Sachidananda Kar

Others

3  

Sachidananda Kar

Others

ଅଦୃଶ୍ୟ ଶତୃ : କରୋନା

ଅଦୃଶ୍ୟ ଶତୃ : କରୋନା

2 mins
248



       ଅଦୃଶ୍ୟ ଶତୃ !


       ଅଦୃଶ୍ୟ ଶତୃ ? କାହିଁ ? କେଉଁଠି ?


       ଅତ୍ର,ତତ୍ର,ସର୍ବତ୍ର ଏହି କଥାଟି ଖୁବ୍ ବେଗରେ ପ୍ରଚାର ହୋଇଗଲା।ସମସ୍ତଙ୍କ ମୁହଁରେ ଖେଳିଗଲା ଏଇ ସବୁ ପ୍ରଶ୍ନ।ସହସା ସମସ୍ତେ ଆତଙ୍କିତ ହୋଇପଡିଲେ।


       ରାସ୍ତାରେ ଦୌଡା ଦୌଡ଼ି ଆରମ୍ଭ ହୋଇଗଲା।ଜୀବନ ବିକଳେ ନିଜର ପ୍ରାଣ ବଞ୍ଚାଇବାକୁ ଦୌଡୁଥିଲେ କିଛି ଲୋକ।


       - " ଭାଇମାନେ ! କ'ଣ ହେଲା ? ଏମିତି ଦୌଡୁଛ ଯେ ? "


       -" ଅଦୃଶ୍ୟ ଶତୃ ଆସିଛି।କିଛି ଆଉ ପଚାରନା।ପାରୁଛ ଯଦି ଶୀଘ୍ର ଯାଇ ଘରକଣରେ ଲୁଚି ରୁହ। " 


       ସେମାନେ ସବୁ ଦୌଡୁଥିଲେ ତ ପୁଣି କହୁଥିଲେ ଏଇ କଥା।


       - " ଆରେ,ଏମାନେ ସବୁ ସେଇମାନେ ନା,ଯେଉଁମାନେ ସବୁବେଳେ ନିଜର ଛାତିରେ ହାତ ବାଡେଇ କୁହନ୍ତି,ଏମାନଙ୍କର କେହି କିଛି କରି ପାରିବେନି ବୋଲି।କାହାକୁ ଡରନ୍ତିନି ଏମାନେ।ହେଲେ ଏମାନଙ୍କର ଆଜି ଏ କି ଅବସ୍ଥା ହେଲା ? "


       କିଛି ଲୋକ ସେମାନଙ୍କୁ ହାଁ କରି ଚାହିଁଥିଲେ ତ ଆଉ କିଛି ଲୋକ ଏହିପରି କଥାବାର୍ତ୍ତା ହେଉଥିଲେ।


       ଯେତେ ଶୀଘ୍ର ସମ୍ଭବ ନିଜ ନିଜର ଘର ଭିତରେ ପଶିଯାଇ ନିଜକୁ ଲୁଚେଇ ଦେବାପାଇଁ ପ୍ରୟାସ କରୁଥିଲେ ସେମାନେ।


       - " କୋଉଠୁ ଆସିଲା ଏ ଅଦୃଶ୍ୟ ଶତୃ ? କାହିଁକି ଆସିଲା ? ଯାହାକୁ ଆଗରେ ପାଇବ ତାକୁ ମାରିଦେବ ନା କ'ଣ ? "


       ଲୋକେ ପ୍ରଶ୍ନ ପଚାରୁଥିଲେ ନିଜକୁ।ଧୀରେ ଧୀରେ ଆତଙ୍କ ବଢୁଥିଲା ସମସ୍ତଙ୍କ ମନରେ।


       ଅଦୃଶ୍ୟ ଯେତେବେଳେ କୋଉଠି ବି ଥାଇପାରେ ସେ।ସତର୍କ ରହିବାକୁ ହେବ।ରହିବାକୁ ହେବ ଲୁଚିଛପି ଘରକଣରେ।ଓଃ ! କି ଅଜବ ସମୟ ଆସିଲା ଇଏ !ମଲା ମଣିଷ !


       ଲୋକମାନେ ଭୟରେ ଇତସ୍ତତଃ ହେବାରେ ଲାଗିଲେ।ଗୋଟେ ନିଆରା କୋଳାହଳ ଆରମ୍ଭ ହୋଇଗଲା।


       ଦ୍ରବ୍ୟ ହେଉ ବା ମଣିଷ - କାହାକୁ ଛୁଇଁ ଦେବାକୁ ଆଉ ସାହସ ଜୁଟୁ ନ ଥିଲା ମନରେ।ବାହାରେ ବୁଲିବାକୁ ବି ଡର ମାଡୁଥିଲା।


       ଏଠି ଜୀବନକୁ କାହାର ଲୋଭ ନାହିଁ ? ମରଣକୁ କାହାର ଭୟ ନାହିଁ ?


       ଧୀରେ ଧୀରେ ଅବିଶ୍ୱାସର ବୁଢୀଆଣୀ ଜାଲରେ ଛନ୍ଦି ହୋଇଗଲା ସମସ୍ତଙ୍କର ମନ।


       - " ମୁଁ କରୋନା।ତୁମେ ଯାହାକୁ ଛୁଇଁବ ମୁଁ ସେଇଠି ଲୁଚି ରହିଛି।ତୁମେ ବାହାରକୁ ଯେଉଁଠିକି ଆସିବ ମୁଁ ସେଇଠି ତୁମକୁ ଛକି ବସିଛି।ତୁମ ସହିତ ଯିବି।ତୁମକୁ ଆଗ ମାରିବି।ତୁମକୁ ଯିଏ ସ୍ପର୍ଶ କରିବ ତାକୁ ମଧ୍ୟ ମାରିବି।ମଣିଷ ମାରିବା ମୋର ଧର୍ମ।କେହି ମୋ ଆଖିରେ ଅସ୍ପୃଶ୍ୟ ନୁହନ୍ତି। "


        ଧୀରେ ଧୀରେ ସମସ୍ତଙ୍କ କାନ ପାଖରେ ଗୁଂଜରିତ ହେଲା ଏଇ ସ୍ୱର।ଓଃ ! କି ବିଚିତ୍ର ଅବସ୍ଥା ତା' ପରେ !ଦ୍ରବ୍ୟ ତ ପଛକଥା,ଏପରିକି ସମସ୍ତେ ନିଜ ନିଜର ନାକ,ମୁହଁ, ଆଖି ଛୁଇଁବାକୁ ମଧ୍ୟ ଡରିଗଲେ।ବାହାରେ ବୁଲିବାକୁ ଭୟ ବି ପାଇଲେ।


       ଭୟ ଓ ଆତଙ୍କର ବାତାବରଣ ଖେଳିଗଲା ସବୁଠି।ନିଜେ ନିଜର ବିନାଶର ବାହକ ହେବାକୁ କିଏ ବା କାହିଁକି ଚାହିଁବ।


       କୋଉ ମୁହୂର୍ତ୍ତରେ ବି କରୋନା ସ୍ପର୍ଶ କରିପାରେ।ସିଏ ଅଦୃଶ୍ୟ ଶତୃ ଯେତେବେଳେ ତା' ଉପରେ ଭରସା କ'ଣ !ନା,ଆଦୌ ଭରସା କରାଯାଇ ପାରେନା।


       ସାଧାରଣ ଖଟିଖିଆ ମଣିଷ ଠାରୁ ଆରମ୍ଭ କରି ଉଚ୍ଚ ସ୍ତରରେ ଥିବା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହିପରି କଥାବାର୍ତ୍ତା ହେଉଥିଲେ।ଭୟ ଓ ଆତଙ୍କ ଭିତରେ ବୁଡ଼ି ରହିଥିଲେ ସମସ୍ତେ।ଖୋଜୁଥିଲେ ସେଇ ଅଦୃଶ୍ୟ ଶତୃ ହାତରୁ ନିଜକୁ ବଞ୍ଚାଇବାର ସମସ୍ତ ଉପାୟ।


        ବିଚାରରେ ବ୍ୟବଧାନ, ଭାବନାରେ ଭେଦ,ଜାତି, ବର୍ଣ୍ଣରେ ଦ୍ୱନ୍ଦ୍ୱ ଏବଂ ହୀନ ମାନସିକତାର ଶିକାର ହୋଇଥିବା ମଣିଷ ଜାତିଟା ଏବେ ଖୁବ୍ ନାଚାର ହୋଇ ପଡିଥିଲା ସେଇ ଅଦୃଶ୍ୟ ଶତୃ ପାଖରେ।ଆପେ ବଞ୍ଚିଲେ ବାପର ନାଆଁ।ଆଗ ନିଜକୁ ବଞ୍ଚାଇ ରଖିବାକୁ ହେବ,ତା'ପରେ ଆଉ ଯାହା।ଇଏ ଯେମିତି ଥିଲା ସମସ୍ତଙ୍କର ଅନ୍ତରର କଥା।


       ଜରୁରୀ ଆବଶ୍ୟକତା ନ ଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ।ମାସ୍କ ନିଶ୍ଚୟ ପିନ୍ଧନ୍ତୁ।ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।ସର୍ବତ୍ର ଚାଲିଥିଲା ଏଇ ଗୋଟିଏ ନାରାବାଜି।


       ଅଦୃଶ୍ୟ ଶତୃ କରୋନା ଆସିଯାଇଛି,ଏହି ବିଶ୍ୱାସ ଆଉ କାହାକୁ ଦେବାର ଆବଶ୍ୟକତା ଇ ନ ଥିଲା।


       - " ହୁସିଆର୍ . . . . ଖବରଦାର୍।କରୋନା ଆସିଛି। " ନିଃଶଦ୍ଦରେ ଏଇ ସ୍ୱର ଉଚ୍ଚାରିତ ହେଉଥିଲା ସମସ୍ତଙ୍କ ହୃଦୟରୁ।



Rate this content
Log in