ଆମ ଗାଁ ହାଟ
ଆମ ଗାଁ ହାଟ
ସୁନିଲ ବାବୁଙ୍କ ବୟସ ପ୍ରାୟ ପଚାଶ ଭିତରେ । ସୁନିଲ ବାବୁ କିଛି ପିଲାଙ୍କୁ ତାଙ୍କ ସମୟର ଗାଆଁ ହାଟ ବିଷୟରେ କହିଚାଲିଥିଲେ । ତୁମେମାନେ ସବୁ ଡିଜିଟାଲ ଦୁନିଆ ମଣିଷ । ଯାହା କିଛି କିଣିବାକୁ ମନ କରୁଛ ସାଙ୍ଗେ ସାଙ୍ଗେ ଅନଲାଇନରୁ ଅର୍ଡର କରିଦେଉଛି । କିନ୍ତୁ ଆମ ସ୍କୁଲ ପାଠପଢ଼ା ସମୟରେ ଆମେ ସବୁ ସତେଜ ପନିପରିବା ଗାଆଁ ହାଟରୁ ପାଉଥିଲୁ । ଗାଆଁ ଶେଷ ମୁଣ୍ଡରେ ହାଟଟିଏ ଥାଏ । ପାଖରେ ଛୋଟ ନଈଟିଏ । ହାଟ ଜାଗାରେ ବହୁତ ବଡ଼ ବଡ଼ ପୁରୁଣା ବରଗଛଗୁଡିକ ରହିଥାଏ । ସପ୍ତାହର ଦୁଇ ତିନି ଦିନ ହାଟ ବସେ । ପ୍ରତିଦିନ ପରି ଅଭିରାମ ଓ ଭିମା ଭାଇ ପରିବା ବସ୍ତା ଧରି ହାଟରେ ପହଞ୍ଚି ଯାଆନ୍ତି । ହାଟ ସବୁ ବାରି ଦିନ ଉପରଓଳି ତିନିଟାରୁ ରାତି ନଅଟା ଦଶଟା ପର୍ଯ୍ୟନ୍ତ ବସେ । ଅଭିରାମ ଓ ଭିମା ଭାଇଙ୍କ ପରିବା ସମସ୍ତଙ୍କ ଠାରୁ ତାଜା ଥାଏ । ଦୁଇ ଜଣଙ୍କ ଦୋକାନ ପାଖରେ ସବୁ ଦିନ ଭିଡ଼ ଜମିଥାଏ । ବାଡିଆ ମାନଙ୍କ ପାଖରୁ ଭଲ ତାଜା ପରିବା ଆଣି ବିକନ୍ତି । ଅଭିରାମ ଓ ଭିମା ଭାଇର ପରିବା ବିକିବାର ଠାଣି ସମସ୍ତଙ୍କ ଠାରୁ ଅଲଗା । ଅଭିରାମର ବୟସ ପାଖାପାଖି ଚାଳିଶି ବର୍ଷ ଆଉ ଭିମାଭାଇର ବୟସ ପ୍ରାୟ ଷାଠିଏ ବର୍ଷରୁ ଉର୍ଦ୍ଧ । କିନ୍ତୁ ବୟସ ପାଖରେ କଷ୍ଟ କରିବାର ସାମର୍ଥ୍ୟ ରହିଛି । ସେହି ବୟସରେ ପରିବା ବିକି ପରିବାର ଭରଣପୋଷଣ କରିବା ଏତେ ସହଜ କଥା ନୁହେଁ । ଭିମା ଭାଇର ଚାରି ଜଣ ପୁଅ ଝିଅ । ବଡ଼ପୁଅ ବାହାରେ ଚାକିରୀ କରେ । ପରିବାରର ଚଳଣି ଏତେ ଖରାପ ନୁହେଁ । ହାଟରେ ପରିବା ବିକି ପରିବାର ଚଳାଇବା ଓ ଚାଷ ଜମିରେ ଚାଷ କରି ପିଲାଙ୍କୁ ଭଲ ମଣିଷ କରିପାରିଛି । ଗାଆଁ ହାଟ ଭିମା ଭାଇକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ତିରିଶି/ଚାଳିଶି ବର୍ଷ ତଳେ ଗାଆଁ ଗହଳିର ହାଟର ଚାହିଦା ବେଶ ଭଲ ଥିଲା । ସମୟର ପରିବର୍ତ୍ତନ ସହିତ ଆଜିକାଲି ଗାଆଁ ହାଟରେ ଚାହିଦା ବହୁ ପରିମାଣରେ କମିଯାଇଛି । ଜୀବନ ଜୀବିକାର ଶୈଳୀ ବଦଳି ଯାଇଛି । ଗାଆଁରୁ ସହର ଏବେ ଡିଜିଟାଲ ହାଟରେ ପ୍ରଭାବିତ । ନା ଭିମା ଭାଇ ଆଉ ଅଭିରାମର ଦୋକାନ ଅଛି, ନା ଆଉ ସତେଜ ପରିବା ମିଳୁଛି, ନା ସେହି ଦିନର ପ୍ରାକୃତିକ ପରିବେଶ ଅଛି । ଗାଆଁରୁ ସହର ଖାଲି ନକଲି ଆଉ ନକଲି ଜିନିଷ ପଦାର୍ଥ ମିଳୁଛି । ଗାଆଁ ହାଟ ଥିଲା ଆମ ଚାଲିଚଳଣି ବାଟ । ସେ ଭିମା ଭାଇ ଆଉ ଏ ଇହଧାମରେ ନାହାନ୍ତି । ଖାଲି ତାଙ୍କର ସ୍ମୃତିର ଝଲକ ହାଟ ଇଲାକାରେ ଅନୁଭବ କରିହୁଏ । ସେ ସମୟରେ ପରିବା ହେଉ କି ତେଜରାତି ସଉଦା କପଡା ତିଆରି ଥଳି ବା ବ୍ୟାଗରେ ଆଣିବାକୁ ପଡୁଥିଲା । ଆଜିର ସମୟରେ ପରିବା ହେଉ କି ସଉଦା ସବୁ ଜରି ଓ ପଲିଥିନ ବ୍ୟାଗରେ ଧରି ଘରେ ଜମା କରାଯାଉଛି । ଯାହା ଦ୍ୱାରା ଆମ ଧରିତ୍ରୀ ମାଆ ବିପଦରେ ସମ୍ମୁଖୀନ ହେବାକୁ ପଡୁଛି । ସହଜ ସୁବିଧାର ଆଢ଼ୁଆଳରେ ଆମେ ସମସ୍ତେ ସେ ଦିନର ବ୍ୟବହାରକୁ ବହୁତ ପଛରେ ପକାଇ ସାରିଛେ । ସେ ସମୟ ଆଉ କେବେ ଫେରିବ ନାହିଁ । ଭିମାଭାଇ ହେଉ କି ଅଭିରାମ ଭାଇର ପନିପରିବାରେ ଅନେକ ସତେଜତା ଥିଲା ଓ ଶସ୍ତା ମଧ୍ୟ ଥିଲା । ବହୁତ ସ୍ୱାଦଯୁକ୍ତ ଥିଲା । କିନ୍ତୁ ପିଲାମାନେ ଆଜିର ପନିପରିବା ଓ ତେଜରାତି ସଉଦାର ଦରଦାମ ଆକାଶ ଛୁଆଁ । ସେ ସବୁ କିଣିବାକୁ ଡର ବି ଲାଗୁଛି । ପନିପରିବା ଓ ସଉଦାରେ ସବୁ ନକଲି ବା ଭେଜାଲ କରାଯାଇ ହାଟ ବା ମାର୍କେଟରେ ବିକ୍ରି କରାଯାଉଛି । ପିଲାମାନେ କହିଲେ ସତରେ ସେ ସମୟ ବହୁତ ଭଲ ଥିଲା । ତୁମେମାନେ ସବୁ ଶୁଣିଲ ଯେ ଆଗରୁ ଆମେ କେତେ ସୁନ୍ଦର ଜୀବନଧାରଣ କରୁଥିଲେ । ମୁଁ କହିବି ସେତେବେଳେ ଆମ ଗାଆଁ ହାଟ ବରଂ ବେଶ ଭଲ ଥିଲା ।
