STORYMIRROR

Mamatamanjari Das

Others

3  

Mamatamanjari Das

Others

ତୋର ମୋର ଭାବ

ତୋର ମୋର ଭାବ

1 min
284

ତୋହର ମୋର ଭାବଟି ପରାରେ

ସବୁଦିନ ପାଇଁ ଥିଲା

ତଥାପି କାହିଁକି କରିଲୁ କପଟ

କହ ପ୍ରଭୁ ଚକାଡୋଳା।


ତୋ ସହ ଟିକେ ଦୁଃଖ ନ ବାଣ୍ଟିଲେ

ଦିନ ସରେନାହିଁ ମୋର

ଏବେ ତୋତେ ଆଉ କିଛି ମୁଁ କହୁନି

ହୃଦୟେ ଟାଣିଛି ମୁଁ ଏକ ଗାର ।


ସକାଳର ଧୂପ ଭୁଲି ମୁଁ ଗଲିଣି

ଭୁଲିଲିଣି ଗୀତଗୋବିନ୍ଦ

ସଂଧ୍ୟା ଆଳତୀରେ ତୁଳସୀ ମୂଳରେ

ଦେଉନାହିଁ ଆଉ ସଞ୍ଜ ।


ପାଶୋରି ଦେଲିଣି ଯେତେ ମନ୍ତ୍ର ତୋର

ହୃଦୟେ ଥିଲା ମୁଖସ୍ତ

ଅଳନ୍ଧୁରେ ଭରା ହୋଇଗଲାଣିରେ

ମୋ ଠାକୁର ଘର,ଆଉ ଗୀତା ଭାଗବତ।


ତଥାପି ତୋ ସହ ଭାବ ଛିଡୁନାହିଁ

ହୃଦୟେ ରହିଛି ଛବିଟି ତୋର

ଯେତେ ଅଭିମାନ କରିଲେରେ ଜଗା

ତୋତେ କରି ପାରୁନାହିଁ ହୃଦୟୁ ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍