STORYMIRROR

Prakash Kumar Chand

Others

2  

Prakash Kumar Chand

Others

ତୁମେ ହିଁ ତୁମେ

ତୁମେ ହିଁ ତୁମେ

1 min
13.9K


ଜଳରେ ତୁମେ ସ୍ଥଳରେ ତୁମେ

ସୂକ୍ଷ୍ମରେ ସ୍ଥୂଳରେ ତୁମେ

ଜୀବନେ ମରଣେ ଶୟନେ ସପନେ

ଆଶା ନିରାଶାରେ ତୁମେ। ।


ତୁମ ଲାଗି ଏଇ ଦୁନିଆ ସୁନ୍ଦର

ସୂର୍ଯ୍ୟ ଚନ୍ଦ୍ର ଆତ ଯାତ

ତୁମ ଇଙ୍ଗିତରେ ହଲେ ନାହିଁ ଜମା

ଗଛରେ ଶୁଖିଲା ପତ୍ର ।

ଆକାଶ ନୀଳରେ ସାଗର ଜଳରେ

ତରୁରେ ମରୁରେ ତୁମେ ।


ତୁମ ଦୟା ହେଲେ ନିମ ଯେ ଚନ୍ଦନ

ମଳୟ ଚଇତି ହୁଏ

ତୁମ ଦୟା ହେଲେ ପଙ୍ଗୁ ଲଙ୍ଘେ ଗିରି

ଅନ୍ଧ ଆଖି ପାଇଯାଏ

ଆକାର ସାକାର ତୁମେ ନିରାକାର

ମଳୟ ପ୍ରଳୟ ତୁମେ। ।



ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮


Rate this content
Log in