STORYMIRROR

Arabinda Rath

Others

2  

Arabinda Rath

Others

ସ୍ବପ୍ନ

ସ୍ବପ୍ନ

1 min
6.1K


ସ୍ବପ୍ନ

ଲେଖା-ଅରବିନ୍ଦ ରଥ

ସ୍ବପ୍ନ ଯେ ଗଢଇ ସ୍ବପ୍ନ ଯେ ଭାଙ୍ଗଇ

ସ୍ବପ୍ନାତୀତ ସ୍ବପ୍ନ ମାୟା,

ସ୍ବପ୍ନ ଦୁନିଆରେ ବିଚରଣ କଲେ

ପ୍ରକାଶିବ ତା'ର କାୟା।।


ସ୍ବପ୍ନ ପାଇଁ ନାହିଁ ଚକ୍ଷୁଦ୍ବୟ ଲୋଡା

ନାହିଁ ଲୋଡା ନିଦ୍ରା ବନ୍ଧୁ,

ମାନସପଟଳେ ହୁଏ ଆବିର୍ଭୁତ

ଭାଗ୍ଯ କୁ କାହିଁକି ନିନ୍ଦୁ?


ସ୍ବପ୍ନ ବ୍ଯତିରେକ ଜୀବନ ଅସାର

ଲକ୍ଷ୍ଯହୀନ ନୌକା ସମ ,

ସଫଳ ହେବାକୁ ଥିଲେ ଇଚ୍ଛା ହୃଦେ

ଦେଖିବାକୁ ହେବ ସ୍ବପ୍ନ।।


ସ୍ବପ୍ନ ଯେ କରଇ ଚମତ୍କାର ମାନ

ଇତିହାସ ତା'ର ସାକ୍ଷୀ,

କେତେ ଯେ ଦରିଦ୍ର, କୁବେର ହୋଇଲେ

କୀଟଗଣ ହେଲେ ପକ୍ଷୀ।।


ଅସମ୍ଭବ କିଛି ନୁହଁଇ ସଂସାରେ

ନିଷ୍ଠାପର କର୍ମ ଲୋଡା,

ବିଫଳତା କେବେ ଆସେ ନାହିଁ ପାଶେ

ଦୂର ହୁଏ ବନ୍ଧୁ, ପୀଡା ।।


ସ୍ବପ୍ନ ଦେଖିବାର କଳାକୁ ଆୟତ୍ତ

କରି ଯେ ପାରିଲା ଜାଣ,

ସଫଳତା ତା'ର ପୟର ଚୁମ୍ବିବ

ବଚନ ଏ ମନେ ଘେନ

– ସମାପ୍ତ--


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍