TANMAYEE MOHANTY

Others

4  

TANMAYEE MOHANTY

Others

ବୁଝାମଣା

ବୁଝାମଣା

3 mins
387



 ମୋ ବାପା । ସବୁ କାମରେ ପଛରେ ପଡ଼ିଯାଆନ୍ତି । ସମଗ୍ର ଜୀବନ କାଳରେ କ'ଣ କରିଛନ୍ତି କ'ଣ କରିନାହାନ୍ତି କହିବସିଲେ ଅଠର ପର୍ବ ମହାଭାରତ ଠାରୁ ବଳି ଯିବ ।    ସବୁ କାମ ପ୍ରସ୍ତୁତ ହେବା ଆଗରୁ ସେ ନାହିଁ ହିଁ କରନ୍ତି ଯେଉଁଥିରେ ବୋଉ ରାଗିଯାଇ ତୁମ୍ଭିତୋଫାନ ହୁଏ ।ଅଗଭ଼ଙ୍ଗା ଲୋକ ବୋଲି କୁହେ ।ନବୁଝି ନସୁଝି କାହିଁକି କେଜାଣି ବାପା ମତ ବ୍ୟକ୍ତ କରି ଅଯଥା ରେ ପରିସ୍ଥିତି ଖରାପ କରନ୍ତି ଜାଣି ହୁଏ ନାହିଁ । ଏସବୁ ଘଟଣା ଆମର ନିତିଦିନିଆ ଅଭ୍ୟାସ ହୋଇ ଯାଇଥିଲା । ଏଥର କିନ୍ତୁ ଘଟଣାଟି ଥିଲା ଅନ୍ୟ ଧରଣର । ବାପା , ବୋଉ ଦୁହେଁ ଥିଲେ ନଛୋଡବନ୍ଧା 

ନାନୀ ର ବାହାଘର । ବାପା ମାମୁଁ ଘରକୁ ଯାଇ ମଉଳା ନିମନ୍ତ୍ରଣ କରିଥିଲେ । ଚାରି ଜଣ ମାମୁଁଙ୍କୁ ଅଲଗା ଅଲଗା ନିମନ୍ତ୍ରଣ କରାଯାଇଥାଏ । ସମସ୍ତେ ଅଲଗା ଯାଗାରେ ବି ରହୁଛନ୍ତି ।ବଡ଼ ଦୁଇ ମାମୁଁ ଭୁବନେଶ୍ଵର ରେ ରହିଲେ ବି ପଚିଶ କି ମି ଦୂରତା ରେ ରହୁଛନ୍ତି ।ସାନ ମାମୁଁ ଜଣେ ବାଲେଶ୍ବର ଜିଲ୍ଲାରେ ଅନ୍ୟ ଜଣେ ରାଉରକେଲା ରେ ରହୁଛନ୍ତି । ଅଗତ୍ୟା ନିମନ୍ତ୍ରଣ ବି ସେମିତି କରିବାକୁ ପଡିଲା । ବାହାଘର ଆଗଦିନ ମଂଗନ ।ବଡ଼ ମାମୁଁ ମଉଳା ଭାର ସହ ମାଇଁ ତାଙ୍କ ପାଂଚ ପୁଅଝିଅଙ୍କୁ ଧରି ଆସିଯଥା ସମୟରେ ପହଂଚିଲେ । ବୋଉ ଖୂଡୀ ପିଉସୀ ମା ସମସ୍ତେ ତାଙ୍କର ଚର୍ଚ୍ଚା ରେ ଲାଗିଲେ । ମାମୁଁ ବସି ସବୁ ବୁଝାବୁଝି କରିବାରେ ଲାଗିଥାନ୍ତି । ବାପା ଆସି ମାମୁଁଙ୍କ ପାଖରେ ବସି ଗପସପ କରିବାକୁ ଲାଗିଲେ । ହଠାତ୍ କ'ଣ ହେଲା ଯେ ମାମୁଁ ଘରକୁ ବାହାରିଲେ । ଜାମା ପଟା ପିନ୍ଧି ମାଇଁ ଆଉ ପିଲା ମାନଙ୍କୁ ଡ଼ାକ ପକାଇଲେ । ରାତି ପାହିଲେ ବାହାଘର ଏମାନେ ସମସ୍ତେ କ'ଣ ପାଇଁ ବାହାରୁଛନ୍ତି ଫେରେ ରାଗରେ କମ୍ପମାନ । ବାକି କୁଣିଆ ମୈତ୍ରମାନେ ସବୁ କ'ଣ ଘଟଣା ବୋଲି ନିଜ ନିଜ ଭିତରେ ଅନାଅନି ହେଉଥାନ୍ତି । ସେତେବେଳକୁ ବୋଉ ଆସି ମାମୁଁଙ୍କୁ ଯେତେ କାକୁତି ମିନତି ହୋଇ କହିଲେ ମଧ୍ୟ ସେ ରହିଲେ ନାହିଁ । ମାଇଁ କିନ୍ତୁ ଆଦୋୖ ମାମୁଁ କଥା ନଶୁଣି ଓଲଟା ମୁଁ ବାହାଘର ନସାରି ଯିବିନି କହି ରହିଲେ । ମାମୁଁ ଜିଦିକରି ପିଲା ମାନଙ୍କୁ ଧରି ସେଇ ରାତିରେ ହିଁ ଭୁବନେଶ୍ଵର ପଳାଇଗଲେ । ଭଲରେ ଭଲରେ ବାହାଘର ସରିଯାଉ ତା'ପରେ ଏ କଥା ବିଚାର କରିବା । ସମସ୍ତେ ଏହା କହି ନିଜ ନିଜ କାମରେ ଲାଗିଲେ । ବାହାଘର ଯଥାବିଧି ସରିଗଲା ପରେ କୁଣିଆ ମୈତ୍ରମାନେ ଯିଏ ଯେଉଁଠୁ ଆସିଥିଲେ ସେଇଠିକି ଗଲେ । କେବଳ ମାଇଁ ଥାଆନ୍ତି ।ଆମ ଭିତରୁ କିଏ ଜଣେ ତାଂକୁ ଛାଡ଼ିଯିବା କଥା । ବୋଉ ଆସି ମାମୁଁଙ୍କ ହଠାତ୍ ବାହାରିବାର କାରଣ ପଚାରିଲା ମାଇଁ ଏବିଷୟରେ କ'ଣ କହିବେ କିଛି ଜାଣି ପାରୁ ନଥାନ୍ତି । ବୋଉ ଏତେ ବାଧ୍ୟ କଲା ଯେ କାରଣଟା ବଳେ ବଳେ ଜଣା ପଡ଼ିଲା । ପ୍ରକୁତରେ ସେମିତି କିଛି ବଡ଼ କାରଣ ନୂହେ । ବାପାଙ୍କ କଥା ଶୁଣି ସେ ରାଗିଛନ୍ତି ।ଅତି ସାଧାରଣ କଥା । ମାମୁଁ ଘର ସମସ୍ତଙ୍କୁ ଦେଖି ବାପା ପଚାରି ବୁଝିଥିଲେ ଆରେ ସମସ୍ତେ ତ ଆସିଲ ଘର କିଏ ଜଗିଲା ।ବାଶ୍ ଏତିକି କଥା ଭୁବନେଶ୍ଵର ସହର , ଘର ଛାଡ଼ିଲେ ଚୋରି ହାରି କେତେ କଥା ସେଥିପାଇଁ ବାପା ପଚାରି ବୁଝିଥିଲେ । ଏଥିରେ ରାଗିବାର କିଛି ନାହିଁ । ହେଲେ କ'ଣ ହେବ ମାମୁଁ କହିବା କଥା ଆମକୁ ସପରିବାର ଆସିବାକୁ କହି ଏପରି ପଚାରିବା ମାନେ କ'ଣ ? ଆମକୁ ଅପମାନ କରିବା । ଏତିକି କଥା । ବୋଉ ମନକୁ ଯାହା ଆସିଲା ତାହା ବକୁଥାଏ । ସତରେ ଯେମିତି ବାପା ଗୋଟେ ମଣିଷ ମାରି ଦେଇଛନ୍ତି ।

ବୋଉ ଏଥର ଏତେ ରାଗିଗଲା ଯେ ଥରିବାକୁ ଲାଗିଲା । ମୋ ଭାଇ ସାଂଗ ରେ ମୋର ସମ୍ପର୍କ କାହିଁକି କାଟିଲେ ? ଯିଏ ଯେମିତି ବୁଝାଇଲେ ସେ ଆଦୋୖ ବୁଝୁନଥାଏ । ବାପା ବହୁ ପ୍ରକାର ସଫେଇ ଦେଉଥାନ୍ତି । ମୁଁ ମନେ ମନେ ଭାବିଲି ଏ ଘଟଣାରେ କାହାରିକୁ ଦାୟୀ କହିହେବ ନାହିଁ । ଏମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହିଁ ଦାୟୀ । ବହୁ କଷ୍ଟରେ ମାଇଁ ସାଂଗ ରେ ବୋଉ ଯାଇ ମାମୁଁ କୁ ବୁଝାଇ ଦେଇ ଆସି ବାକୁ ନିଷ୍ପତ୍ତି ନେଲେ ବାପା । ବୋଉ ର ବଡ଼ ପାଟି ଧିରେ ଧିରେ କମିଯାଉଥିବା ଅନୁମାନ କରାଯାଉଥିଲା ।



Rate this content
Log in