STORYMIRROR

Pankajini Upadhaya

Others

3  

Pankajini Upadhaya

Others

ତୁଳସୀ

ତୁଳସୀ

1 min
14.2K



ପଙ୍କଜିନୀ ଉପାଧ୍ଯାୟ

.............

ତୁଳସୀର ବାସ ପବିତ୍ର ସୁବାସ

ଶୋଭାମୟ ଶୋଭାମୟ

ସବୁ ଦେବତାଙ୍କ ପୂଜାରେ ଲାଗନ୍ତି

ସବୁଠାରେ ପ୍ରଭାମୟ।

ଯେଉଁ ଅନୁଷ୍ଠାନ ଯେଉଁ ଉଦ୍ଘାଟନ

ସବୁଠି ମୋ ଅବସ୍ଥାନ

ଶିବ ଆରାଧନେ ତୁଳସୀ ଛଢାଅ

କର ଦେବ ଉପାସନ।

ଅଗଣାରେଶୋଭାକେଡେ ମନଲୋଭା

ହସୁଥାଏ କିରିକିରି

ଭେଦ ବିଭେଦର ପ୍ରାଚୀର ଡେଇଁଛି

ଦେଖି ମନ ଯାଏ ପୁରି।

ଦେବୀ ମାତା ସିଏ ତ୍ରାଣ କରିଥାଏ

ବାରଣ ନ ଥାଏ କିଛି

ଭକ୍ତିରେ ପୂଜିଲେ ଭକ୍ତିରେ ଡାକିଲେ

ଦେଇଥାନ୍ତି ସବୁକିଛି।

ସମୀର ବହଇ ବସନ୍ତ ଆସଇ

ଦୋହଲେ ତୁଳସୀ ଶରୀ

ବାସନା ସମୀର ଖେଳି ଖେଳି ଯାଏ

ଅମ୍ଳଜାନ ଦିଏ ଭରି।

ଔଷଧ ଗୁଣରେ ମୁହି ମହାଦ୍ରୁମ

ସର୍ବାଙ୍ଗ ଔଷଧମୟ

ଛୋଟିଆ ଗଛଟେ ସବୁଘରେ ପୂଜ୍ଯ

ସମ୍ପୁର୍ଣ୍ଣ ପବିତ୍ରମୟ ।

ମୋର ସତୀତ୍ବରେ ସ୍ବାମୀ ମହାବଳୀ

ସତୀତ୍ବ ମୋହର ଶୀରି

ଗଛ ରୂପେ ମୁହିଁ ନିତି ପୂଜା ପାଏ

ନୁହେଁ ସୀତା ବା ସାବିତ୍ରୀ।

ସର୍ବଶୁଭକାର୍ଯ୍ଯେ ମୋତେଖୋଜପଡେ

ମିଳିବା ଜଟିଳ ନୁହେଁ

ସ୍ମଶାନ ଘାଟ ବା ଗାଧୁଆର ତୁଟ

ସବୁଠାରେ ଲାଗିଥାଏ।

ସନ୍ଧ୍ୟା ଆଗମନ ମୋ ମୂଳେ ଦୀପାଳୀ

ଜାଳେ ଘରର ଘରଣୀ

ଶଙ୍ଖ ହୁଳହୁଳି ଶବଦେ କମ୍ପଇ

ହସଇ ଧରଣୀରାଣୀ।

ଜଗତର ହିତ ସାଧନା ନିମିତ୍ତ

ସଦା ରହେ ତତପର

ଆନନ୍ଦ ମୁଁ ପାଏ ଆନନ୍ଦରେ ରହେ

କରି ବହୁ ଉପକାର ।


Rate this content
Log in