STORYMIRROR

Ashutosh Swain

Others

3  

Ashutosh Swain

Others

ତୁମ ଆକାଶରେ ଟିକେ ମେଘ ହୁଅନ୍ତି

ତୁମ ଆକାଶରେ ଟିକେ ମେଘ ହୁଅନ୍ତି

1 min
402

ତୁମ ଆକାଶରେ 

ଟିକେ ମେଘ ହୁଅନ୍ତିନି !

ତୁମେ ତ ବିଶାଳ

ମୁଁ ଜଳ ବିନ୍ଦୁ ମାତ୍ର

ମେଘଖଣ୍ଡ ସାଜି ତୁମ

ହୃଦରେ ରୁହନ୍ତି     ॥୧॥

କୁଆଡେ ବା ଆଉ ଯିବି

ତୁମେ ନରଖିଲେ 

ଶେଷଗତି ପ୍ରାପ୍ତ କରିବି

ଯେଉଁ ମାଟିରୁ ଆସିଚି 

ସିଆଡେ ଚାଲିଯିବି   ॥୨॥

ସମୟ ଆସିଲେ 

ତୁମ ପାଇଁ ଇନ୍ଦ୍ରଧନୁ 

ଆଙ୍କିଦେବି

ତାର ସପ୍ତ ରଙ୍ଗରେ

ତୁମ ଗଭାକୁ ମଣ୍ଡିତ କରିବି  ॥୩॥

ମାତ୍ର ରହିଲେ ତଃ

ତୁମ ପାଇଁ ମୁଁ 

ନିମିତ୍ତ ମାତ୍ର

କିନ୍ତୁ ମେଘ ପାଇଁ 

ଆକାଶ ତ ସର୍ବସ୍ୱ     ॥୪॥

ତୁମ ପାଇଁ 

ଅନୀଳରେ ବହିଯିବି

ମୁକ୍ତାପରି ଚମକିବି

ଆଉ ତୁମକୁ ଭାରିହେଲେ

ବରଷା ହୋଇ ଝରି ଯିବି     ॥୫॥

ବରଷିବା ଯାଏ ତୁମ

ବକ୍ଷରେ ଚାପିରଖନ୍ତନି !

ସବୁ ସୁଖ ପାଇଯାଆନ୍ତି

ସାକାର ହୁଅନ୍ତା ସ୍ୱପ୍ନ    ॥୬॥

ତୁମ ଦୁଇ ବାହୁରେ 

ଥରେ ଆଲିଙ୍ଗନ କରି ଦେଖ

ମୁକ୍ତାପରି ଧବଳ ହେଇଯିବି

ଯାହା ବହୁ ଶୀତଳ     ॥୭॥

ତୁମ ବିନା 

କିଏ ବା ଅଛି

ଆକାଶ ତ ମେଘର

ଗତି ଆଉ ମୁକତି      ॥୮॥

ହଁ କାଇଁବା 

ମୋ ଆଡେ ଚାହିଁବ

ସୂର୍ଯ୍ୟ-ଚନ୍ଦ୍ର ତ ସର୍ବଦା

ଆତଯାତ

ମୁଁ ଜଳ କଣା ମାତ୍ର    ॥୯॥

ତାରାପୁଞ୍ଜି ଯାହାକୁ

କାଞ୍ଚନ ପରି ସଜାଏ

ଏ ମେଘର ବା କ'ଣ

ପ୍ରୟୋଜନ

ସେ ଫେରିଯିବା

ଉଚିତ୍          ॥୧୦॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍