STORYMIRROR

Rajabala Tripathy

Others

2  

Rajabala Tripathy

Others

ଯାନ୍ତ୍ରିକ ଭବିଷ୍ୟତ

ଯାନ୍ତ୍ରିକ ଭବିଷ୍ୟତ

1 min
1.8K


ମାନଵ ସଭ୍ୟତା ଆଜି

ଆସି ପହଂଚିଛି ବିକାଶର ଶୀର୍ଷରେ।।

ଚକରୁ ବୁଲେଟ ଟ୍ରେନ

ଛୁଞ୍ଚିରୁ କମାଣ

ବକ୍କଳ ରୁ ପିନ ପିନ

ରେଶମର ଲୁଗା।

ଆଗେଇ ଚାଲିଚୁ ଆମେ

ପାଦ ପରେ ପାଦ

ଏକ ଉନ୍ନତ ସମାଜ ଦିଗରେ।।

ସତେ କଣ ଆଗଉଛୁ

ନା ଯେତେପାଦ ଅଗଉଛୁ

ସେତେ ପାଦ ପଛକୁ ଫେରୁଛୁ।।

ଥରେ ମାତ୍ର ଅନ୍ତର ର

ଆଖି ଖୋଲି ଦେଖ

ଚିନ୍ହିବାକୁ ଚେଷ୍ଟା କର

ସଭ୍ୟତାର ପଦ ଚିନ୍ହ କୁ

କେମିତି ଧାଇଁ ଚାଲିଛି

ଧୀର ପଦ ପାତରେ

ଏକ ଯାନ୍ତ୍ରିକ ସମ୍ଭାବନା ଆଡ଼କୁ

ଏକ ଯାନ୍ତ୍ରିକ ଭବିଷ୍ୟତ ଦିଗକୁ।।

ଯନ୍ତ୍ର ଛଡେଇ ନେଉଛି

ଆମ କାମ ଦାମ

ବେକାରୀ ସମସ୍ୟା ରେ ଗ୍ରସିତ ଆମେ

ଠିକ ମାଗୁଣି ର ଶଗଡ଼ ପରି।।

ଧୀରେ ଧୀର ସୃଷ୍ଟି ହେଉଛି

ଏକ ଯାନ୍ତ୍ରିକ ଜୀବନ

ଯନ୍ତ୍ର ମାନବର ସମାଜ

ସୋଫିଆ ଓ ପେଟମ୍ୟାନ

ଆସିମୋ ନାଓ ବା ଆଟଲାସ।।

ହୁଏତ ଦିନେ ହଠାତ

ଯନ୍ତ୍ର ସବୁ ବିଦ୍ରୋହ କରିବେ

ମଣିଷ ସମାଜ ବିରୁଦ୍ଧରେ

ମାନିବେନି ଆଉ

ଯେତେସବୁ ନୀତି ନିୟମ

ନିୟନ୍ତ୍ରଣ ର ଭାଷା।।

ଏହି ବିଦ୍ରୋହ ର ଫଳ

କିନ୍ତୁ ଭାରି ଭୟଙ୍କର

ମଣିଷ ବାଧ୍ୟ ହେବ ସାଜିବାକୁ

କ୍ରୀତଦାସ ଯନ୍ତ୍ର ମାନଂକ ର।।

ମାଲିକ ସାଜିବ ଯନ୍ତ୍ର ଶାସନ କରିବ

ବନ୍ଧନରେ ବାନ୍ଧି ହେବ ମାନଵ ସଭ୍ୟତା।।

ଠିକ ଯେପରି ଆମେ ରଖୁ

ପଶୁପକ୍ଷୀ ଙ୍କୁ ନନ୍ଦନକାନନରେ

ନଚାଉ ମେଳାରେ ସର୍କସ ରେ

ସେମିତି ଦିନେ ମଣିଷ ନାଚିବ

ଯନ୍ତ୍ର ମାନବର ଇଶାରା ରେ।।

କେତେ ଭୟଙ୍କର ଏହି କଳ୍ପନା ସବୁ

ତଥାପି ବି ଏହା

କଳ୍ପନାରେ ସୀମିତ ନୁହେଁ।।

ଏବେ ବି ସମୟ ଅଛି

ହେ ମଣିଷ

ଖୋଲି ଦିଅ ନିଜ ଆଖିରୁ

ଯେତେ ସବୁ ଉଗ୍ର ଆଧୁନିକତାର ଅନ୍ଧପୁଟୁଳି

ପୁଞ୍ଜିବାଦ ର ମୁଖା।।

ଭାଙ୍ଗି ଦିଅ ଅହମିକା ଲୋଭ

ଆଉ ସ୍ୱାର୍ଥପରତା ର ପ୍ରାଚୀର।।

ପ୍ରଶ୍ନ କର ନିଜକୁ ବାରମ୍ବାର

ବିଜ୍ଞାନ କଣ ସଭ୍ୟତା ପାଇଁ

ନା ସଭ୍ୟତା ବିଜ୍ଞାନର।।

ବନ୍ଦ କର ଯେତେସବୁ

ଅପବ୍ୟବହାର ଜ୍ଞାନ ବିଜ୍ଞାନ ର

ବୁଝିଯାଅ ବିଜ୍ଞାନ ଆମ ପାଇଁ

ଆମେ ବିଜ୍ଞାନ ପାଇଁ ନୁହେଁ

ମୁକ୍ତ ହୁଅ ପୁଞ୍ଜି ବାଦ ର ଦାସତ୍ୱ ରୁ।।

ଆସ ଆମେ ଶପଥ ନେବା

ନିର୍ଧାରିତ କରିବା ବିକାଶର ସୀମାରେଖା

ଆଉ ପ୍ରଶ୍ରୟ ଦେବାନି

ବିକାଶ ନାଁ ରେ ବିନାଶ ର ତାଣ୍ଡବକୁ।।

ରକ୍ଷା କରିବା ସଭ୍ୟତାକୁ

ବିଜ୍ଞାନ ର ଅପବ୍ୟବହାର ରୁ।।

ନହେଲେ ସବୁ ନଷ୍ଟ ହେବ

ସବୁ ବିନାଶ ହେବ

ଲୋପ ପାଇବ ମାନବିକତା

ମରି ଯିବ ସମ୍ବେଦନଶୀଳତା

ପୃଥିବୀ ପୃଷ୍ଠ ରେ

ଥିବ ଖାଲି

ଯନ୍ତ୍ର ର ଯାନ୍ତ୍ରିକତା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍