STORYMIRROR

Ajita Mishra

Others

3  

Ajita Mishra

Others

ସ୍ତ୍ରୀ

ସ୍ତ୍ରୀ

1 min
252

କରୁଣ ଚେହେରା

ପୀତ ବସନରେ

ମୁଁ ସାଧ୍ୱୀ ହେଇପାରେ

ସଂଯମତା ଓ ତପସ୍ୟାରେ

ଜାଳି ଦେଇପାରେ

ମନର କାମନା

ଜରାୟୁବି ଶାନ୍ତ ହୁଏ

ନୁହେଁ ଖାଲି ମୁଁ

କାମିନୀଟିଏ

ମୁଁ ସାଧ୍ୱୀ ସ୍ତ୍ରୀ

ଏକ ଅଦ୍ଭୁତ ମମତାର

ସେତୁବନ୍ଧଟିଏ

ସ୍ୱାମୀଙ୍କୁ ସବୁକିଛି

ସମର୍ପଣକରି

ପ୍ରଭୁ ମାନିନିଏ

ମୋ ରୂପରେ

ଲୋଭିଲା ମାନବ

ତାକୁ ବୁଝିପାରେ ନାହିଁ

ନମନୀୟ ହେଲେବି

ପ୍ରକୃତି କେଡ଼େ କ୍ରୁର

କରି ଗଢି଼ଅଛି

ଦେହ ଓ ମନରେ

ବିପ୍ଳବୀ ହୋଇଉଠେ

ସମୟ ଅସମୟରେ

ଅନାବଶ୍ୟକ ଅହଂ

ଜାଳିଦିଏ ସ୍ତ୍ରୀ କୁ

ତିଳତିଳ ଦଗ୍ଧୀଭୂତକରି

ହେଲେବି ସେ

ମାନିନିଏ ପୁରୁଷକୁ ପ୍ରଭୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍