The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Others

2  

Akshayakumar Dash

Others

ଆଇରନ ଟ୍ରକ୍

ଆଇରନ ଟ୍ରକ୍

1 min
500


ଜାତୀୟ ରାଜପଥର ଦୃଶ୍ୟ । ଆଇରନ ଟ୍ରକ୍ ରାଲି । ସୁକିନ୍ଦା କି ଦୈତାରିରୁ ଆସୁଥିବା ଆଇରନ ଟ୍ରକ୍ ରାଜ ରାସ୍ତାରେ ଭିଡ । ଷୋହଳ ନମ୍ବର ଜାତୀୟ ରାଜପଥ ଓ ଦୈତାରି ପାରାଦ୍ୱୀପ ରାଜ ରାସ୍ତା ଗହଳି ।  ରାସ୍ତା ଅବରୋଧ କରି ଟ୍ରକ ସବୁ ଘଣ୍ଟାଘଣ୍ଟା ପଡିରହିଛି । ସକାଳୁ ସକାଳୁ ଆମ୍ବୁଲାନ୍ସଟି ରୋଗୀ ନେଇ ବଡ଼ମେଡିକାଲ କଟକ ଯାଉଛି ।  ରୋଗୀଟିର ଜରୁରୀ ଅବସ୍ଥା । ହର୍ଣ୍ଣ ଦେଇ ଚାଲିଛି । ହେଲେ ଆଗକୁ ମାଡିବାର ବାଟନାହିଁ । ସେଇ ଗାଡିଟିର ପଛେପଛେ ଆମ କାରଟି ଅଛି । ଶନିବାର ସକାଳୁଆ ସ୍କୁଲ । ଛ’ଟା ସୁଦ୍ଧା ସ୍କୁଲରେ ପହଞ୍ଚିବାକୁ ପଡିବ । ଆମ ପଛେପଛେ ଆହୁରି ଅନେକ ଗାଡି ଅଟକି ଯାଇଛି । ଟ୍ରକ୍ ଡ୍ରାଇଭର ଗାଡ଼ିରେ ନାହାନ୍ତି । ପାଖ ଚାହା ଦୋକାନରେ ବସିଛନ୍ତି । ସଡ଼କର ବାମ ପଟ ଦୁଇ ଦୁଇଟି ଟ୍ରକ ରାସ୍ତା ଉପରେ । ଯଦିଓ ଯିବା ପାଇଁ ଅଳ୍ପ ଛାଡିଛନ୍ତି ତାହା ମଧ୍ୟ ସଂକୀର୍ଣ୍ଣ । ଗାଡିଟିଏ ଯିବା ବିପଦ । ବହୁ କଷ୍ଟେ ଚଣ୍ଡୀଖୋଲରେ ପହଂଚିଲୁ । ଚଣ୍ଡୀଖୋଲ ଠାରୁ ପାରାଦ୍ବୀପ ରାସ୍ତାରେ ଦୁଇ କିଲୋମିଟର ଯିବାକୁ ହେବ । ସେମିତି ଆଇରନ ଗାଡି ଠିଆହୋଇଛି । ଅସୁବିଧାରେ ବିଦ୍ୟାଳୟରେ ପହଂଚିଲୁ । ପ୍ରାର୍ଥନା ସରିଯାଇଥିଲା ପୋଲିସ କି ପ୍ରଶାସନ କାହାର ଦେଖାନାହିଁ ।  ସର୍ବସାଧାରଣଙ୍କ ଅସୁବିଧା କାହାର ଦୃଷ୍ଟି ପଡୁ ନାହିଁ । ରାଜ ରାସ୍ତା ଆଇରନ ଟ୍ରକ୍ ର ରାଲି । ତାଙ୍କର ବି ହକ୍ ଅଛି । ରାସ୍ଥାରେ ରହିବା ।


Rate this content
Log in