STORYMIRROR

Pareshchandra Das

Others

2  

Pareshchandra Das

Others

ତୁ ଆସ ,ଆସୁଥା

ତୁ ଆସ ,ଆସୁଥା

1 min
394


ତୁ ଆସ,ଆସୁଥା ତୁ

ଶିଶୁର ହସରେ,କିଶୋରର ଉନ୍ମାଦନାରେ

ଯୌବନ ର ଶିହରଣରେ,ପୌଢ ର ଧାର୍ମିକ

ଚେତନା ନେଇ ।

ତୁ ଆସ, ଆସୁଥା ତୁ,

ଫେରିବାଲା ର ଟୋକେଇରେ

ରଙ୍ଗ ବେରଙ୍ଗର ସମ୍ଭାବନାକୁ ନେଇ ।

ତୁ ଆସ, ଆସୁଥା ତୁ

ସାଧବ ପୁଅର ବୋଇତ ମେଲି

ଅସଂଖ ପ୍ରତିଶ୍ରୁତିର ପଣ୍ୟ କୁ ଧରି ।।

ତୁ ଆସ, ଆସୁଥା ତୁ

ଆଖିରେ ଆଖିଏ ସପନ ଧରି

ବଞ୍ଚି ଯିବି କିଛିଦିନ ଆଶାକୁ ବାନ୍ଧି ।

ତୁ ଆସ, ଆସୁଥା ତୁ

ଦୂର ଦିଗବଳୟ ର ବନ୍ଧନ ତେଜି

ହସି ଉଠୁ ଧରାବକ୍ଷ ଇନ୍ଦ୍ରଧନୁ ର ରଙ୍ଗ ନେଇ ।

ତୁ ଆସ ,ଆସୁଥା ତୁ

କୃଷକର ହାଡୁଆ ଗାଲ ର ନାଲି କସ ଦାନ୍ତରେ

ଅର୍ଦ୍ଧ ଲଙ୍ଗଳା ତା ଝୁମ୍ପୁଡି ପିଣ୍ଡାରେ ।

ତୁ ଆସ, ଆସୁଥା ତୁ

2019 ପାଲିଙ୍କିରେ ଶୁଭକାମନାର ,ସୁଖର

ଆନନ୍ଦର,ହସର ,ଆଶୀର୍ବାଦର ବର୍ଷ ନେଇ ,

ଭିଜି ଯାନ୍ତୁ, ହଜି ଯାନ୍ତୁ ,ମଜି ଯାନ୍ତୁ,ସର୍ବେ

ତୋରି ବାର ମାସ ର ପାଖୁଡ଼ା ଭିତରେ ,,,,,

ସୁସ୍ଵାଗତମ ତୁ ଆସ ,ତୁ ଆସୁ ଥା

କବିର କଳ୍ପନାରେ ଶବ୍ଦର ଛନ୍ଦ ରେ

ପରଶ ମଣି ଟେ ତୁ ଛୁଇଁ ଯା ହୃଦୟରୁ ହୃଦୟକୁ,,,,,,ତୁ ଆସ


ପରେଶ ଚନ୍ଦ୍ର ଦାସ

ଗୋପାଳପୁର, ଭୋଗରାଇ, ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍