STORYMIRROR

Rajabala Tripathy

Others

2  

Rajabala Tripathy

Others

ତୁମ ପାଇଁ କମଳା ଭାସିନ

ତୁମ ପାଇଁ କମଳା ଭାସିନ

1 min
14.7K


କେବେ ଜଳ କେବେ ସ୍ଥଳ

କେବେ ପୁଣି ଅତଳ ଗଭୀରେ

ଭାସୁଥିଲି ବୁଡୁଥିଲି

ବହୁଥିଲି ଦୁଃଖର ସାଗରେ।।

ତୁମେ ମୋତେ ଛୁଇଁଦେଲ

ଟାଣିନେଲ ହାତ ମୋର ଧରି

ବକ୍ଷରେ ଧରିଲ ତୁମ

ହୃଦୟ ମୋ ଗଲା ଯେ ବତୁରି।।

କାନେ ମୋର ଚୁପି ଚୁପି

ଶିଖାଇଲ ସଂଗ୍ରାମର ଗୀତ

ଆଖିରେ ମୋ ସ୍ଵପ୍ନ ଦେଲ

ଦେଖାଇଲ ଆଲୋକର ପଥ।।

କାନେ କାନେ କହିଲ ମୋ

ଶିଶୁ ମୋର ଯୁଦ୍ଧ ପାଇଁ ହୁଅ ଆଗଭର

ଜିତିବାକୁ ହେବ ତୋତେ

ମୋର ସାଥେ ଭୀଷଣ ଏ ଜୀବନ ସମର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍