭୋଗ କରିବେ ଯେହେତୁ ଘଞ୍ଚ ଜଙ୍ଗଲରେ ମୋ ଘର ପୁଣି ମୁଁ ପାହାଡକୁ ଆଉଜି ରହିଛି । ମୁଁ ଗୋଟେ ଅନାବନା ଗଛ, ଏମିତି କିଛି ମୋ ଅକୁହା କଥା ।