STORYMIRROR

Fransis Satapathy

Others

2  

Fransis Satapathy

Others

ତୁମ ପାଇଁ

ତୁମ ପାଇଁ

1 min
13.8K


ତୁମ ମୋ ଭିତରେ ସମ୍ପର୍କ

କେହି ପଚାରିଲା ବେଳେ;

ପାଟି ଆଉ ଖନୀ ବାଜୁନି,

ମନର ଲାଜ, ଭୟ, ସଂଶୟ

ଆଉ 'ତୁ ଆଗ' 'ତୁ ଆଗ' କହି ଫୁଟିଉଠୁ ନାହାନ୍ତି

ଆଗ ଭଳି..ନା ବହୁତ ଆଗ ଭଳି;

ଯେବେ ତୁମେ 'ଆପଣ' ରୁ 'ତୁମେ' ଶେଷରେ 'ତୁ' ହେଲ,

ପ୍ରତିଟି କଥାର ଆରମ୍ଭରେ ତୁମ ନାମ

ଅନ୍ୟମନସ୍କତାର ଗୋଲାପୀ ଶିହରଣରେ,

ପିଉଥିବା ପାଣି ତଣ୍ଟି ରେ ଲାଗିଲା ବେଳେ,

ଘର ଅଗଣାରେ କାଉ ରାବିବା ବେଳେ,

ଆଜି ଆସିବ, ଆଜି ଆସିବ ବୋଲି ଦିନ ଗଣିଲା ବେଳେ..

ମୋ ଭିତରେ ଯେଉଁ ତୁମର ମଣିଷଟି ବଞ୍ଚିଥିଲା;

ସେ ଡେଇଁ ଉଠୁଥିଲା, ନିଜକୁ ଭୁଲାଇ।


ଆଜି ପୂରା ଭିନ୍ନ----

ସେ 'ତୁମ ମଣିଷ' ର ସମାଧି ଚୂନଛଡ଼ା ହେଲାଣି,

ତୁମେ ପୁନରପି 'ତୁ' ରୁ 'ତୁମେ'--ଦୀର୍ଘ ରାସ୍ତା ପଛକୁ

ହାତରେ ସଂସାରର ବୋଝ..

ଶଙ୍ଖା ସିନ୍ଦୂର ସହ ନୂଆ ସମ୍ପର୍କ ସବୁର ସଂଭାର ନେଇ ଆଗେଇ ଚାଲିଛ।


ଆଉ ମୋ ତଣ୍ଟିରେ ଲାଗୁନି,

ମୁଁ ଆଉ ରାସ୍ତାରେ ଝୁଣ୍ଟୁନି,

ଆଗଭଳି ଆଉ କାଉ ଆମ ଅଗଣାକୁ ଆସୁନି....ମନକୁ ବୁଝାଉଛି--ଛଳନା କରୁଛି ଯେମିତି ତୁମକୁ ପୂରା ଭୁଲି ଯାଇଛି..ସମସ୍ତଙ୍କୁ ଭୁତାଇବା ଚାଲିଛି।


କିନ୍ତୁ ସତ ହେଲା....

ଏବେ ବି ମୁଁ ଖୁଣ୍ଟୁଛି,

ଏବେ ବି ଜାଣି ଜାଣି ହସୁଛି ପିଇଲା ବେଳେ

ଯେମିତି ତଣ୍ଟିରେ ଲାଗିବ,

ଏବେବି କୁଆ ବସିଥିବା ଜାଗାକୁ ମୁଁ ଲୁଚି ଲୁଚି ଯାଏ, କାଳେ ରାବିଦେବ,

ଏବେ ବି କେହି ନଥିଲା ବେଳେ ରାସ୍ତାରେ ତୁମ ବାସ୍ନା ଖୋଜେ,

ଏବେ ବି ତୁମ ପାଇଁ ଲୁଚି ଲୁଚି କାନ୍ଦେ

ନିଜ ଭିତରୁ ତୁମକୁ କି ତୁମ ଭିତରୁ ନିଜକୁ ନମାରିବା ପାଇଁ।।


ଫ୍ରାନସିସ୍ ଶତପଥୀ


Rate this content
Log in