STORYMIRROR

Bhakta Malla

Others

2  

Bhakta Malla

Others

ଉର୍ମି

ଉର୍ମି

1 min
13.1K


ଉଦ୍ଦାମ ତୁମ ସଂଗୀତ ଗାଏ

ଉଦାତ୍ତ ଉଚ୍ଚାରଣ,

ଉନ୍ମନା ହୁଏ ଉତ୍ କ୍ଷେପଣରେ

ଉଦ୍ ଭ୍ରାନ୍ତ ପାଗଳ ପଣ ।।

ଉତ୍କର୍ଷ ତୁମ ଶବ୍ଦର ମାୟା

ଉନ୍ମାଦିତ କରେ କାୟା ,

ଉଜ୍ଜଳତା ସବୁ ମଳିନ ହେଲାଣି

ଉତ୍କଟ ଘନ ଛାୟା ।।

ଉତ୍କୀର୍ଣ ଥିଲା ଦିନେ ଏହିତନୁ

ଉଦ୍ ବୋଧନ ଛନ୍ଦେ,

ଉଷତ ହେଲାଣି ଉପାଙ୍ଗ ମୋର

ଉତ୍ପୀଡିତ କାଳ ବଂଧେ ।।

ଉତ୍ସୁକତା ନାହିଁ ଆଉ ଏ ଜୀବନେ

ଉଶ୍ବାସ ଏବେ ଲୋଡା,

ଉପାୟନ କିଛି ଦେବା ପାଇଁ ଚାହିଁ

ଊର୍ଦ୍ଧ୍ବରେ ମୁଁ ଯେ ଛିଡା ।।


ଉପହତ ପ୍ରାଣେ ଜର୍ଜରିତ ଏହି

ଉଲଙ୍ଗ ଉର୍ବୀ ଦେହ,

ଉପାଧାନ ଟିଏ ସାଜି ରହିବାକୁ

ଉଲ୍ଲସିତ ଆଉ ନୁହଁ ।।

ଉଲ୍ଲୋଳ ତୁମ ଶବ୍ଦର ଊର୍ଜା

ଊହ୍ୟ ଛବିର ଉହୁ ,

ଉଷ୍ମ ଉତ୍ତାପ ଉତ୍ତାରି ନେଇଛି

ଉହାଡେ ରହି ମୋ ଦେହୁ ।।

ଊର୍ଦ୍ଧ୍ବ ଲୋକର ଊର୍ଦ୍ଧ୍ବଶ୍ବାସ ମୁଁ

ଉଷାର ଆଲୋକ ଶିଳା,

ଉପଲକ୍ଷ୍ୟ ମୋ ଉପଳ ଖଣ୍ଡ

ଉର୍ମି ସାଗର ଭେଳା ।।

ଉଦ୍ଭଟ ସବୁ ଉନ୍ମତ୍ତ ନିଶା

ଉଜେଇ ଦିଅ ହେ ମନ ,

ଉତ୍ତାଳ ହୋଇ ଉପର୍ଯ୍ୟୁପରି

ଆସୁ ଥାଅ ଘନ ଘନ ।।




ଭକ୍ତ ଚରଣ ମଲ୍ଲ

18th November 2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍