Anita Jena

Children Stories

3  

Anita Jena

Children Stories

ଆମ ଗୁରୁ

ଆମ ଗୁରୁ

3 mins
48



ଆଜିକୁ ପ୍ରାୟ ଆଠ ଦିନ ହେଇ ଗଲାଣି । ଆଶ୍ରମର ପିଲା ଅପଲକ ନୟନରେ କରିଛନ୍ତି ଗୁରୁଙ୍କ ଅପେକ୍ଷା । କାହାରି ମୁହଁରେ ହସ ନାହିଁ । କୌଣସି ଗାଡ଼ିର ଶବ୍ଦ ଶୁଣିଲେ ବାହାରକୁ ଦଉଡ଼ି ଆସି ଅନଉଛନ୍ତି । ହେଲେ ଗାଡ଼ି ନିଜ ବାଟରେ ରାସ୍ତାରେ ଚାଲି ଯାଉଛି । କଣ ପାଇଁ ଆସୁ ନାହାଁନ୍ତି ଗୁରୁ? କଣ ହେଇଛି ତାଙ୍କର ? ଆମ ପାଇଁ ଖେଳନା ଆଣିବାକୁ ଯାଉଛି କହି ଯାଇଛନ୍ତି ଯେ ଯାଇଛନ୍ତି । ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଜଗୁଆଳି ଭାଇଙ୍କୁ ପଚାରି ଚାଲିଛନ୍ତି ଗୁରୁ କେବେ ଫେରିବେ !? ତାଙ୍କୁ ଫୋନ କର । 

    ପିଲାଙ୍କର ଗୁରୁ ହେଉଛନ୍ତି ସାଇ ବାବୁ । ଅନାଥ ପିଲା ମାନଙ୍କୁ ନେଇ ଗୋଟେ ଛୋଟ ଆଶ୍ରମ କରିଛନ୍ତି । ପିଲାଙ୍କର ଦେଖା ଶୁଣା ଭଲ ମନ୍ଦ ନିଜେ ବୁଝନ୍ତି । ବୃତ୍ତିରେ ସେ ଜଣେ ସଫଳ ବ୍ୟବସାୟୀ । କାମ ସାରି ଆସି ପହଞ୍ଚି ଯାନ୍ତି ପିଲାଙ୍କ ପାଖରେ । ପିଲାଟି ଦିନରୁ ହିଁ ସେ ହରେଇ ଦେଇଥିଲେ ନିଜ ବାପା ମା ଙ୍କୁ । ତାଙ୍କର ଲାଳନ ପାଳନ ହେଇ ଥିଲା ଗୋଟେ ଅନାଥ ଆଶ୍ରମରେ । ନିଜେ ଜଣେ ସଫଳ ବ୍ୟବସାୟୀ ହେବା ପରେ ନିଜ ରୋଜଗାରରେ ଆଶ୍ରମ ଟିଏ କରି ପିଲାଙ୍କ ସହ ସମୟ କାଟୁଛନ୍ତି । ପିଲା ମାନଙ୍କୁ ବହୁତ୍ ଭଲ ପାଆନ୍ତି ଆଉ ସବୁ ପିଲା ସାଇ ବାବୁଙ୍କୁ ଦିନେ ନ ଦେଖିଲେ କାନ୍ଦି ପକାନ୍ତି । ସବୁ ପିଲାଙ୍କ ପାଇଁ ଖେଳନା, ଖାଇବା ପିଇବା ସବୁ ଆଣି ଯୋଗେଇ ଦିଅନ୍ତି ସାଇ ବାବୁ । ସବୁ ପିଲା ତାଙ୍କୁ ଗୁରୁ ଗୁରୁ ବୋଲି ଡାକନ୍ତି। କାମରୁ ଫେରି ପିଲାଙ୍କ ସହ ରାତ୍ରୀ ଭୋଜନ କରିବା ତାଙ୍କର ନିତି ଦିନିଆ ଅଭ୍ୟାସ । ପ୍ରତି ମାସରେ ଥରେ ବୁଲେଇ ଦିଅନ୍ତି ଛୁଆଙ୍କୁ ପାର୍କ, କିମ୍ବା କୌଣସି ଏକ ସ୍ଥାନକୁ । 

     ଆଠ ଦିନ ତଳେ ଦିନେ ରାତିରେ ପିଲାଙ୍କ ସହ ଖେଳୁ ଥିବା ବେଳେ ସାଇ ବାବୁଙ୍କ ପାଖକୁ ଏକ ଫୋନ କଲ୍ ଆସେ ଆଉ ସେ କୁହନ୍ତୁ ପିଲା ମାନେ ମତେ ଏବେ ସହରକୁ ଯିବାକୁ ପଡିବ । ତିନି ଦିନ ରହିବାକୁ ପଡ଼ିବ ଗୋଟେ ବଡ଼ କାମ ଅଛି ସେଥିପାଇଁ । ତମେ ମାନେ କେହି ଦୁଷ୍ଟ ହବନି । ଜଗୁଆଳି ଭାଇଙ୍କୁ ହଇରାଣ କରିବନି । ଜଗୁଆଳି ଭାଇଙ୍କୁ ଡାକି ପିଲା ମାନଙ୍କ ଦେଖାଶୁଣା କରିବାକୁ କହି ବାହାରି ପଡିଲେ ସାଇ ବାବୁ । ଗଲେ ବେଳେ ପିଲା ମାନଙ୍କୁ କହି ଦେଇ ଯାଇ ଥିଲେ ଆସିଲା ବେଳେ ତମ ପାଇଁ ସବୁ ବହୁତ୍ ସାରା ଖେଳନା ଆଣି ଆସିବି । ହେଲେ ସେଇ ଦିନଠୁ ଆଜି ଯାଏ ଫେରି ନାହାଁନ୍ତି ଗୁରୁ । ଚାହିଁ ରହିଛନ୍ତି ପିଲା ସବୁ ।


     ତା ପର ଦିନ ହଠାତ୍ ଗୋଟେ ବଡ଼ ଗାଡ଼ି ଆସି ପହଞ୍ଚି ଗଲା ଆଶ୍ରମ ଆଗରେ । ପିଲା ସବୁ ଗୁରୁ ଗୁରୁ କହି ଭିତରୁ ଦଉଡ଼ି ଆସିଲେ । ହେଲେ ସେଠି ଗୁରୁ ନ ଥିଲେ କିଛି ଲୋକ ଗାଡ଼ି ଭିତରୁ ଅନେକ ଗୁଡ଼ିଏ ଖେଳନା , ଛୁଆଙ୍କ ପାଇଁ ଦରକାରି ଜିନିଷ କାଢି ଭିତରେ ରଖୁଛନ୍ତି । ୟା ଭିତରେ ଆଉ ଗୋଟିଏ ଗାଡ଼ି ଆସି ପହଞ୍ଚି ଗଲା ଆଉ ଗାଡ଼ିରୁ ଜଣେ ସ୍ତ୍ରୀ ଲୋକ ଓହ୍ଲେଇ ଆସି ଛୁଆଙ୍କ ପାଖକୁ ଆସିଲେ । ଛୁଆ ତାଙ୍କୁ ଆଗରୁ ଦେଖି ଥିଲେ ସେ ଥିଲେ ସାଇ ବାବୁ ଙ୍କ ସାଙ୍ଗ ପ୍ରୀତି ମାଡ଼ମ। ସେ ଅନେକ ଥର ଆସିଛନ୍ତି ଆଶ୍ରମକୁ ସାଇ ବାବୁଙ୍କ ସହ । ତାଙ୍କୁ ସବୁ ପିଲା ଘେରି ଗଲେ ଆଉ ପଚାରି ଚାଲିଲେ ଗୁରୁ କୁଆଡ଼େ ଗଲେ? କେବେ ଆସିବେ ଗୁରୁ? 

     ପ୍ରୀତି କାନ୍ଦି କାନ୍ଦି ଛୁଆଙ୍କୁ କହିଲେ ତମ ଗୁରୁ ସହରରୁ ଫେରିବା ବେଳେ ତାଙ୍କୁ ଭଗବାନ ତାଙ୍କ ପାଖକୁ ନେଇ ଗଲେ । ଛୁଆ କିଛି ବୁଝି ପାରୁ ନ ଥାନ୍ତି। ଆମ ଗୁରୁଙ୍କୁ ଭଗବାନ କଣ ପାଇଁ ନେଇ ଗଲେ । 

  

ତମ ଗୁରୁ ବହୁତ୍ ଭଲ ଥିଲେ ନା, ସେଥିପାଇଁ । ସେ ଆଉ କେବେ ଆସିବେନି । ସେଇ ଦେଖ ତମ ପାଇଁ ସେ କେତେ ଖେଳନା ପଠେଇଛନ୍ତି । 

ଆମର ଖେଳନା ଦରକାର୍ ନାଇ। ଆମର ଆମ ଗୁରୁ ଦରକାର୍ । 


  ସେଇଦିନ ଠାରୁ ସବୁବେଳେ ଗାଡ଼ିର ଶବ୍ଦ ଶୁଣିଲେ ପିଲା ଦଉଡ଼ି ଆସୁଛନ୍ତି ଆମ ଗୁରୁ ଆସିଲେ ଆମ ଗୁରୁ ଆସିଲେ କହି । ଅପେକ୍ଷା କରି ବସିଛନ୍ତି ଫେରିବେ ଆମ ଗୁରୁ ।




Rate this content
Log in