Writer Roja Panda

Others

5.0  

Writer Roja Panda

Others

ଆଧୁନିକ ସାବିତ୍ରୀ

ଆଧୁନିକ ସାବିତ୍ରୀ

2 mins
278



ଟୁକୁର ଗୋଟିଏ ବୋଲି ସ୍ତ୍ରୀ ମୁକୁ । ଟୁକୁର ସ୍ତ୍ରୀ ନୁହେଁ ତ ମୁକୁ ହେଉଛି ଟୁକୁର ଜୀବନ । ଆଜି ସାବିତ୍ରୀ । ମୁକୁ ସକାଳୁ ସକାଳୁ ଗାଧେଇ ପାଧେଇ ରେଡି । ହେଲେ ମୁକୁ କୁ ଶାଢ଼ୀ ପିନ୍ଧି ଆସେନି । ମୁକୁ ଅପେକ୍ଷା କରିଛି ଟୁକୁ ଉଠିଲେ ମୁକୁକୁ ଶାଢ଼ୀ ପିନ୍ଧାରେ ସାହାଯ୍ୟ କରିବ । ଟୁକୁ ନିଦରୁ ଉଠିଲା ଆଉ ମୁକୁକୁ ଡାକିଲା - ମୁକୁ ତମେ କୋଉଠି ? ଆଜି କଣ ଚା କି କଫି କିଛି ମିଳିବନି କି ? ମୁକୁ ଉତ୍ତର ଦେଲା - ନା, ଆଜି ପା ସାବିତ୍ରୀ । ଜଲଦି ଉଠି ମତେ ଟିକେ ଶାଢ଼ୀ ପିନ୍ଧାରେ ସାହାଯ୍ୟ କର ।


ଟୁକୁ ତରତର ହେଇ ଉଠି ମୁକୁ ପାଖକୁ ଗଲା । ଶାଢ଼ୀ ଦେଖି ଟୁକୁ କହିଲା - ଏଇଟା କଣ ନୂଆ ଶାଢ଼ୀ ? ଏଇଟା ତ ତମେ ଆଗରୁ ପିନ୍ଧିଛ ଥରେ । ଆଜି ସବିତ୍ରୀରେ ତ ନୂଆ ଶାଢ଼ୀ ପିନ୍ଧିବା କଥା । ଏ ପରା ଆଧୁନିକ ସାବିତ୍ରୀ । ଏଥିରେ ସ୍ତ୍ରୀ ମାନେ ନୂଆ ଶାଢ଼ୀ ,ନୂଆ ଚୁଡ଼ି,ଭଳିକିଭଳି ଫଳମୂଳ କିଣିବା କଥା ନା । ସେତେବେଳେ ସିନା ସାବିତ୍ରୀ ବଣରେ ପୂଜା କରୁଥିଲେ ସେଥିପାଇଁ ଏସବୁ ସରଞ୍ଜାମ କିଣିପାରୁନଥିଲେ । ଏବେପା ଦୋକାନରେ ସବୁ ମିଳୁଛି । ଏଇ ଆଧୁନିକ ସାବିତ୍ରୀ ବାହାନାରେ ତ ସ୍ୱାମୀ ମାନଙ୍କ ପକେଟ ପୁରା ଖାଲି ହେଇଯାଉଛି । ଆଉ ତମେ କଣ ମତେ କିଛି ହେଲେ ମାଗିନା । କଥା କଣ ? ମୋ ପକେଟ ରୁ ତ ଟଙ୍କାଟିଏ ବି ଖର୍ଚ୍ଚ ହେଇନି ତୁମ ସାବିତ୍ରୀ ବ୍ରତ ପାଇଁ । ଆରେ ବଜ଼ାରରେ ଟିକେ ବୁଲି ଆସ । ସ୍ତ୍ରୀ ମାନେ କେତେ କଣ କିଣିପକାଉଛନ୍ତି ସାବିତ୍ରୀ ପାଇଁ । ନୂଆ ଶାଢ଼ୀ,ସୁନା ଗହଣା ଆହୁରି ଅନେକ କିଛି । ହେଲେ ତମେ ପୁରୁଣା ଶାଢ଼ୀ ଖଣ୍ଡେ ପିନ୍ଧି ପୂଜା ପାଇଁ କଣ ବାହାରିଲ ? ଏସବୁ ଶୁଣି ମୁକୁ କହିଲା - ବୁଝିଲ ଟୁକୁ ମୋ ପାଖରେ ପରା ତମେ ଅଛ ,ମାନେ ମୋ ସତ୍ୟବାନ । ଆଉ ପୁଣି ମୋର କଣ ଦରକାର । ତା ଛଡା ମହାସତି ସାବିତ୍ରୀ କଣ ଜଙ୍ଗଲରେ ଏସବୁ ପାଇଥିବେ ନାନା ପ୍ରକାର ବିଦେଶୀ ଫଳମୂଳ,ନୂଆ ଚିକିମିକିଆ ଶାଢ଼ୀ, ସୁନେଲି ବଡର ବ୍ଲାଉଜ ଆଉ ଏତେ ଢଙ୍ଗର ଗାହଣାଗଣ୍ଠି । ସେ ତ ପୁଣି ନିଜ ପୂଜା ଦ୍ୱାରା ସତ୍ୟବାନର ଜୀବନ ଫେରାଇ ଆଣି ପାରିଥିଲେ । ମୁଁ ସାବିତ୍ରୀ ବ୍ରତ କରିବାକୁ ଚାହେଁ ଆଧୁନିକ ସାବିତ୍ରୀ ନୁହେଁ । 


Rate this content
Log in