STORYMIRROR

Akshayakumar Dash

Others

3  

Akshayakumar Dash

Others

ଆଖିର ଭାଷା

ଆଖିର ଭାଷା

1 min
359

ବସଷ୍ଟାଣ୍ଡରେ ବସ ଅପେକ୍ଷା କରିଛି । ଜଣେ ମହିଳା ଦେଖାହେଲେ । ମହିଳା ଜଣକ କୋଡ଼ରେ ଶିଶୁପୁତ୍ର । ମହିଳା ମୋତେ ଚାହିଁଲେ ।ପରିଚିତ ପରି । ମୁଁ କିନ୍ତୁ ତାଙ୍କୁ କେବେକେଉଁଠି ତାଙ୍କୁ ଦେଖିନାହିଁ ବାରମ୍ବର ଚାହିଲାପରେ ମୁଁ ତାଙ୍କ ବିଷୟରେ ପଚାରିଲି । କେଉଁଠିକୁ ଯିବେ ?ସେ କଥା କହିପାରୁନଥିଲେ । କିନ୍ତୁ ଶୁଣୁଥିଲେ । ମୋ ପ୍ରଶ୍ନରଉତ୍ତର ଦେବାକୁ ଯାଇ ମୋ ପକେଟର କଲମ ଠାର ମାଗିଲେ । କଲମ ଦେଲି ,ତାଙ୍କର ହାତପପାପୁଲିରେ କୁଆଖିଆ ଲେଖି ଦେଖାଇଲେ ।


ମହିଳା ଜଣକ ଆଖିରୁ ତାଙ୍କ ପ୍ରତି କରୁଣା ମିଳିବାକୁ ବୋଧେ ମୋ ପାଖରୁ ଆଶା କରୁଥିଲେ । ପଚାରିଲି କଣ ଚାହୁଁଛନ୍ତି ? ପିଲାଟିର ପାଟିପାଖକୁ ହାତଦେଖିଇ ଖାଇବାକୁ ଇସାରା ଦେଲେ । ମୁଁ ପାଖ ଦୋକାନରୁ କିଛି ଜଲଖିଆ କିଣିଆଣି ଦେଲି । ଏବେ ତାଙ୍କ ଆଖିର ଭାଷା ପଢ଼ିଲି ,ମୋ ପ୍ରତି ଖୁସି ପ୍ରକଟ କରିବା ସହିତ ପୁଅକୁ ଖାଇବାକୁ ଦେଲେ । ତାଙ୍କ ଆଖିରୁ ଟିକିଏ ବିରକ୍ତ ଭାବ ଲାଗିଲା । ପଚାରିଲି?ଆଉସବୁ ତୁମର କିଏ ଘରେ ଅଛନ୍ତି? ମହିଳା ଜଣକ ଠାରି କରି କହିଗଲେ ମୁଁ କିଛି ବୁଝିଲି ବି ଅବୁଝା ରହିଲା । ତାଙ୍କର ସ୍ୱାମୀ ଜଣେ ମଦୁଆ । ଆଜି ଝଗଡା ଲାଗି ମହିଳାଜଣକ ବାପଘରକୁ ଯାଉଛନ୍ତି । ତେଣୁ ତାଙ୍କ ଘରକଥା ମାନେପଡ଼ିଗଲେ ଆଖିରୁ ବିରକ୍ତ ଭାବଦେଖିବାକୁ ମିଳେ ।


ପଶୁପକ୍ଷୀ ଜୀବନକୁ ଅନୁଧ୍ୟାନ କଲେ ସେମାନେ ମଣିଷର ଆଖିକୁ ଚାହିଁ ବ୍ୟକ୍ତିର ଗୁଣ ବା ସ୍ଵଭାଵ ଜାଣିପାରନ୍ତି ।କୁକୁର ଚୋରକୁ ଜାଣିପାରେ ।ପାରା, କୁଆ, ବଣି, ମଧ୍ୟ ଆଖିରୁ ଭାଷା ବୁଝନ୍ତି । ଆଖି ରୁ ଭାଷା ବୁଝିବା ସମ୍ଭବହେବ ଯେତେବେଳେ ମୁଖର ଭାଷା ପ୍ରୟୋଗକରିବା ବନ୍ଦ ହେବ । ମୁଖର ଭାଷା ଅପପ୍ରୟୋଗ କରି ଆଖିର ଭାଷା ବୁଝିବା କଷ୍ଟକର ହୁଏ ଆଖିର ଭାଷା ହୃଦୟର ଭାଷା ଏଥିପାଇଁ ଅନ୍ତରଦୃଷ୍ଟି ରେ ଦେଖିବାକୁ ପଡେ ।



Rate this content
Log in