STORYMIRROR

Chittaranjan Lenka

Others

2  

Chittaranjan Lenka

Others

ତୁମ ପରି ପ୍ରଭୁ

ତୁମ ପରି ପ୍ରଭୁ

1 min
2.5K


ତୁମ ପରି ପ୍ରଭୁ   ଜଗତେ କେ ନାହିଁ

ଘେନ ମୋ ଟିକି ଜୁହାର

ମନ ଇଛା ଗାଳି   ମାଡ ପଛେ ଦିଅ

ସବୁ ଦୋଷ କ୍ଷମା କର


କରି ଦିଅ ମୋତେ    ଛୋଟ ଶିଶୁଟିଏ

ଅବା ଦିଅ ଶିଶୁ ମନ

ବୁଝି ନ ପାରିବି      କା’ କୂଟ କପଟ

ନ ଜାଣିବି ହୀନିମାନ


ଶୋଇଥିବି ମାଆ    ଲକ୍ଷ୍ମୀଙ୍କ କୋଳରେ

ମୁଣ୍ଡେ ଥିବ ତୁମ ହାତ

ଭାସି ଭାସି ତୁମ     ମମତା ସ୍ରୋତରେ

ପାଇଯିବି ଲକ୍ଷ୍ୟ ପଥ

ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍