STORYMIRROR

TANMAYEE MOHANTY

Others

4  

TANMAYEE MOHANTY

Others

କୁହୁଡି

କୁହୁଡି

3 mins
209


 ନୂଆ କରି ଘରକୁ ଆସିଛି ଶ୍ରାବଣୀ ।କିଏ କେମିତିକା ଲୋକ ଜାଣିବା କଷ୍ଟକର । ସମସ୍ତଙ୍କ ମନ ନେଇ ଚଳିବାକୁ ବାରମ୍ବାର ତାଗିଦ କରିଛି ମା । ଆଗରୁ ଶୁଣିବାକୁ ପାଇଥିଲା ସେ ଶାଶୁଶଶୁର ଭାରି ଭଲଲୋକ , ନଣନ୍ଦ ଦିଅର ଦୁଇ ଜଣ ପାଠପଢ଼ାରେ ବ୍ୟସ୍ତ। ଦେଢ଼ ଶାଶୁ ଜଣେ ଭାରି କୁହାଳିଆ,ସେ ତା ଶାଶୁ ଘରୁ କେତେ ଦିନ ପାଇଁ ଆସିବଯେ ।ତୁମ ଝିଅ ଭାରି ସୁଖରେ ରହିବ , ଏତେ ସବୁ ଭାଷଣ ମାନୁଥିଲେ ପ୍ରମିଳା ମାଉସୀ ।ଏକ ପ୍ରକାର ସେ ହିଁ ଏବାହାଘରରେ ମଧ୍ୟସ୍ଥି ଥିଲେ । ମା'ର ମନକୁ ଯିବାର ମୁଖ୍ୟ କାରଣଟା ହେଲା - ବରପଖ୍ଯର କୋୖଣସି ଡିମାଣ୍ଡ ନଥିଲା । ଭୁରି ଭୁରି ପ୍ରଶଂସା ରେ ସେ ବିହ୍ଵଳ ଥିଲା ।  

 ମୋର ଉପର ଭଉଣୀର ବାହାଘର ବେଳେ ଡିମାଣ୍ଡ  ଅନୁସାରେ ଟଙ୍କା ଠିକ୍ ସମୟରେ ଦେଇ ପାରି ନଥିବାରୁ ବାପା ଭାରି ହଟହଟା ହୋଇଥିଲେ । ପନ୍ଦର ଦିନପରେ ବାପା ବାକି ଥିବା ଟଙ୍କା ଧରି ନାନୀ ଘରେ ପହଞ୍ଚି ଯାହା ଦେଖିଲେ ନାନୀ କୁ ସେଠାରୁ ଧରି ସିଧାସଳଖ ଘରକୁ ଆସିବା ଛଡ଼ା ଅନ୍ୟ ଉପାୟ କିଛି ନଥିଲା । ସେଦିନର କଥା ମନେ ପଡ଼ିଲେ ଏବେବି ଦେହ ଶୀତେଇ ଯାଏ । ଯେମିତି ସେମିତି ହେଉ ବି.ଏ.ପଢା ସରୁ ସରୁ ଝିଅକୁ ବାହା କରେଇ ଦେଲେ ବାପା ମା ନିଶ୍ଚିତ । ତେଣିକି ନିଜ ନିଜର ଭାଗ୍ୟକୁ ଆଦରି ଜୀବନ ର ଗତି ପଥକୁ ଅତିକ୍ରମ କରିବା କଥା । ଏଇଟା ଆମ ସମାଜର ବ୍ୟବସ୍ଥା । କେହି ଝିଅ କ'ଣ ଚାହୁଁଛି ,ତାର ଇଚ୍ଛା କ'ଣ ପଚାରି ବୁଝିବା କ'ଣ ଆବଶ୍ୟକ ନୁହେଁ ? ଏକଥା ଭାବିଲେ ମନଟା ବିଷେଇ ଯାଏ । ଆମେ ପାଞ୍ଚ ଭଉଣୀ , ଆମକୁ ମନକଥା କିଏ ପଚାରିବ ଯେ !!! ମନକୁ ମନ କଥା କହୁ କହୁ କିଏ ଜଣେ ଆସି କହିଲେ ଆଲୋ ନାନୀ - ତୋ ବୋହୁତ ଭାରି ଚତୁରୀ ଲାଗୁଛି ,ଆକୁ ଜଗିରଖି ଚଳିବୁଲୋ --। ଜଣେ କିଏ ମୁଁ ମୁଁ ହୋଇ କାନ୍ଦିବା ଆରମ୍ଭ କରି କହୁଥାନ୍ତି " କ'ଣ କରିବି ଲୋ ! ଏ ଟୋକା କୋଉଠି ଏକୁ ଦେଖିଲା ଯେ କେଜାଣି ଏକା ଯିଦ୍ ସେ ଏଇଠି ବାହା ହେବ । ଆ ଦେହରେ ଖାଲି ସୁନା ପାତ ଖଞ୍ଜା ଯାଇଛି ହଁ !" 

ଯାହା ଅନୁମାନ କଲି ଏ ଜଣକ ବୋଧହୁଏ ମୋହରି ଶାଶୁ । ଏମାନେ ଭଲ ମଣିଷ ହେଇଥିବେ ତ ! ମନେ ମନେ ଭାବୁଥିଲି ।

     ଏଇ ତିନି ଦିନ ହେଲା ମୋ ପରିକ୍ଷା ସରିଛି ଆଉ ସଂଗେ ସଂଗେ ବାହାଘର। ମୋର ବି.ଇ.ଡି କରିବାକୁ ଭାରି ଇଚ୍ଛା ଥିଲା । ବାପା କହିଲେ ଯଦି ତୋ ଶାଶୁଘର ଚାହିଁବେ ତା'ହେଲେ କରିବୁ । ମୋର ଆଉ ପଢ଼ାଇବା ପାଇଁ ଶକ୍ତି ନାହିଁ । ସତ କଥା ମୋ ତଳେ ଆହୁରି ଦୁଇ ଭଉଣୀ ଅଛନ୍ତି । ସମସ୍ତଙ୍କ କଥା ଭାବି ମୁଁ ବାପାଙ୍କୁ ଆଉ କିଛି କହି ପାରିଲି ନାହିଁ । ପୁଣି କବାଟ ଖୋଲି କିଏ ଜଣେ ଆସିଲେ ବୋଧେ । ଭାବନା ରାଇଜରୁ ଫେରି ଆସିଲି ସେ ଜଣଂକ ପ୍ରଶ୍ନରେ । କେତେ ଦିନ ପରେ ଭାଇ ତୁମ ପ୍ରେମରେ ପଡ଼ିଲା ? କେମିତି ସବୁ ଫର୍ମୋଲା ଆପଲାଏ କଲ ଟିକେ କହିବକି ? ରାଗରେ ଢୋ ଢୋ ଜାବୋଡା ମାରି ତା ମୁହଁ ବନ୍ଦ କରିବାକୁ ଇଚ୍ଛା ଥିଲା ହେଲେ ସେ ମୋର ଲାଲ୍ ପଡ଼ିଯାଇଥିବା ମୁଁହ ଦେଖି ଠୋ ଠୋ ହସିବାକୁ ଲାଗିଲା । ତମକୁ ଚିଡାଉ ଥିଲି, ଓଃ ଏ ମହାଶୟ ଜଣକ ତା'ହେଲେ ମୋର ଦିଅର । ସାଂଘାତିକ ସମ୍ଭାଷଣ । ବହୁତ ମିଛ ଖବର କେଉଁଠୁ ସଂଗ୍ରହ କଲେ କି ଦିଅର ମହାଶୟ ?

ମୁଁ ପଚାରିଲି । ସେ ମୋ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପହଞ୍ଚିଗଲେ ଦେଢ଼ ଶାଶୁ ବୋଝେ ଗାଳିଗୁଲଜ ସହ। କିରେ ଅଭଦ୍ର ତୋର କାମଧନ୍ଦା କିଛି ନାହିଁକି? ଆଉ ତୁବି!! ଆଜି କାଲି ଲାଜ ସରମ ବୋଲି କିଛି ନାହିଁ । ଆଜି ଆମଘରକୁ ଆଇଚୁଟି? ଏତେ ହେହେ ଫେଫେ କ'ଣ ।ମୋ ଆଡ଼କୁ ଚାହିଁ କହିଲେ ସେ । ସତକୁ ସତ ମୁଁ ଛାନିଆ ହେଇ ପଛକୁ ଘୁଞ୍ଚିବସିଲି । ହେ ପ୍ରଭୁ ଏମାନେ ମୋତେ କଣ ଖାଇବାକୁ ପିଇବାକୁ କିଛି ଦେବେନି ନାଁ କ'ଣ ମ କେହି ତ ଖାଇବା ନାଁ ଧରୁ ନାହାନ୍ତି । ଭୀଷଣ ଭୋକ ଲାଗୁଛି ଅଥଚ ! ହଠାତ ଝିଅଟେ ଦଉଡ଼ି ଆସି ମୋ ପଛପଟେ ଲୁଚି ରହିଲା । ଦିଅର ଓ ଦେଢ଼ ଶାଶୁ ସେଠୁ ଯିବାକୁ ବାହାରୁ ଥାଆନ୍ତି ସାଂଗେ ସାଂଗେ ସେ ରୁମକୁ ପଶି ଆସିଲେ ଛଅ ସାତ ଜଣ ଓ ଆଖି ପିଛୁଳାକେ ସେ ଝିଅଟା କୁ ଉଠାଇ ନେଇ ଯିବାକୁ ଉଦ୍ୟମ କରନ୍ତେ ମୁଁ ଆଉ ସମ୍ଭାଳି ପାରିଲିନି କଲେଜରେ ଯେତେ ଜୁଡୋ କରାଟେ ଶିଖିଥିଲି ସବୁ ନାଦି ଦେଇ ଗଲି ସବୁଜାକ ନାକ ପାଟି ଆଖି ଧରି ଆଲୋ ବୋଉଲୋ ମରିଗଲି ମରିଗଲି ବୋଲି ବସି ପଡୁଥାନ୍ତି । ମୁଁ ଲାଜ ସରମ ଛାଡି ନିଧୁମ ମାଡ଼ ଦେଉଥାଏ । ସେତେବେଳକୁ ଘର ଯାକର ଲୋକଙ୍କ ଭିଡ଼ ଲାଗିଯାଇଥାଏ । ପୋଲିସ ଖବର ପାଇ ଆସି ସେ ବଦମାସ୍ ମାନଙ୍କୁ ନେଇ ଯାଉଥିଲେ । ନିଃଶ୍ବାସ ନେଇ ମୁଁ ପାଣି ପିଇବା ପାଇଁ ମାଗିଲି । ଜମା ହୋଇଥିବା ଲୋକମାନେ ମୋର ପ୍ରଶଂସା କରୁଥିଲେ । ଭିଡ଼ କମିଗଲା ପରେ ଏ ଘର ଲୋକେ ମୋତେ ଏମିତି ସବୁ ପ୍ରଶ୍ନ ପଚାରି ଲାଗୁଥାନ୍ତି ଯେ ମୁଁ ଉତ୍ତର ଦେଇ ଦେଇ ଥକି ଯାଉଥାଏ । ସେମାନେ ସମାନ ସ୍ଵରରେ କହୁଥାନ୍ତି ।ଆମର ଘରକୁ ବୋହୁ ଦରକାର ହେଲେ ଏ କରାଟେ ବାଲି ନୁହେଁ । ହଠାତ୍ ମୋ ଚାରି ପାଖରେ ଘନ କୁହୁଡି ର ଆସ୍ତରଣ । କ'ଣ କରିବି ମୋ ମୁଣ୍ଡ କାମ କରୁ ନଥାଏ ଆଉ ।


Rate this content
Log in