STORYMIRROR

Writer Roja Panda

Others

3  

Writer Roja Panda

Others

ଆରକ୍ଷଣ

ଆରକ୍ଷଣ

3 mins
455


ମାଆ.... ମାଆ କୋଉଠି ଅଛୁ ଜଲଦି ଆ (ଆକାଶ ଏମିତି କହି କହି ଘର ଭିତରକୁ ପଶିଗଲା) । ମାଆ ଘର ଭିତରେ ପଡିଥିବା ପାଣି ପୋଛୁଥିଲା ।

ଆକାଶ ପଛରୁ ଡାକି କହିଲା - ମାଆ ତୁ ଏଇଠି ଅଛୁ | ମୁଁ କେତେବେଳୁ ତତେ ଡାକୁଛି । ତୁ ଏଠି କଣ କରୁଛୁ ? ଆଉ ଘର ଭିତରେ ଏତେ ପାଣି କୋଉଠୁ ଆସିଲା ? 

ମାଆ କହିଲା - ଘରର ଛପର ବହୁତ ଦିନ ହେବ ହେଇନି ତ । ସେଥିପାଇଁ ଘର ଛପର ହେଇଥିବା ଛଣ ସବୁ ପଚି ନଷ୍ଟ ହେଇ ଚାଳ ବାଟେ ଘରେ ବର୍ଷା ପାଣି ପସିଯାଉଛି । କାଲି ଠାରୁ ତ ବର୍ଷା ଲାଗିରହିଛି । କଣ କରିବି କହ ? ହେଲେ ତୁ ବ୍ୟସ୍ତ ହୋଅନା କି ମନଉଣା କରନା । ମୁଁ ତୋ ବହିପତ୍ର ସବୁ ମୋ ଲୁଗା ଆଉ ବାପାଙ୍କ ଲୁଙ୍ଗି ,ଗାମୁଛାରେ ଭଲ ଭାବରେ ଗୁଡେଇ ବାନ୍ଧି ରଖିଦେଇଛି । ବାପା କହୁଥିଲେ ଆଉ କେଇଦିନ ପରେ ମଜୁରୀ ମିଳିବ । ସେଇ ମଜୁରୀ ଟଙ୍କାରେ ଚାଳ ଟା ଛପର କରିଦେବେ ।

 

ଏସବୁ ଶୁଣି ଆକାଶ କହିଲା - ଆଉ ମୋ ପାଇଁ ଖାତା ,କଲମ ,ବହି କେମିତି କିଣାହେବ ? 

ମାଆ କହିଲେ - ବାପାଙ୍କୁ ମଜୁରୀ ମିଳିଗଲେ ସେଇ ଟଙ୍କାରେ ବି ତୋ ବହି,ଖାତା କିଣାହେବ ।

ଆକାଶ ଠିକ ଜାଣିଥିଲା ବାପାଙ୍କର ମଜୁରୀ ଟଙ୍କା ଏତେ କମ ଯେ ,ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା ବି କଷ୍ଟ । ମାଆ ତାକୁ ବୁଝେଇବା ପାଇଁ ଏମିତି କହୁଛି । ସେ ସ୍ମିତହାସ୍ୟଟିଏ ଦେଇ ଘରଭିତରକୁ ଚାଲିଗଲା ।

ମାଆ.... ମାଆ.. ଆରେ ତତେ ଅସଲ କଥାଟା କହିବାକୁ ଭୁଲିଗଲି (ଆକାଶ ପୁଣି ଥରେ ମାଆକୁ ଡାକ ଛାଡିଲା) 

ଆକାଶ - ମାଆ ଜାଣିଛୁ ମୁଁ ଆଜି ସ୍କୁଲରେ ସବୁଥିରେ ଫାଷ୍ଟ ହେଇ ପୁରସ୍କାର ଆଣିଛି । ଏଇ ଦେଖ (ହାତରେ ଗୋଟେ ଟ୍ରଫି ଆଉ କିଛି ସାର୍ଟିଫିକେଟ ଧରି ଆକାଶ ମାଆକୁ ଦେଖାଇଲା) ।

ମାଆ - ଆରେ ବାଃ ! ମୋ ପୁଅ ସବୁଥିରେ ଫାଷ୍ଟ ହେଇଛି ।ବାପା ଆସିଲେ ତାଙ୍କୁ କହିବି ତୋପାଇଁ ଗୋଟେ ନୂଆ କଲମ(pen) ଆଣିବେ । ହୋଉ ଆ କଣ ଦିଇଟା ଖାଇଦେ ।

(ମାଆ ରୋଷେଇ ଘରୁ କଂସାରେ କିଛି ମାଣ୍ଡିଆଜାଉ ବାଢି ଆଣିଲେ) ନେ ବାପା ଖାଇଦେ । 

ଆକାଶ - ମାଆ ଆଜି ମଧ୍ୟ ସେଇ ମାଣ୍ଡିଆ ଜାଉ । ହୋଉ ଖାଇଦେବି । ଆକାଶ ଖାଇବାକୁ ଲାଗିଲା । ଏତିକିବେଳେ ଖୁବ ଜୋରରେ ପବନ ସାଙ୍ଗକୁ ବର୍ଷା ଢ଼ାଳିଲା । ଘର ଛପର ବାଟେ ପାଣି ପଡି ଆକାଶର ମାଣ୍ଡିଆ ଜାଉ କଂସାଟା ବର୍ଷା ପାଣିରେ ପୂର୍ଣ୍ଣ ହେଇଗଲା । ଆକାଶ ଆଉ ମାଆ ମିଶି ବିକଳରେ ଘରର ଜରୁରୀ ଜିନିଷ ସବୁ ଘୋଡାଇବାରେ ଲାଗିପଡ଼ିଲେ । ଘରେ ସେତ

େବେଳକୁ ଆଣ୍ଠୁଏ ପାଣି । ଯେତେ ଚେଷ୍ଟା କରି ମଧ୍ୟ ଆକାଶ ତାର ପଢା ବହି ସବୁକୁ ସୁରକ୍ଷା ଦେଇପାରିଲା ନାହିଁ । ନୂଆ କରି ଆଣିଥିବା ସାର୍ଟିଫିକେଟ ସବୁ ମଧ୍ୟ ବର୍ଷା ପାଣିରେ ଓଦା ହେଇଗଲା । ଆକାଶ ଆଖିରେ ଲୁହ । ମାଆ ବି ନିଜ ପଣତରେ ଲୁହ ଲୁଚୋଉଛନ୍ତି କିନ୍ତୁ କାହିଁ ବର୍ଷା ଟା କଣ ହଠାତ ଉଭେଇଗଲା । କ୍ଷଣିକରେ ସବୁ ନଷ୍ଟ କରିଦେଇ କେଉଁଆଡେ ଚାଲିଗଲା ।


ଆକାଶ ନିଜ ଆଖିରୁ ଲୁହ ପୋଛି କହିଲା - ମାଆ ରଘୁ,ହରିଆ,ସନିଆଙ୍କ ଘର ଭଳି ଆମର ବି କୋଠା ଘର କରିଦେଲେ ଖୁବ ଭଲ ହୁଅନ୍ତା । ସେମାନଙ୍କୁ ବି ନୂଆ ବହି,ଖାତା ମିଳୁଛି ସ୍କୁଲରୁ । ଟଙ୍କା ବି ମିଳୁଛି | ତେବେ ମତେ କାହିଁକି ମିଳୁନି । ମୁଁ ତ ସେମାନଙ୍କ ଠାରୁ ଖୁବ ଭଲ ପାଠ ପଢୁଛି । ଖେଳକୁଦରେ ବି ସେମାନଙ୍କର ଠାରୁ ଆଗରେ ଅଛି । ସେମାନଙ୍କ ବାପା,ମାଆମାନେ ଯାଇ ସରକାରଙ୍କୁ କହି ନିଜର କୋଠାଘର ପାଇଁ ଟଙ୍କା ଆଣୁଛନ୍ତି । ମାଆ ତୁ ବି ବାପାଙ୍କୁ କହ । ସେ ସରକାରଙ୍କୁ କହି ଟଙ୍କା ଆଣି କୋଠା ଘର ତିଆରି କରିବେ । ଆଉ ମୋ ପାଠପଢା ପାଇଁ ମଧ୍ୟ ଟଙ୍କା ଆଣିବେ ଯେମିତି ମୋ ସାଙ୍ଗମାନଙ୍କୁ ମିଳୁଛି । ଏସବୁ ଶୁଣି ମାଆ କହିଲା - ତୋ ସାଙ୍ଗମାନେ ପରା କୋଟା ଦ୍ୱାରା ଏସବୁ ସୁବିଧା ପାଉଛନ୍ତିରେ ଧନ । ଆମେ ପରା ସାଧାରଣ ବର୍ଗର ଲୋକ , ମାନେ ଆମେ ଜେନେରାଲ କାଷ୍ଟ । ସେଥିପାଇଁ ଆମକୁ କିଛି ସୁବିଧା ମିଳିବନାହିଁ । ଆମେ ଯେତେ ଗରିବ ହେଲେବି ଆମର ଦୁର୍ଭାଗ୍ୟ ଯେ ଆମେ ଜେନେରାଲ କାଷ୍ଟ । ସେଥିପାଇଁ ଆମେ ସବୁଥିରୁ ବଞ୍ଚିତ ।


ଆକାଶ - ହେଲେ ମାଆ ମୋ ସାଙ୍ଗମାନେ ତ ଧନୀ ଲୋକ । ସେମାନଙ୍କୁ କାହିଁକି ପାଠପଢା ପାଇଁ ଟଙ୍କା ମିଳୁଛି । ସେମାନେ ସେଇ ଟଙ୍କାରେ ଭୋଜି କରି ଖାଉଛନ୍ତି । କିନ୍ତୁ ମୋ ପାଖରେ ପାଠ ପଢିବାପାଇଁ ମଧ୍ୟ ବହି,ଖାତା କିଣିବାକୁ ପଇସାଟିଏ ନାହିଁ । ସରକାର କଣ ଖାଲି ସେଇମାନଙ୍କୁ ସାହାଯ୍ୟ କରିବେ ଆଉ ଆମକୁ ନୁହେଁ ।

ମାଆ କହିଲେ - ଆରକ୍ଷଣ ବାପା ଆରକ୍ଷଣ । ଏବେ ତ କୋଟାର ଯୁଗ । ସେମାନେ ହେଉଛନ୍ତି ସରକାରଙ୍କର ଅତିପ୍ରିୟ । ଆମେ ଜେନେରାଲ କାଷ୍ଟ ଲୋକମାନେ ଯେତେ ଦୁଃଖରେ ରହିଲେ ବି ସରକାର ଆମକୁ ଦେଖି ଆଖି ବୁଜିଦେବେ ରେ ଧନ । ଏସବୁ ଶୁଣି ଆକାଶ କହିଲା - ମାଆ ଜାତି ତ ଗୋଟିଏ । ଆମ ସମ୍ବିଧାନରେ ଲେଖାଇଯାଇଛି ଯେ, ଜାତି , ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ତେବେ ଏଇ ଆରକ୍ଷଣ ବା ଜାତି କୋଟା ଆସିଲା କେଉଁଠୁ ? 



Rate this content
Log in