STORYMIRROR

Chittaranjan Lenka

Others

2  

Chittaranjan Lenka

Others

ତୋ ପାଇଁ କାଳିଆ

ତୋ ପାଇଁ କାଳିଆ

1 min
12.8K


ଯାହାକୁ ଏଠାରେ         ବିଶ୍ୱାସ କରଇ

ସିଏ ମୋତେ ଦିଏ ଧୋକା

ଏତିକି ଜାଣିଛି           ଯଦି ମୁଁ ବଞ୍ଚିଛି

ତୋ ପାଇଁ କାଳିଆ ଏକା


ତୋର ଇଛା ସବୁ         ମାନିବାକୁ ବାଧ୍ୟ

ବିକଳ୍ପ ବି କିଛି ନାହିଁ

କଲବଲ ପଛେ     ହେଉଥାଏ ଯେତେ

ଖସିବା ଉପାୟ ନାହିଁ


ବିପଦ ଉପରେ          ବିପଦ ଚାପଇ

ମୋ କରମେ ନାହିଁ ତେଜ

ମନା ତୁ ନ କର      ହେ କୃପାସାଗର

ଦେବାକୁ ସାହସ ଧୈର୍ଯ୍ୟ


ତୋତେ ଦେବା ପାଇଁ    କିଛି ଟିକେ ନାହିଁ

ମୋର ଆଖି ଲୁହ ବିନା

ଦୋଷ କ୍ଷମା କର         ହେ କ୍ଷମାସାଗର

ଭେଟିକୁ ନ କର ମନା


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍