TANMAYEE MOHANTY

Others

3  

TANMAYEE MOHANTY

Others

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

3 mins
229


        

    

        ବାପା ମା 'ଙ୍କୁ ଧରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଆଉ ପୁରୀ ସମୁଦ୍ରରେ ସ୍ନାନ କରିବା ଥିଲା ମୋର ବହୁ ଦିନର ସ୍ବପ୍ନ । ପ୍ରାୟ ଚାକିରି କଲା ଦିନ ଠାରୁ , କେବେ। ଯଦି ଯିବାର ସୁଯୋଗ ମିଳିବ , ତେବେ ନିଶ୍ଚୟ ପୁରୀ ହିଁ ଯିବି ।କି ସୁନ୍ଦର ଯାଗା, ଖାଲି ଯାହା ସିନେମାରେ ଦେଖିଛି । ଛାତ୍ର ଜୀବନରେ ସାଂଗମାନେ ସବୁ ଶେଷ ବର୍ଷ ଗ୍ରାଜୁଏସନ ସମୟରେ ପୁରୀ ଯାଇଥିଲେ । ଯଦିଓ ଇଛା ଥିଲା କିନ୍ତୁ ବାପାଙ୍କୁ କହି ପାରିନଥିଲି, କାଳେ ବାପା ମନ ଦୁଃଖ କରିବେ । ସ୍ଵଳ୍ପ ରୋଜଗାର ପୁଣି ଆମେ ଭାଇ ଭଉଣୀ ପାଞ୍ଚ ଜଣ । ସମସ୍ତେ ହଷ୍ଟେଲରେ ରହି ପାଠ ପଢୁଛୁ । ସମସ୍ତଙ୍କ ପାଖକୁ ପଇସା ପଠାଇବା ପରେ ତାଙ୍କ ପାଖରେ କିଛି ଆଉ ରହୁନଥିବା । କେମିତି ସେ ଚଳୁଛନ୍ତି? ଜେଜେମା'ର ଔଷଧ, ସେମାନଙ୍କର ସବୁପ୍ରକାରର ଖର୍ଚ୍ଚ ଅଛି । ଗାଁ ରୁ ସେ ପ୍ରତ୍ୟେକ ଦିନ ସାଇକେଲରେ ୧୫ କି.ମି.ସ୍କୁଲକୁ ଯିବା ଆସିବା କରୁଛନ୍ତି । ମୁଁ ତାଙ୍କର ବଡ଼ପୁଅ ।ମୋ ଉପରେ ତାଙ୍କର ଅନେକ ଆଶା ଭରସା ବି । ସ୍କୁଲରେ ପଢ଼ିବା ଦିନ ଠାରୁ ଭାବୁଥିଲି ଯେତେ ଶୀଘ୍ର ପାଠପଢ଼ା ସାରି ଚାକିରୀ କରି ପକାନ୍ତି କି, ବାପାଙ୍କୁ ସାହାଯ୍ୟ କରି ପାରନ୍ତି । ଯାହା ହେଉ ଭଗବାନଙ୍କ କୃପା ବି.ଇ.ଡି.ସରୁସରୁ ଗାଁ ସ୍କୁଲରେ ଚାକିରୀ ମିଳିଗଲା ।

    

ଛୋଟ ଭାଇ ଭଉଣୀ ଖୁସୀରେ ଆତ୍ମହରା ହୋଇ ପଡିଲେ। ବାପା ମା'ବି ଖୁସି ହେଲେ । ସମସ୍ତଙ୍କ ପାଠପଢ଼ା , ଭଉଣୀ ଦୁଇ ଜଣଙ୍କର ବାହାଘର ଆମେ ବାପ ପୁଅ ମିଶି ସାରି ଦେଲୁ ତାପରେ ମୋ ବାହାଘର କଲ୍ୟାଣୀ ଙ୍କ ସହ । କଲ୍ୟାଣୀ ଭାରି ସହଯୋଗୀ ।ମୋ ରୋଜଗାରକୁ ନେଇ ସୁନ୍ଦର ଭାବରେ ଘର ଚଳାଇ ଆସିଛି । କାହାକୁ କୋୖଣସି କଥାରେ ଅବହେଳା କରାଯାଇନାହିଁ ।ଭାଇ ଦୁଇ ଜଣବି ଭଲ ଚାକିରୀ କରୁଛନ୍ତି । ଜଣେ ଅଛି ଆସାମରେ ଆଉ ଜଣେ ଗୁଜରାଟରେ । ବର୍ଷକୁ ଥରେ ଆସିବା ବି ସେମାନଙ୍କ ଦ୍ଵାରା ସମ୍ଭବ ହେଇ ପାରୁ ନାହିଁ । ସେଥିପାଇଁ ଯେତେ ବାଧ୍ୟ କଲେବି ବାପା ମା' କଲ୍ଯାଣୀଓ ମୋତେ ଛାଡ଼ି କୁଆଡ଼କୁ ବାହାରନ୍ତି ନାହିଁ । ଭଉଣୀମାନେ ବର୍ଷ କୁ ଦୁଇ ଚାରିଥର ଆସି ବାପା ମା'ଙ୍କୁ ଦେଖି ଯାଆନ୍ତି । ମୋର ଦୁଇ ପୁଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । 

     ଏ ଥର ଯେମିତି ହେଉ ପୁରୀ ଯିବାର ସ୍ଵପ୍ନ ସାର୍ଥକ ହେବ । ବାପା ମା ବୁଢ଼ା ବୁଢ଼ୀ ହେଲେଣି କେତେ ବେଳେ। କଉକଥା । ଏଣୁ ମୁଁ ମୋ ମନକଥା କଲ୍ୟାଣୀଙ୍କୁ କହିଲି । ସେ ମଧ୍ୟ ପ୍ରସ୍ତୁତ ହେଲେ । ସମସ୍ତଙ୍କ ଲୁଗା ପଟା ସଜାଡି ବାକୁ କହିଲି ଗାଡି ଠିକ୍ କଲି । କେବେ ଛୁଟି ନେଉ ନଥିବା ଲୋକ ଛୁଟି ନେଉଛି ଦେଖି ମୋ ସହକର୍ମୀ ମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆର ଆପଣ କୁଆଡେ ବାହାରିଛନ୍ତି ନାଁ କ'ଣ ? ହଁ ଭାଇ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଲୁ । ସଂକ୍ଷିପ୍ତ ଉତ୍ତର ଦେଇ ତର ତର ହୋଇ ଆସିଲି । ସକାଳୁ ସକାଳୁ ସବୁ କାମ ଶେଷ କରି ଆମେ ବାହାରିଆସିଲୁ ପୁରୀ । 

ଏତେ ଗୁଡ଼ାଏ ବାଟ ପହଞ୍ଚିଲା ବେଳକୁ ରାତି । ଏଣୁ ମନ୍ଦିର ପାଖାପାଖି ଏକ ଲଜରେ ରାତିଟା ରହିଲୁ । ମନରେ ଉତ୍କଣ୍ଠା ଜାରି ରହିଥାଏ । ସକାଳେ ଆମେ ସମସ୍ତେ ଯାଇ ସମୁଦ୍ର ସ୍ନାନ କଲୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲୁ । ସିଂହଦ୍ଵାର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ହୋଇଥାଏ ।ଲୁହାବାଡ ଡେଇଁ ଧସେଇ ପଶୁଥାନ୍ତି ଶ୍ରଦ୍ଧାଳୁ । ଠାକୁର ଦର୍ଶନ ପାଇଁ ଧାଡିରେ। ଠିଆହେଲୁ। ଉତ୍କଣ୍ଠା ଓ ଧୈର୍ଯ୍ୟର ସହିତ ହଜାର ହଜାର ଭକ୍ତଙ୍କ ସହ ଆମେ ଧାଡିରେ ଥାଉ । ସେଥିରେ କୋରା ଟିକା ପ୍ରମାଣ ପତ୍ର ଯାଞ୍ଚ, ପରିଚୟପତ୍ର ଯାଂଚ ଚାଲିଥାଏ । ରଥଯାତ୍ରା ସମୟର ଭିଡ଼ ପରିଲକ୍ଷିତ ହେଉଥାଏ ।ଆମ ଭିତରେ କିଛି ସାମାଜିକ ଦୂରତା ନଥିଲା କହିଲେ ଚଳେ । ମୁହଁରେ ମାକ୍ସ ପିନ୍ଧି ଚାରି ପାଞ୍ଚ ଘଣ୍ଟା ଧରି ରହିବା ପରେ ମନର ଉତ୍ସାହ କମି ଯାଉଥାଏ । ମନ୍ଦିର ବି ବନ୍ଦ ହେଇଯିବ । ଜୟ ଜଗନ୍ନାଥ ଧ୍ବନିରେ ବଡ଼ଦାଣ୍ଡ ଫାଟି ପଡୁଥାଏ ।ଅନେକ ଭକ୍ତ ଭାବ ବିହ୍ୱଳ ହୋଇ କାନ୍ଦି ପକାଉଥାନ୍ତି । 

ହଠାତ୍ ଭିଡ଼ ଭିତରେ ଠେଲାପେଲା ଆରମ୍ଭ ହେଲା ଲୁହା ବାଡ଼ ଡେଇଁ ଧସେଇ ପଶୁଥାନ୍ତି ଶ୍ରଦ୍ଧାଳୁ । ଏହି ଠେଲାପେଲା ଭିତରେ କଲ୍ୟାଣୀ ପଡ଼ିଗଲେ । ତାଙ୍କ ଉପରେ ସବୁ ଚଢି ଚାଲିଥିବାବେଳେ ବହୁତ କଷ୍ଟରେ ତାଙ୍କର ଉଦ୍ଧାର କଲି ମୋର ସମସ୍ତ ଆଗ୍ରହ ସେଇଠି ଭୁଷୁଡି ପଡିଲା । କଲ୍ୟାଣୀ ଙ୍କୁ ଓ ବାପା ମା'ଙ୍କୁ ଧରି ତୁରନ୍ତ ହସ୍ପିଟାଲ ଆସିବାକୁ ପଡ଼ିଲା ଭୀଷଣ ଅଭିମାନରେ ଫାଟି ପଡୁଥିଲା ମୋ ମନ ଆଉ ହୃଦୟ । ଏ ଜଗନ୍ନାଥ କେମିତି ଠାକୁର ଯେ ମୋ ସ୍ଵପ୍ନ ଆଉ ସାର୍ଥକ ହେବ ନାହିଁ ଭାବି ଗାଡିବାଲାକୁ ଡାକିଲି ଫେରି ଯିବାକୁ । 


Rate this content
Log in