ତୁମେ
ତୁମେ
1 min
224
କବଳିତ କର ହୃଦୟକୁ ମୋର
ଖୋଜୁଥାଏ ଯାହା ଆଖି
କଣ୍ଟକିତ ବଣେ ରକ୍ତ ଝରଝର
ଆଘାତରେ ହୁଏ ସୁଖି. .,
ଆହା କହିଦେଇ ଆହ୍ଲାଦିତ କର
ଆମନ୍ତ୍ରିତ ଭାବି ହୃଦୟ
ଆସନ ପକେଇ ପୂଜେ ନିରନ୍ତର
ଆଜନ୍ମରୁ ତୁମେ ନିର୍ଦ୍ଦୟ..
ବିଚଳିତ ହୁଏ କାଇଁ ବାରମ୍ବାର
ଶୁଣିବାକୁ ପଦେ କଥା
ବିଖଣ୍ଡିତ ସତେ ରାସ୍ତା ତୋରମୋର
ନଦେଖିବା ମିଠା ବ୍ୟଥା ...
