STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
483

ସୀମନ୍ତିନୀ ହୋଇ ମଥାରେ ଯେବେଠୁଁ ଲଗାଏ ଠୋପେ ସିନ୍ଦୂର

ଝିଅଟିଏ ସାଜେ ବୋହୁ ରୂପ ନେଇ ଦିଶଇ ଭାରୀ ସୁନ୍ଦର।

ହାଥରେ କଙ୍କଣ ପାଦରେ କିଙ୍କିଣୀ ଲଲାଟେ ସିନ୍ଦୂର ଟୋପା

ଆଭୂଷଣ ଭରା ରୂପର ପସରା ଦିଶୁଥାଏ ଅପରୂପା।


ଟୋପାଏ ସିନ୍ଦୂର ପ୍ରତୀକ ଅଟଇ ଏକ ନୂଆଁ ସଂସାରର

ବାପ ଘର ଛାଡି ଝିଅ ଯେବେ ଯେବେ ଯାଇଥାଏ ଶାଶୁଘର

ଶାଶୁଘର ତା'ର ନୂତନ ସଂସାର ରଚେ ସ୍ବାମୀ ସହ ମିଶି

ନିଇତି ସକାଳେ ସିନ୍ଦୂର ମାଖଇ ସ୍ବାମୀର ସୁଖ ମନାସି।


ସିନ୍ଦୂରର ଟୋପା ସୌଭାଗ୍ୟର ଛାପା ମଥାରେ ଚମକୁଥାଏ

ପରିବାରଟିକୁ ବିପଦୁ ଆପଦୁ ବିଶ୍ବାସରେ ଟାଳିଥାଏ।

ସୋହାଗିନୀ ନାରୀ ପାଏ ଆଶିର୍ବାଦ ଅଖଣ୍ଡ ସୌଭାଗ୍ୟ ପାଇଁ

ସିନ୍ଦୂର ଟୋପାରେ ଆପଣାଇ ସିଏ ଗୃହ ଭାଗ୍ୟ ରଖିଥାଇ।


ଟୋପାଏ ସିନ୍ଦୂର ସୌଭାଗ୍ୟ ଅପାର ଗୃହର ଇଜ୍ଜତ ସିଏ

ନାରୀଙ୍କୁ ସମ୍ମାନ ସ୍ନେହ ସୁଖ ଶ୍ରଦ୍ଧା ସୌଭାଗ୍ୟ ବଢାଇଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda