STORYMIRROR

Er. Prakash Majhi

Children Stories

3  

Er. Prakash Majhi

Children Stories

0ଅତି ଲେମ୍ବୁ ଚିପୁଡିଲେ ପିତା

0ଅତି ଲେମ୍ବୁ ଚିପୁଡିଲେ ପିତା

2 mins
422


       ମା' ପୁଅ ଦୁଇଜଣ । ବୁଢୀ ମା'କୁ ଆଖିକୁ ଦେଖାଯାଉ ନ ଥାଏ । ଖାଇବାକୁ ଘରେ କିଛି ନାହିଁ। ବାଧ୍ୟ ହୋଇ ମେଞ୍ଚଡ ଟୋକା ଟି ଗାଁ ଗାଁ ବୁଲି ଭିକ ମାଗେ । କିଏ ଦେଲେ ଦେଇଛି ; କିଏ ନ ଦେଲେ ନାହିଁ। ଛେଇ ଛେଇ, ମାର ମାର ଭିତରେ ପିଲାଟି ସେ ଗାଁ ରୁ ଏ ଗାଁ କୁ ଭିକ ମାଗି ବୁଲେ ଯାହା ମିଳେ କଷ୍ଟେ ମଷ୍ଟେ ମା' ପୁଅ ଦୁଇ ଜଣ ଚଳନ୍ତି। 

       ଦିନକର ଘଟଣା ; ସକାଳୁ ସେ ବଡି ଭୋରରୁ ଘରୁ ବାହାରିଲା । ଗାଁ ମୁଣ୍ଡରେ ଯାଇ ଦୀନବନ୍ଧୁ ବାବୁଙ୍କ ଘର ଅଗଣାରେ ଠିଆ ହୋଇ ଭିକ ଦୁଇଟା ଦିଅ ମା' କହିବାରୁ ତାଙ୍କ ସ୍ତ୍ରୀ ଇଆଡୁ ସିଆଡୁ କେତେ କଣ କଥା ଉଗାଳି ପକାଇଲେ। ପିଲାଟି କିଛି ନ କହି ଖୁଣ୍ଟ ପରି ଠିଆ ହୋଇ ରହି ଥାଏ । ମନେ ମନେ ଭାବୁଥାଏ ସେ ଯାହା ଘରକୁ ଭିକ ମାଗିବାକୁ ଯାଉଛି ଯଦି ସେ ସେମାନଙ୍କ ଭଳି ହୋଇଥା'ନ୍ତା ଆଜି ତାକୁ ବାର ଆଡୁ ବାର କଥା ଶୁଣିବାକୁ ପଡୁନଥା'ନ୍ତା କି କାହାରି ଦୁଆରେ ହାତ ପତାଇ ବାକୁ ପଡୁନଥା'ନ୍ତା। 

         ତା' ପରେ ମନକୁ ମାରି ଆଗକୁ ଚାଲିଲା। କିଛି ଦୂର ଗଲା ପରେ ଗୋବିନ୍ଦପୁର ଗାଁର ହରିହର ବାବୁଙ୍କୁ ଦେଖିଲା ସେ ବହୁତ ଧନି ଥିଲେ। ଜାହାଜ ନେଇ ବେପାର ବଣିକ କରୁଥିଲେ। ଥରେ ତାଙ୍କ ଜାହାଜ ପାଣିରେ ବୁଡି ଯିବାରୁ ସମସ୍ତ ସମ୍ପତି ହରାଇ ବସିଲେ । ସେ ଆଜି ଗରିବ। ତା' ଅବସ୍ଥା ଦେଖି ପିଲାଟି ମନରେ ଦୁଃଖ ଓ ଦମ୍ଭ ଆସିଲା। ତାଙ୍କୁ ଦେଖି ସେ ଭାବିଲା ଯଦି ଆମ ମା' ପୁଅକୁ ସୁବିଧାରେ ଗଣ୍ଡେ ଖାଇବାକୁ ମିଳନ୍ତା, ସେ ଅଧିକ କେବେ ଲୋଭ ନ କରି ସୁଖରେ ଚଳି ଯା'ନ୍ତା। 

         ମା' ଭାଗ୍ୟଦେବୀ ପିଲାଟିର ମନ କଥା ବୁଝିପାରିଲେ। ତାଙ୍କର ତା' ପ୍ରତି ବହୁତ କୃପା ହେଲା। କିଛି ସାହାଯ୍ୟ ଦେବା ଆଶାରେ ନିଃସହାୟ ବାଳକ ନିକଟକୁ ଆସିଲେ। 

          ବାଳକଟି ଭାଗ୍ୟଦେବୀଙ୍କୁ ଦେଖି ଚିହ୍ନି ପାରିଲା ନାହିଁ। କିଏ ବୋଲି ପଚାରିବାରୁ ଭାଗ୍ୟଦେବୀ ତାଙ୍କର ପରିଚୟ ଦେଇ ତୁମକୁ ମୁଁ ସାହାଯ୍ୟ କରିବାକୁ ଆସିଛି ବୋଲି କହିଲେ। ତମର କିଛି ମାଗିବାର ଆଛି ତ ମାଗି ପାର କିନ୍ତୁ ଗୋଟିଏ ସର୍ତ୍ତ ; ମୁଁ ତୁମକୁ ଯାହା ଦାନ କରିବି, ଯଦି ତାହା ଭୂମିରେ ପଡେ, ତେବେ ତାହା ଧୂଳି ହୋଇ ଯିବ। ଯାହା ଧରି ରଖିବ ତାହା ସ୍ୱର୍ଣ୍ଣ ମୁଦ୍ରା ହୋଇ ଯିବ। ଯଦି ଏ ସର୍ତ୍ତରେ ତମେ ରାଜି, ତେବେ ଦାନ କରିବି। ଭାଗ୍ୟଦେବୀଙ୍କ କଥା ନସରୁଣୁ ପିଲାଟି ହଟାତ୍ ହଁ ମାରିଲା ଓ ଛିଣ୍ଡା ମୁଣା ଟିକୁ ଧରି ଭାଗ୍ୟଦେବୀଙ୍କୁ ଭିକ ମାଗିଲା। 

         ଭାଗ୍ୟଦେବୀଙ୍କ କରୁଣ ଚାହାଣୀରେ ମୁଣାଟି ହଟାତ୍ ଭରି ଗଲା। ପିଲାଟିର ହସ କହିଲେ ନ ସରେ। ଭାଗ୍ୟଦେବୀ ପଚାରିଲେ; ମୁଣା ତୁମର ଭରିଲା ନା ଆଉ ଦରକାର। ପିଲାଟି ଲୋଭରେ ଆହୁରି ଭରିବାକୁ ବାକି ଅଛି କହିବାରୁ ଉତ୍ତର ଶୁଣି ଭାଗ୍ୟଦେବୀ ପୁଣି କିଛି ମୁଦ୍ରା ଦେବାରୁ ଗୋଟି ଗୋଟି ହୋଇ ମୋହର ତଳେ ପଡିବାକୁ ଲାଗିଲା ଓ ମୁଣାଟି ପୁରା ଛିଡି ଗଲା ଓ ମୁଦ୍ରା ତକ ତଳେ ପଡି ଗଲା। 

         ସର୍ତ୍ତ ଅନୁଯାୟୀ ସ୍ୱର୍ଣ୍ଣ ମୁଦ୍ରା ତକ ଧୂଳିରେ ପରିଣତ ହୋଇଗଲା। ଭାଗ୍ୟଦେବୀ ଚାଲିଗଲେ। ପିଲାଟି ପୂର୍ବ ପରି ଭିକ ମାଗିଲା। ମା'କୁ ଯାଇ ସବୁ କଥା କହିବାରୁ ସେ କହିଲେ; ଅତି ଲେମ୍ବୁ ଚିପୁଡିଲେ ପିତା।


Rate this content
Log in