STORYMIRROR

Bijoy Jena

Children Stories Inspirational Children

3  

Bijoy Jena

Children Stories Inspirational Children

ଆଚରଣ ହିଁ ଧର୍ମ

ଆଚରଣ ହିଁ ଧର୍ମ

2 mins
335


ଗୋଟିଏ ଆଶ୍ରମରେ ଅନେକ ଶିକ୍ଷାର୍ଥୀ ଥିଲେ | ଗୁରୁ ସେମାନଙ୍କୁ ଶାସ୍ତ୍ର ଶିକ୍ଷା ଦେଉଥାନ୍ତି | ଶାସ୍ତ୍ର ଶିକ୍ଷାର୍ଥୀଙ୍କୁ ଗୁରୁ କହିଲେ -   ସମସ୍ତେ କୁହ, ସତ୍ୟମ୍ ବଦ,    ସତ କୁହ | ଗୁରୁଙ୍କ ପରେ ଶିଷ୍ୟମାନେ ଏହା ଉଚ୍ଚାରଣ କଲେ | ପୁଣି ଗୁରୁ କହିଲେ - କ୍ରୋଧ ସମ୍ବରଣମ କୁରୁ | କ୍ରୋଧ ସମ୍ବରଣ କର |ପୂର୍ବ ପରି ଶିଷ୍ୟମାନେ ଏହାକୁ ଉଚ୍ଚାରଣ କରିଥିଲେ, ମାତ୍ର ଗୋଟିଏ ଶିଷ୍ୟ ନୀରବ ରହିଥିଲା | ଗୁରୁ କହିଲେ - ତୁ ମୋ କଥାକୁ ଅବମାନନା କରୁଛୁ, ତଥାପି ସେ ନୀରବ ଥିଲା, କିଛି କହି ନଥିଲା | ଗୁରୁ ଜାଣିଥିଲେ ବାଳକଟି ଅନ୍ୟ ମାନଙ୍କଠାରୁ ଭିନ୍ନ ଅଟେ | ସେ ଆଦେଶ ଅବମାନନା କରିବା ଶିଷ୍ୟ ନୁହେଁ | ତେବେ କୋୖଣସି କାରଣରୁ ବୋଧହୁଏ ନୀରବ ରହୁଛି |

   ତା ପରଦିନ ପୁଣି ଗୁରୁ ଶିଷ୍ୟମାନଙ୍କୁ ସେହି କଥାକୁ ଉଚ୍ଚାରଣ ମାଧ୍ୟମରେ ଶିକ୍ଷା ଦେଲେ |ସମସ୍ତ ଶିଷ୍ୟ ଉଚ୍ଚାରଣ କରୁଥିବା ବେଳେ ଗୁରୁଙ୍କ ନଜର ପଡିଲା ସେହି ଶିଷ୍ୟ ଉପରେ ଯିଏ ନୀରବରେ ବସିଥିଲା |ଗୁରୁ ହଠାତ ରାଗିଯାଇ ତାହାଙ୍କୁ ଠିଆ କରାଇଦେଲେ |କିନ୍ତୁ ଏଥରକ ଶିଷ୍ୟ ପୂର୍ବବତ ନୀରବ ରହିଥିଲା |ଏଇ ସାମାନ୍ୟ କଥା ଆସୁନାହିଁ ବୋଲି କହି ଗୁରୁ ପିଲାଟିକୁ ଖୁବ ଜୋରରେ ବେତରେ ପ୍ରହାର କଲେ |ହାତ ଫାଟିଗଲା, ରକ୍ତ ଝରିଲା, ପିଲାଟି ନୀରବ, ଦ୍ବିତୀୟ ପାହାର ଦେଲେ, ତଥାପି ସେ ନୀରବ |ତୃତୀୟ ପ୍ରହାରରେ ହାତ ଓ ବେତ ଉଭୟ ରକ୍ତ ରଂଜିତ ହୋଇଯାଇଥିଲା |ପିଲାଟିର ଏ ଅବସ୍ଥା ଦେଖି ଅନ୍ୟ ସହପାଠୀଙ୍କ ଆଖିରେ ମଧ୍ୟ ଲୁହ ଭରିଯାଇଥିଲା |ଗୁରୁ କହିଲେ ଏଇ ଦୁଇ ପଦ ଉଚ୍ଚାରଣ କରିବାକୁ ତିନିଦିନ ସମୟ ଲାଗିଗଲା |

 ଏହାପରେ ଶିଷ୍ୟ ବିନମ୍ରତା ସହିତ କହିଲା ଗୁରୁଦେବ, ଆପଣଙ୍କ ପ୍ରଥମ ବାକ୍ୟ ଆଚରଣ କରୁଥିଲି, ଆପଣଙ୍କ ପ୍ରଥମ ପ୍ରହାରରେ ଇଛା ହେଉଥିଲା ବେତ ଛଡାଇ ନେବାକୁ |ତୃତୀୟ ପ୍ରହାରରେ କ୍ରୋଧ ଚାଲିଗଲା |ଏବେ କହିଲି - ସତ୍ୟଂ ବଦ, କ୍ରୋଧ ସମ୍ବରଣ କୁରୁ |ଆଉ ଏବେ ଠାରୁ ଏହା ଜୀବନରେ ଆଚରଣ ମଧ୍ୟ କରିବି |ସେ ଗୁରୁ ଥିଲେ ପାଣ୍ଡଵଙ୍କର ଶସ୍ତ୍ର ଗୁରୁ କୃପାଚାର୍ଯ୍ୟ ଓ ଶିଷ୍ୟଟି ଥିଲେ ଯୁଧିଷ୍ଠିର |

     


Rate this content
Log in