ଆବେଗର ବନ୍ଧୁ
ଆବେଗର ବନ୍ଧୁ


ବନ୍ଧୁତ୍ବର ପରିଭାଷା ବ୍ୟାପକ। କୃଷ୍ଣ-ସୁଦାମା, ରାମ-ସୁଗ୍ରୀବ ଏବଂ କୃଷ୍ଣ-ଅର୍ଜୁନ ଏଗୁଡିକ ପୌରାଣିକ ଚରିତ୍ର ହେଲେ ମଧ୍ୟ ଏମାନଙ୍କ ମଧ୍ୟରେ ନିବିଡ ବନ୍ଧୁତ୍ବ ଥିଲା ।
- ବନ୍ଧୁତ୍ବ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ନିବିଡ ବନ୍ଧୁତ୍ବ - ବନ୍ଧୁ ବା ସାଙ୍ଗ କେବଳ ଏକ ଶଦ୍ଦ ନୁହେଁ, ଏହା ଏକ ସୁନ୍ଦର ଅନୁଭବ । ପ୍ରେମ, ବିଶ୍ବାସ, ଆବେଗରେ ପରସ୍ପରର ସୁଖଦୁଃଖକୁ ବାଣ୍ଟୁଥିବା ମଣିଷଟି ବନ୍ଧୁ ପଦବାଚ୍ୟ।
- ପ୍ରତିକୂଳ ପରିସ୍ଥିତିରେ ଯେ ଛାଇପରି ଛିଡାହୋଇ ସହଯୋଗ କରେ ସେ ହିଁ ପ୍ରକୃତ ବନ୍ଧୁ । ତେଣୁ ଚାଣକ୍ୟ ନୀତି ଶ୍ଳୋକରେ କହିଲେ -
"ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ,
ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ" ।।
- ସାମାଜିକ ଜୀବନରେ ଏ ସମ୍ପର୍କ ଅତି ନିବିଡ ପୁଣି ଅତି ଆପଣାର । ପ୍ରକୃତ କଥା ପ୍ରକୃତ ବନ୍ଧୁ ହିଁ ବୁଝିପାରିଥାଏ ଏବଂ ଏହା ବନ୍ଧୁତ୍ବର ମହତ୍ବ । ବନ୍ଧୁତାରେ ନଥାଏ ବୟସର ସୀମା ଏବଂ ଜାତି, ବର୍ଣ୍ଣ, ଧର୍ମ ।
- ବର୍ତ୍ତମାନ କୃଷ୍ନ-ସୁଦାମାଙ୍କ ପରି ବନ୍ଧୁତ୍ବ ଆଉ ଦେଖିବାକୁ ମିଳୁନାହିଁ ସତ କିନ୍ତୁ ଏମିତି କେତେଜଣ ବନ୍ଧୁ ଅଛନ୍ତି ,ଯେଇଁମାନେ ଦୀର୍ଘବର୍ଷ ଧରି ତାଙ୍କ ବନ୍ଧୁତ୍ବର ବନ୍ଧନକୁ ନିବିଡତାର ସହ ବାନ୍ଧି ରଖି ପାରିଛନ୍ତି ।
- ଜୀବନର ଶେଷ ଯାଏ ଏହା ରହିବ ବୋଲି କହିଛନ୍ତି ।ବନ୍ଧୁତ୍ବ ମାନେନା ଧନୀ ଗରିବର ପ୍ରାଚୀର । ବନ୍ଧୁତ୍ବର ଅନ୍ୟନାମ ସ୍ନେହ ଶ୍ରଦ୍ଧାରେ ବନ୍ଧା ନିଃସ୍ବାର୍ଥପର ସମ୍ପର୍କ ।