STORYMIRROR

Arabinda Rath

Others

3  

Arabinda Rath

Others

ଉତ୍ତର

ଉତ୍ତର

1 min
14.3K


ଥିଲା ବେଳେ ଭଲ କେହି ନ କହିଲ

ହସି ମୋତେ କଥା ପଦେ,

ସ୍ନେହର ପସରା ମେଲାଇ ମୁଁ ବସି

ଦିନରାତି କେତେ କାନ୍ଦେ।।

କବାଟକୁ ଚାହିଁ, ଦିନ ରାତି ମୁହିଁ

ଭାବେ କେ କାଳେ ଆସିବ,

ଜୀବନର ଏଇ ଅନ୍ତିମ ବେଳାରେ

ଦୁଃଖସୁଖ ଟିକେ ହେବ।।

ନିଜ ମନକଥା ଅନ୍ତରରେ ଚାପି

ଦେଖି ସମସ୍ତଙ୍କୁ ହସେ,

ପାରିଲନି ବୁଝି ମୋ ମନର ବ୍ୟଥା

ଜଳୁଛି ଦୁଃଖର ଧାସେ।।

ରୋଗାକ୍ରାନ୍ତ ଏହି ଶରୀରକୁ ଧରି

ଅଛି ଅସହାୟ ହୋଇ,

ଚେଷ୍ଟାକରି ମଧ୍ୟ ପାରୁନାହିଁ ଉଠି

ସେ ଶକ୍ତି ଦେହରେ ନାହିଁ।।

ତୁମ ଖୁସି ପାଇଁ ଜାଳିଛି ନିଜକୁ

ପ୍ରତିଦିନ ପ୍ରତି କ୍ଷଣେ,

ଏତେ ସ୍ଵାର୍ଥପର, ଭୁଲିଗଲ ସବୁ

ପଡୁ ନାହିଁ କିଛି ମନେ !

ତୁମ ପାଇଁ ଏବେ ନିର୍ଜୀବ ବସ୍ତୁ ମୁଁ

ନାହିଁ ମୋର କିଛି ମନ,

କେବଳ ଅକାମୀ ମୁଁ ଏ ଦୁନିଆରେ

ତୁମେ ସବୁ ବ୍ୟସ୍ତ ତମ।।

ଦୁର୍ବଳ ମୋ ହାତ ଉଠାଇ ମୁଁ ଭାବେ

ସ୍ନେହର ପରଶ ଦେବି,

ମାତ୍ର ତୁମେ ଥାଅ ଏତେ ଦୂରେ ମୋର

ହାତ ମୋ ପାଏନି ସେଠି।।

ସବୁ ଦେଇ କରି ନ ପାଇଲି କିଛି

କି ଅବା ପାପ ମୁଁ କଲି,

କହିବ କି ଥରେ କାଳିଆ ଠାକୁରେ

ଉତ୍ତର ଚାହିଁ ରହିଲି।।

****** ସମାପ୍ତ********

ଲେଖା- ଅରବିନ୍ଦ ରଥ


Rate this content
Log in