STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ତୁମେ

ତୁମେ

1 min
26.6K


 

ତୁମେ.....
ସ୍ରଷ୍ଟା ତୁମେ ସୃଷ୍ଟି ତୁମେ
ତୁମ ନାଟକର ନାୟକ ବି ତୁମେ
ସବୁ ତୁମ ଇଚ୍ଛାର ଖେଳ ,
ତୁମେ ଲୁହ ତୁମେ ହୃଦୟର କୋହ
ତୁମେ ଦିଅ ଛୁଟାଇ ଖୁସିର ସୁଅ
ତୁମ ପାଇଁ ତୁମେ ପୁଣି ମହାକାଳ।
ସବୁ ତୁମ ଇଚ୍ଛାର ଖେଳ।
ତୁମ ପାଇଁ ଚର୍ତୁବେଦ ପ୍ରତି ମନ୍ତ୍ର,
ତୁମେ ତପିର- ପାପିର ମୁକ୍ତିର ଯନ୍ତ୍ର ,
ତୁମେ ରାଧା ପ୍ରେମ ମୀରା ଭକ୍ତି ନାବ ,
ବିଶ୍ୱ କଲ୍ୟାଣେ ତୁମେ ବନବାସୀ
ସତ୍ୟ ସ୍ତାପନେ ତୁମେ ନିଳାଦ୍ରୀ ଶଶି
ତୁମେ ପ୍ରାଣ ତୁମେ ପୁଣି ଶବ ।
ତୁମେ ରାଧା ପ୍ରେମ ମୀରା ଭକ୍ତି ନାବ।
ଜୀବନ ପୋଥିର ପ୍ରତି ଅକ୍ଷରେ
ଦିଶେ ତୁମ ଛବି,
ମୋ ସଂସାରେ ତୁମେ ପାଲଟିଛ
ଉଦିତ ରବି,
ହେ ଦିନବନ୍ଧୁ,ହେ କୃପାସିନ୍ଧୁ, ହେ ମହାବାହୁ,
ତୁମ ପାଦପଦ୍ମେ କରେ ଗୁହାରୀ
ମୋ ହୃଦୟ ମନ୍ଦିର ପବିତ୍ର ଶାରୀ
ତୁମ ନାମ କୀର୍ତ୍ତନେ ଦିନ ମୋର ସରି ଯାଉ।
ହେ ଦିନବନ୍ଧୁ,ହେ କୃପାସିନ୍ଧୁ, ହେ ମହାବାହୁ,।


Rate this content
Log in