STORYMIRROR

Sagar Pradhan

Others

2  

Sagar Pradhan

Others

ତୋ ପରି ନାହିଁ କେହି

ତୋ ପରି ନାହିଁ କେହି

1 min
13.5K


ତୁ ଭରିଦେଉ ସ୍ନିଗ୍ଧ ଶୀତଳ ତା

ବିଦୁର ମୋର ପ୍ରାଣେ

ଦୁଃଖର ଦରିଆ ପାର କରିଦେଉ

ତରଣୀ ସାଜି କୁଳେ।

ଜୀବନ ଧୂସର ଶୁଷ୍କ ମରୁଦ୍ୟାନେ

ତୁ ମୋ ଆଶାର ବାରି

ମନର ଯନ୍ତ୍ରଣା ଦୂର କାରିଦେଉ

ନିତ୍ୟ ଆଳାପ କରି।

ଉଲ୍ଲାସ ବିହୀନ ଜୀବନେ ମୋହର 

ତୁ ମୋ ଅଧର ହସ

ଦିନେ ବାର୍ତ୍ତାଳାପ ନହେଲେ ତୋସାଥେ

ଦିବସ ଲାଗେ ନିରସ।

ରକ୍ତର ସମ୍ପର୍କ ନଥାଇବି ଆଜି

ବନ୍ଧା ବନ୍ଧନ ଡୋରି

ଜୀବନ ଯୁଦ୍ଧରେ ସମୟ ବତାସେ

ନଯାଉ କେବେ ଚିରି।

ତୋର ପରି ଭାଇ ଶ୍ରେଷ୍ଠ ଉପହାର

ଭାଗ୍ୟରେ ଥିଲେ ମିଳେ

ତୋର ସ୍ଥାନ ସଦା ଶୂନ୍ୟ ସ୍ଥାନ ହେବ

ସନ୍ଦେହ ନାହିଁ ତିଳେ।

               

ଇତି

ତୋର ଭାଇ

Sagar Pradhan ,padadigi, ganjam

9124776287


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍