STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଯୁଦ୍ଧ

ଯୁଦ୍ଧ

1 min
13.4K


 ଆଜି

ସେମିତି ଦିନଟିଏ

ଦିନ ତମାମ ଯୁଦ୍ଧର ଡାକରା

ଖାଲି ଲଢେ଼ଇ ଲଢେ଼ଇ।


ଖରା କହୁଛି

ମୁଁ

ରହିବି

ବର୍ଷା କହୁଛି

ମୁଁ

ହେବି

ଘଡଘଡି କ'ଣ ଛାଡିବ?

ସେ କହୁଛି

ମୁଁ ରଡି କରିବି

ଆଉ ବିଜୁଳି

ତା'ର କ' ଣ କମ୍ ଜୁଲୁମ ?

ସେ କହୁଛି

ମୁଁ

ଆଲୁଅ ଦେବି

ବିଜୁଳି କହୁଛି

ମୁଁ

ରହିବି

ମୋ ବିନା ଏ ମଣିଷ ଗୁଡା

ଚଳିବେ କେମିତି ?


ଚାଲିଛି ଯୁଦ୍ଧ

ଯୁଦ୍ଧଂ ଦେହି ଡାକରା

କେବେ

ଜଣେ ଜଣେ

କେବେ

ଦୁଇ ଜଣ

କେବେ

ତିନି ଜଣ

ଆସୁଛନ୍ତି

ଆଉ

ଯାଉଛନ୍ତି।


ଘମାଘୋଟ ଲଢେ଼ଇ

କାରଣ

ଅକାରଣ

ଇଚ୍ଛା

ଅନିଚ୍ଛା

ଭଲ

ମନ୍ଦ

କିଛି ବିଚାର ନାହିଁ।


ଯୁଦ୍ଧ ଅବଶ୍ୟମ୍ଭାବୀ

ହେଇ ମେଘର ଅନ୍ଧାର

ଘଡଘଡିର ଶବ୍ଦ

ଝିପିଝିପି ବର୍ଷା

ଚକ୍ ଚକ୍ ବିଜୁଳି

ମନ୍ଦିରର ଘଣ୍ଟ ଧ୍ବନି

ଆଳତିର ଆବାହନୀ

ସନ୍ଧ୍ୟା ଦୀପ ଝୁଣା ଧୂପର

ବାସ୍ନା

ପବିତ୍ରମୟ ବାସ୍ନା।


ସମୟ ପୂର୍ବରୁ

ସୂର୍ଯ୍ୟ ଅସ୍ତଗାମୀ

କିରଣ ଆଭା ନାହିଁ

ଅନ୍ଧକାରମୟ ସର୍ବତ୍ର।


ସତେ କି

ବୃନ୍ତଚ୍ୟୁତ ଏକ କଳିକା

ସକାଳର ପୂଜା ପାଇଁ

ଛିଡାଇ ନେଇଛି

ଭକ୍ତି ଅର୍ଘ୍ୟ ଦେବା ପାଇଁ

ଦେବତାଙ୍କୁ ସଜାଇବ।


ଯୁଦ୍ଧଂ ଦେହି ଡାକରାରେ

ଜୀବ ଜଗତ ଅସ୍ତ ବ୍ଯସ୍ତ

ସଜାଡିବାକୁ ହେବ

ପରିବେଶ ପରିସ୍ଥିତିକୁ।


ଶାନ୍ତ ନାହିଁ ଆଭା

ସୌମ୍ୟତା ନାହିଁ

ସନ୍ଧ୍ୟାର

ତଥାପି ସଜିଲ ହେବ

ମୁକାବିଲା ପାଇଁ

ଯୋଜନା

ଭବିଷ୍ୟତ ପାଇଁ।


ମାଧୁର୍ଯ୍ୟ

ହଜିଛି ସନ୍ଧ୍ୟାର

ଇଚ୍ଛା ତ ସେଇ କାଳିଆର

ସବୁ ପରିସ୍ଥିତିରେ

ତା'ଦୁଆର ଉନ୍ମୁକ୍ତ

ଶୁଭୁଛି ଶବ୍ଦ

ନିତିଦିନର

ଚିରାଚରିତ ପଦ୍ଧତିରେ।


ଶେଷ

ସମୟର ସମାପ୍ତି

ଜଗତର କଲ୍ୟାଣ

ବିନମ୍ର ନିବେଦନ

ଜୟ ଜଗନ୍ନାଥ।


Rate this content
Log in