STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର

1 min
427


ସକଳ ଶକ୍ତିର

ତୁମେ ହିଁ ଆଧାର

ପ୍ରଣାମ ଘେନିବ ମମ

ଅନାହାତ ଚକୃ 

ଭରେ କୃତଜ୍ଞତା 

"ଓମ୍ ମିତ୍ରାୟ ନମଃ"


ପ୍ରତି ଶ୍ବାସେ ମୋର 

ଆହେ ଦିବାକର

ବହ ତୁମେ ପ୍ରାଣ ସମ

ହସ୍ତ ଉର୍ଦ୍ଧ୍ବେ ତୋଳି 

ଯୋଡ ହସ୍ତେ କହେ

"ଓଉମ୍ ରବୟେ ନମ"


ପାଦ ଛୁଇଁ ହାତ 

ମଥା ଅବନତ 

ଘେନ ସମର୍ପଣ ମମ

ଧିରେ ଧିରେ ସବୁ 

କାଳରେ ନିସ୍ତରେ 

"ଓମ୍ ସୂର୍ଯ୍ୟାୟ ନମହଃ"। 


ହୃଦୟରୁ ହେଉ 

ଅନ୍ଧକାର ନାଶ

ମନରେ ନ ହେଉ ଭ୍ରମ, 

ପ୍ରଣିପାତ କରେ 

ସବିତା ଚରଣେ

"ଓମ୍ ଭାନବେ ନମହଃ" !


ପର୍ବତାସନରେ 

ବିଶୁଦ୍ଧ ଚକ୍ରରୁ

ମହାପ୍ରାଣ ଲାଭ ପ୍ରାୟ

ଆକାଶାଧିପତି 

ପ୍ରାଣର ସମ୍ପତ୍ତି 

"ଓମ୍ ଖଗୟ ନମହଃ"! 


ଧ୍ୟାନ ସ୍ବାଧିଷ୍ଠାନେ 

ଅଷ୍ଟାଙ୍ଗ ପ୍ରଣାମେ

ଧ୍ୟାୟେ ପୁଷ୍ଟି କର ମମ 

ଜଗତ ପାଳକ 

ଆହେ ପ୍ରଭାକର 

ସ୍ମରେ " ଓମ୍ ପୁଷ୍ଣୈ ନମଃ "!


ଅନ୍ତରର ଶକ୍ତି  

ଜାଗରିତ ହୋଇ

ବ୍ୟାପକ ହେଉ ଅଗ୍ନି ସମ 

ପ୍ରତିଭା ଆମର 

ବିଶ୍ବମୟ ହେଉ

"ଓଁ ହିରଣ୍ୟଗର୍ଭାୟ ନମଃ"!


ତବ ସୌର ରଶ୍ମୀ 

ନାଶିଥାଏ ତମ

ଜୀବନେ ହୁଏ ସହାୟ

ଆହେ ଉର୍ଦ୍ଧ୍ଵ ପ୍ରାଣ 

ସକଳ ପରାଣ

"ଓମ୍ ମରୀଚୟ ନମଃ"!


ଈଡା ଓ ପିଙ୍ଗଳ 

ସନ୍ତୁଳିତ ହୋଇ

ମୂଳାଧାରେ ହେଉ ସମ

ଆହେ ବିଶ୍ୱ ଦେବ 

ପ୍ରାଣ କେନ୍ଦ୍ର ଭବ

"ଓମ୍ ଆଦିତ୍ୟାୟ ନମଃ"!


ସର୍ବ ଶକ୍ତିମାନ 

ତୁମେ ସର୍ବବ୍ୟାପୀ 

ସର୍ବ ନିଗମେ ଆଗମ

ତୁମରି ପ୍ରକାଶେ 

ଶକ୍ତିର ପ୍ରକାଶ 

"ଓମ୍ ସବିତ୍ରେ ନମହଃ"!


ଉଦ୍ଭାସିତ ହେଉ 

ମାନସ ମନ୍ଦିର 

ଜୀବନ ହେଉ ସୁଷମ 

ତୃତୀୟ ନୟନ 

ଜାଗରିତ ହେଉ

"ଓମ୍ ଅର୍କୟେ ନମହଃ "! 


ସୂର୍ଯ୍ୟ ନମସ୍କାରେ 

ତୂରୀୟ ଯୋଗରେ

ମନ ପ୍ରାଣ ହେଉ ସମ

ସହସ୍ରାର ପଦ୍ମୁ 

ଅମୃତ ବରଶୁ 

"ଓମ୍ ଭାସ୍କରାୟ ନମଃ"!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda