ଉତ୍କଳ ମୋହର ଦେଶ
ଉତ୍କଳ ମୋହର ଦେଶ
1 min
260
ଜନମି ଥିଲି ମୁଁ ତାହାରି କୋଳରେ
ତା ପାଖେ ହୋଇବି ଶେଷ
ସରଗ ଠୁ ବଳି ସୁନ୍ଦର ସୁଢଳ
ଉତ୍କଳ ମୋହର ଦେଶ ।
ତା ପାଣି ପବନ ମଧୁ ଠୁ ବି ମିଠା
ଭାଷା ରେ ମହକ ଛୁଟେ
କେତେ ବିର ଏଠି ଟଳି ପଡିଛନ୍ତି
ତାହାରି ସୁରକ୍ଷା ଦୃଷ୍ଟେ ।
ପଡି ଉଠି ଚାଲି ତାହା ରି ବୁକୁରେ
କରେ ନାହିଁ କେବେ ରୋଷ
ଜିବନ ର ଶିକ୍ଷା ତାହାଠୁ ଆରମ୍ଭ
ତା ପାଖେ ହୋଇବ ଶେଷ ।
ଏନ୍ତୁଡି ଜଳିଛି ତାହାରି କୋଳରୁ
ତା କୋଳେ ହୋଇବ ଶେଷ
ସରଗ ଠୁ ବଳି ସରସ ସୁନ୍ଦର
ଉତ୍କଳ ମୋହର ଦେଶ ।
